ବିଦା ହେବେ ବାବର ଆଜାମ ! ଛଡାଇ ନିଆଯିବ କ୍ୟାପଟେନ୍‌ସିପ୍‌ ପଦ, କିଏ ହେବେ ଆଗାମୀ ଅଧିନାୟକ ?

ନୂଆଦିଲ୍ଲୀ ୦୮।୦୯: ପାକିସ୍ତାନ କ୍ରିକେଟ୍‌ ଟିମ୍‌ । କିଛି ନା କିଛି କାରଣରୁ ରହିଥାଏ ଚର୍ଚ୍ଚାରେ । ଏବେ କ୍ୟାପଟେନଙ୍କୁ ନେଇ ଆଲୋଚନା । ଛଡାଇ ନିଆଯିବ ଅଧିନାୟକଙ୍କ ପଦ । ବିଦା ହେବେ କ୍ୟାପଟେନ୍‌ ବାବର ଆଜାମ । ନିଜର ପର୍ଫମାନ୍ସରେ ମାରିଛନ୍ତି ଫେଲ୍‌ । ସେ ଲଗାତର କରି ଚାଲିଛନ୍ତି ଖରାପ ପ୍ରଦର୍ଶନ । ନିକଟରେ ବାଲାଂଦେଶ ବିପକ୍ଷ ଟେଷ୍ଟ ସିରିଜ୍‌ରେ ମଧ୍ୟ ହାରିଛି ପାକିସ୍ତାନ ।  ଏଥିରେ ବାବର ଆଜାମଙ୍କ ପ୍ରଦର୍ଶନ ବହୁତ ଖରାପ ରହିଥିଲା । ଏମିତିକି ବାବରଙ୍କୁ ଅନେକ ସମାଲୋଚନାର ସାମ୍ନା କରିବାକୁ ପଡିଛି । ବର୍ତ୍ତମାନ ବାବରଙ୍କ ଉପରେ ଘୁରି ବୁଲୁଛି ସଙ୍କଟର କଳା ବାଦଲ । ଏବେ ବାବର ଟି-୨୦ କ୍ୟାପଟେନସିପ୍‌ରୁ ହୋଇପାରନ୍ତି ବିଦା । ତାଙ୍କ ସ୍ଥାନରେ ମହମ୍ମଦ ରିଜବାନଙ୍କୁ ମିଳିପାରେ ଚାନ୍ସ । ନିକଟରେ ଚାମ୍ପିଅନ୍‌ସିପ୍‌ ଓ୍ବାନଡେ କପ ପାଇଁ ଘୋଷଣା ହୋଇଛି ଟିମ୍ । ଏହା ସହିତ କ୍ୟାପଟେନ୍‌ଙ୍କ ନାଁ ମଧ୍ୟ ହୋଇଛି ଘୋଷଣା । କିନ୍ତୁ ଏଥିରେ ବାବରଙ୍କ ନାଁ ସାମିଲ ନାହିଁ ।  ବାସ୍ତବରେ ନଭେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷରେ ଓ୍ବାନଡେ ଏବଂ ଟି-୨୦ ସିରିଜ୍‌ ଖେଳିବ ପାକିସ୍ତାନ । ଏହି ସିରିଜକୁ ନେଇ ଘୋଷଣା ହୋଇନି ଟିମ୍‌ । କିନ୍ତୁ ଖବର ରହିଛି କି କ୍ୟାପଟେନସିପ୍‌ରୁ ହଟିବା ନେଇ ପାକିସ୍ତାନ ଟିମ୍‌ର ହ୍ବାଇଟ ବଲ୍‌ କୋଚ୍ ଗୈରୀ କିଷ୍ଟନ ଏହାକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡର ଅଧିକାରୀଙ୍କ ସହ କଥା ବି ହୋଇସାରିଛନ୍ତି । ବାବର ଖର

ବିଦା ହେବେ ବାବର ଆଜାମ ! ଛଡାଇ ନିଆଯିବ କ୍ୟାପଟେନ୍‌ସିପ୍‌ ପଦ, କିଏ ହେବେ ଆଗାମୀ ଅଧିନାୟକ ?

ନୂଆଦିଲ୍ଲୀ ୦୮।୦୯: ପାକିସ୍ତାନ କ୍ରିକେଟ୍‌ ଟିମ୍‌ । କିଛି ନା କିଛି କାରଣରୁ ରହିଥାଏ ଚର୍ଚ୍ଚାରେ । ଏବେ କ୍ୟାପଟେନଙ୍କୁ ନେଇ ଆଲୋଚନା । ଛଡାଇ ନିଆଯିବ ଅଧିନାୟକଙ୍କ ପଦ । ବିଦା ହେବେ କ୍ୟାପଟେନ୍‌ ବାବର ଆଜାମ । ନିଜର ପର୍ଫମାନ୍ସରେ ମାରିଛନ୍ତି ଫେଲ୍‌ । ସେ ଲଗାତର କରି ଚାଲିଛନ୍ତି ଖରାପ ପ୍ରଦର୍ଶନ । ନିକଟରେ ବାଲାଂଦେଶ ବିପକ୍ଷ ଟେଷ୍ଟ ସିରିଜ୍‌ରେ ମଧ୍ୟ ହାରିଛି ପାକିସ୍ତାନ ।  

