ଛୁରୀ ଭୁସି ଯୁବକଙ୍କୁ ହତ୍ୟା, କୈରାଶୀ ଗାଁରେ ବର୍ବର ହତ୍ୟାକାଣ୍ଡ

ବ୍ରହ୍ମପୁର : ଛୁରୀ ଭୁସି ଯୁବକଙ୍କୁ ହତ୍ୟା ଅଭିଯୋଗ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା କୈରାଶୀ ଗାଁରେ ବର୍ବର ହତ୍ୟାକାଣ୍ଡ। ଜଣେ ୧୮ ବର୍ଷୀୟ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତକ ଜଣକ କୈରାଶୀ ଗାଁର ରାଜେଶ ଦାସ। ନିଜ ମାଆଙ୍କ ପାଇଁ ଔଷଧ ଆଣିବାକୁ ଯାଉଥିବା ବେଳେ ତାଙ୍କ ଉପରେ ହୋଇଛି ଆକ୍ରମଣ। ଗାଁ ମୁଣ୍ଡରେ କିଛି ଦୁବୃର୍ତ୍ତ ତାଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ରାଜେଶ ପେଟକୁ ଏକାଧିକ ବାର […] The post ଛୁରୀ ଭୁସି ଯୁବକଙ୍କୁ ହତ୍ୟା, କୈରାଶୀ ଗାଁରେ ବର୍ବର ହତ୍ୟାକାଣ୍ଡ appeared first on KNews Odisha.

ଛୁରୀ ଭୁସି ଯୁବକଙ୍କୁ ହତ୍ୟା, କୈରାଶୀ ଗାଁରେ ବର୍ବର ହତ୍ୟାକାଣ୍ଡ
ps

ବ୍ରହ୍ମପୁର : ଛୁରୀ ଭୁସି ଯୁବକଙ୍କୁ ହତ୍ୟା ଅଭିଯୋଗ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା କୈରାଶୀ ଗାଁରେ ବର୍ବର ହତ୍ୟାକାଣ୍ଡ। ଜଣେ ୧୮ ବର୍ଷୀୟ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତକ ଜଣକ କୈରାଶୀ ଗାଁର ରାଜେଶ ଦାସ। ନିଜ ମାଆଙ୍କ ପାଇଁ ଔଷଧ ଆଣିବାକୁ ଯାଉଥିବା ବେଳେ ତାଙ୍କ ଉପରେ ହୋଇଛି ଆକ୍ରମଣ। ଗାଁ ମୁଣ୍ଡରେ କିଛି ଦୁବୃର୍ତ୍ତ ତାଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ।

ରାଜେଶ ପେଟକୁ ଏକାଧିକ ବାର ଛୁରୀରେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ରାଜେଶଙ୍କୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଖଲ୍ଲିକୋଟ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି।

The post ଛୁରୀ ଭୁସି ଯୁବକଙ୍କୁ ହତ୍ୟା, କୈରାଶୀ ଗାଁରେ ବର୍ବର ହତ୍ୟାକାଣ୍ଡ appeared first on KNews Odisha.