୧୬୯ ଯାତ୍ରୀ ବସିଥିବା ବେଳେ ବିମାନରେ ଲାଗିଲା ନିଆଁ: ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଦକ୍ଷିଣ କୋରିଆ

ନୂଆଦିଲ୍ଲୀ: ଯାତ୍ରୀବାହୀ ବିମାନରେ ଲାଗିଲା ନିଆଁ। ବଡ଼ ଧରଣର ଅଘଟଣାରୁ ରକ୍ଷା ପାଇଲେ ୧୬୯ ଜଣ ଯାତ୍ରୀ। ଦକ୍ଷିଣ କୋରିଆର ଏୟାରବସ ଏୟାର ବୁସନାରେ ନିଆ ଲାଗି ଯାଇଥିବା ସୂଚନା ମିଳିଛି। ମଙ୍ଗଳବାର ଦିନ ବିମାନଟି ହଂକଂ ଗସ୍ତ କରିବାକୁ ଗିମହେ ଆନ୍ତର୍ଜାତୀୟ ବିମାନବନ୍ଦରରେ ପ୍ରସ୍ତୁତ ହେଉଥିବା ଏଥିରେ ନିଆଁ ଲାଗି ଯାଇଥିଲା। ବିମାନରେ ନିଆଁ ଲାଗିଯିବା ପରେ ତୁରନ୍ତ ଏଥିରେ ସବାର ଥିବା ସମସ୍ତ ଯାତ୍ରୀ ଓ କ୍ରୁମ ସଦସ୍ୟକୁ ଓହ୍ଲାଇ ଦିଆଯାଇଥିଲା। ଘଟଣା ସ୍ଥଳରେ ବିମାନବନ୍ଦର ଅଗ୍ନିସମବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା। ଘଟଣାରେ ଜଣେ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ବୁସାନ କର୍ତ୍ତୃପକ୍ଷ କହିଛନ୍ତି।ବିମାନ ଭିତରୁ ନିଆଁ ଲାଗି ଆରମ୍ଭ ହୋଇଥିଲା। ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣା ପଡ଼ି ନାହିଁ ବୋଲି ଦକ୍ଷିଣ କୋରିଆର ୟୋନହାପ୍ ନ୍ୟୁଜ୍ ଏଜେନ୍ସି ଖବର ପ୍ରକାଶ କରିଛି। ବିମାନର ଲାଞ୍ଜରୁ ନିଆଁ ଲାଗିବା ଆରମ୍ଭ ହୋଇଥିଲା ବୋଲି ନ୍ୟୁଜ ଏଜେନ୍ସି କହିଛି। ନିକଟରେ ଦକ୍ଷିଣ କୋରିଆରେ ସବୁଠାରୁ ଭୟରଙ୍କର ବିମାନ ଦୁର୍ଘଟଣା ଘଟିଥିଲା। ବ୍ୟାଙ୍କକରୁ ଆସୁଥିବା ଜେଜୁ ଏୟାରର ଏକ ବିମାନ ଜରୁରୀକାଳୀନ ବେଲି ଅବତରଣ କରିବା ସମୟରେ ମୁଆନ ବିମାନବନ୍ଦରର ରନୱେରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ବିମାନରେ ବସିଥିବା ସମସ୍ତ ୧୮୧ ଜଣ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କ ମଧ

୧୬୯ ଯାତ୍ରୀ ବସିଥିବା ବେଳେ ବିମାନରେ ଲାଗିଲା ନିଆଁ: ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଦକ୍ଷିଣ କୋରିଆ

ନୂଆଦିଲ୍ଲୀ: ଯାତ୍ରୀବାହୀ ବିମାନରେ ଲାଗିଲା ନିଆଁ। ବଡ଼ ଧରଣର ଅଘଟଣାରୁ ରକ୍ଷା ପାଇଲେ ୧୬୯ ଜଣ ଯାତ୍ରୀ। ଦକ୍ଷିଣ କୋରିଆର ଏୟାରବସ ଏୟାର ବୁସନାରେ ନିଆ ଲାଗି ଯାଇଥିବା ସୂଚନା ମିଳିଛି। ମଙ୍ଗଳବାର ଦିନ ବିମାନଟି ହଂକଂ ଗସ୍ତ କରିବାକୁ ଗିମହେ ଆନ୍ତର୍ଜାତୀୟ ବିମାନବନ୍ଦରରେ ପ୍ରସ୍ତୁତ ହେଉଥିବା ଏଥିରେ ନିଆଁ ଲାଗି ଯାଇଥିଲା। 

ବିମାନରେ ନିଆଁ ଲାଗିଯିବା ପରେ ତୁରନ୍ତ ଏଥିରେ ସବାର ଥିବା ସମସ୍ତ ଯାତ୍ରୀ ଓ କ୍ରୁମ ସଦସ୍ୟକୁ ଓହ୍ଲାଇ ଦିଆଯାଇଥିଲା। ଘଟଣା ସ୍ଥଳରେ ବିମାନବନ୍ଦର ଅଗ୍ନିସମବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା। ଘଟଣାରେ ଜଣେ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ବୁସାନ କର୍ତ୍ତୃପକ୍ଷ କହିଛନ୍ତି।

ବିମାନ ଭିତରୁ ନିଆଁ ଲାଗି ଆରମ୍ଭ ହୋଇଥିଲା। ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣା ପଡ଼ି ନାହିଁ ବୋଲି ଦକ୍ଷିଣ କୋରିଆର ୟୋନହାପ୍ ନ୍ୟୁଜ୍ ଏଜେନ୍ସି ଖବର ପ୍ରକାଶ କରିଛି। ବିମାନର ଲାଞ୍ଜରୁ ନିଆଁ ଲାଗିବା ଆରମ୍ଭ ହୋଇଥିଲା ବୋଲି ନ୍ୟୁଜ ଏଜେନ୍ସି କହିଛି। 

ନିକଟରେ ଦକ୍ଷିଣ କୋରିଆରେ ସବୁଠାରୁ ଭୟରଙ୍କର ବିମାନ ଦୁର୍ଘଟଣା ଘଟିଥିଲା। ବ୍ୟାଙ୍କକରୁ ଆସୁଥିବା ଜେଜୁ ଏୟାରର ଏକ ବିମାନ ଜରୁରୀକାଳୀନ ବେଲି ଅବତରଣ କରିବା ସମୟରେ ମୁଆନ ବିମାନବନ୍ଦରର ରନୱେରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ବିମାନରେ ବସିଥିବା ସମସ୍ତ ୧୮୧ ଜଣ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କ ମଧ୍ୟରୁ ଦୁଇଜଣଙ୍କୁ ଛାଡି ସମସ୍ତ ପ୍ରାଣ ହରାଇଥିଲେ।