ଏଥିରେ ବାବର ଆଜାମଙ୍କ ପ୍ରଦର୍ଶନ ବହୁତ ଖରାପ ରହିଥିଲା । ଏମିତିକି ବାବରଙ୍କୁ ଅନେକ ସମାଲୋଚନାର ସାମ୍ନା କରିବାକୁ ପଡିଛି । ବର୍ତ୍ତମାନ ବାବରଙ୍କ ଉପରେ ଘୁରି ବୁଲୁଛି ସଙ୍କଟର କଳା ବାଦଲ । ଏବେ ବାବର ଟି-୨୦ କ୍ୟାପଟେନସିପ୍‌ରୁ ହୋଇପାରନ୍ତି ବିଦା । ତାଙ୍କ ସ୍ଥାନରେ ମହମ୍ମଦ ରିଜବାନଙ୍କୁ ମିଳିପାରେ ଚାନ୍ସ । ନିକଟରେ ଚାମ୍ପିଅନ୍‌ସିପ୍‌ ଓ୍ବାନଡେ କପ ପାଇଁ ଘୋଷଣା ହୋଇଛି ଟିମ୍ । ଏହା ସହିତ କ୍ୟାପଟେନ୍‌ଙ୍କ ନାଁ ମଧ୍ୟ ହୋଇଛି ଘୋଷଣା । କିନ୍ତୁ ଏଥିରେ ବାବରଙ୍କ ନାଁ ସାମିଲ ନାହିଁ ।  

ବାସ୍ତବରେ ନଭେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷରେ ଓ୍ବାନଡେ ଏବଂ ଟି-୨୦ ସିରିଜ୍‌ ଖେଳିବ ପାକିସ୍ତାନ । ଏହି ସିରିଜକୁ ନେଇ ଘୋଷଣା ହୋଇନି ଟିମ୍‌ । କିନ୍ତୁ ଖବର ରହିଛି କି କ୍ୟାପଟେନସିପ୍‌ରୁ ହଟିବା ନେଇ ପାକିସ୍ତାନ ଟିମ୍‌ର ହ୍ବାଇଟ ବଲ୍‌ କୋଚ୍ ଗୈରୀ କିଷ୍ଟନ ଏହାକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡର ଅଧିକାରୀଙ୍କ ସହ କଥା ବି ହୋଇସାରିଛନ୍ତି । ବାବର ଖରାପ ଫର୍ମ ସହିତ ସଂଘର୍ଷ କରୁଛନ୍ତି । ସେ ବାଂଲାଦେଶ ବିପକ୍ଷରେ ଖରାପ ଭାବେ ହୋଇଛନ୍ତି ଫ୍ଲପ୍‌ । 

୧୨ ସେପ୍ଟେମ୍ବରରୁ ପାକିସ୍ତାନରେ ଚାମ୍ପିଅନ୍ସ ODI କପ୍ ଆରମ୍ଭ ହେବ । ପାକିସ୍ତାନ ସହିତ ଅନ୍ୟ ଦେଶର ଖେଳାଳିମାନେ ମଧ୍ୟ ଏଥିରେ ଖେଳିବେ। ଏହି ଟୁର୍ନାମେଣ୍ଟରେ ମୋଟ ୫ଟି ଟିମ୍‌ ଅଂଶଗ୍ରହଣ କରିବେ । ଆଉ ସମସ୍ତ ଅଧିନାୟକଙ୍କ ନାମ ସାମ୍ନାକୁ ଆସିଛି । ମହମ୍ମଦ ରିଜୱାନ୍, ଶାହିନ୍ ଆଫ୍ରିଦି, ଶାଦାବ ଖାନ୍, ମହମ୍ମଦ ହରିସ୍ ଏବଂ ଶକିଲଙ୍କୁ ଅଧିନାୟକ କରାଯାଇଛି । କିନ୍ତୁ ବାବରଙ୍କୁ କୌଣସି ଟିମର ଦାୟିତ୍ବ ଦିଆଯାଇନି । ଏହା ମଧ୍ୟ ଏକ ସଙ୍କେତ ଯେ ବାବରଙ୍କ ଭବିଷ୍ୟତ ବହୁତ କଠିନ ହେବାକୁ ଯାଉଛି । 

ଖବର ଅନୁଯାୟୀ ନଭେମ୍ବରରେ ପାକିସ୍ତାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ୩ଟି ODI ଏବଂ ୩ଟି ଟି-୨୦ ମ୍ୟାଚ୍ ।  ODI ସିରିଜର ପ୍ରଥମ ମ୍ୟାଚ୍ ନଭେମ୍ବର ୪ରେ ମେଲବୋର୍ଣ୍ଣରେ ଅନୁଷ୍ଠିତ ହେବ । ଏହାର ଦ୍ୱିତୀୟ ODI ନଭେମ୍ବର ୮ରେ ଆଡିଲେଡରେ ଖେଳାଯିବ । ସେହିପରି ତୃତୀୟ ତଥା ଶେଷ ODI ୧୦ ନଭେମ୍ବରରେ ପର୍ଥରେ ଅନୁଷ୍ଠିତ ହେବ । ଟି-୨୦  ସିରିଜର ପ୍ରଥମ ମ୍ୟାଚ୍ ୧୪ ନଭେମ୍ବରରେ ବ୍ରିସବେନରେ ଖେଳାଯିବ । ଏହାର ଦ୍ୱିତୀୟ ମ୍ୟାଚ୍ ୧୬ ନଭେମ୍ବରରେ ସିଡନୀରେ ଅନୁଷ୍ଠିତ ହେବ  । ସିରିଜର ଶେଷ ମ୍ୟାଚ୍ ୧୮ ନଭେମ୍ବରରେ ହୋବର୍ଟରେ ଖେଳାଯିବ ।