ହଠାତ୍‌ ଦଳକୁ ଛାଡି ଭାରତ ଫେରିଆସିଲେ ଗୌତମ ଗମ୍ଭୀର: ଜାଣନ୍ତୁ କାହିଁକି

ପର୍ଥ,୨୬ା୧୧(ପି.ଟି.): ବର୍ଡର-ଗାଭାସ୍କର ସିରିଜର ପ୍ରଥମ ମ୍ୟାଚରେ ବିଜୟୀ ଭାରତୀୟ ଦଳର କୋଚ୍‌ ଗୌତମ ଗମ୍ଭୀର ଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଘରେ ଜରୁରୀ ପରସ୍ଥିତି କାରଣରୁ ଗମ୍ଭୀର ଭାରତ ଫେରିଥିବା ବେଳେ ଆଡିଲେଡ୍‌ରେ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ସେ ଅଷ୍ଟ୍ରେଲିଆ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡିଛି। ବର୍ଡର-ଗାଭାସ୍କର ସିରିଜ୍‌ର ଦ୍ୱିତୀୟ ଟେଷ୍ଟ ଆଡିଲେଡ୍‌ରେ ଡିସେମ୍ବର ୬ ତାରିଖରେ ଖେଳାଯିବ। ଏହି ଟେଷ୍ଟ ମ୍ୟାଚ୍‌ଟି ଦିବାରାତ୍ର ପିଙ୍କ ବଲ୍‌ ଫର୍ମାଟରେ ଖେଳାଯିବ। ଏହି ଟେଷ୍ଟ ପାଇଁ ପ୍ରଧାନମନ୍ତ୍ରୀ ଏକାଦଶ ସହ […] The post ହଠାତ୍‌ ଦଳକୁ ଛାଡି ଭାରତ ଫେରିଆସିଲେ ଗୌତମ ଗମ୍ଭୀର: ଜାଣନ୍ତୁ କାହିଁକି appeared first on Dharitri Odia News.

ହଠାତ୍‌ ଦଳକୁ ଛାଡି ଭାରତ ଫେରିଆସିଲେ ଗୌତମ ଗମ୍ଭୀର: ଜାଣନ୍ତୁ କାହିଁକି

ପର୍ଥ,୨୬ା୧୧(ପି.ଟି.): ବର୍ଡର-ଗାଭାସ୍କର ସିରିଜର ପ୍ରଥମ ମ୍ୟାଚରେ ବିଜୟୀ ଭାରତୀୟ ଦଳର କୋଚ୍‌ ଗୌତମ ଗମ୍ଭୀର ଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଘରେ ଜରୁରୀ ପରସ୍ଥିତି କାରଣରୁ ଗମ୍ଭୀର ଭାରତ ଫେରିଥିବା ବେଳେ ଆଡିଲେଡ୍‌ରେ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ସେ ଅଷ୍ଟ୍ରେଲିଆ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡିଛି। ବର୍ଡର-ଗାଭାସ୍କର ସିରିଜ୍‌ର ଦ୍ୱିତୀୟ ଟେଷ୍ଟ ଆଡିଲେଡ୍‌ରେ ଡିସେମ୍ବର ୬ ତାରିଖରେ ଖେଳାଯିବ। ଏହି ଟେଷ୍ଟ ମ୍ୟାଚ୍‌ଟି ଦିବାରାତ୍ର ପିଙ୍କ ବଲ୍‌ ଫର୍ମାଟରେ ଖେଳାଯିବ। ଏହି ଟେଷ୍ଟ ପାଇଁ ପ୍ରଧାନମନ୍ତ୍ରୀ ଏକାଦଶ ସହ ଖେଳା ଯିବାକୁ ଥିବା ୨ ଦିନିଆ ଅଭ୍ୟାସ ମ୍ୟାଚ୍‌ରେ ମଧ୍ୟ ଗମ୍ଭୀର ଅନୁପସ୍ଥିତ ରହିବେ। ନଭେମ୍ବର ୩୦ ତାରିଖରେ ଏହି ଅଭ୍ୟାସ ମ୍ୟାଚ୍‌ ଖେଳାଯିବ। ବୁଧବାର ଭାରତୀୟ ଦଳ କାନବେରା ଅଭିମୁଖେ ଯାତ୍ରା କରିବ। ସେଠାରେ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲାବାନିଜଙ୍କ ପକ୍ଷରୁ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଭାରତୀୟ କ୍ରିକେଟ ଦଳକୁ ସମ୍ବର୍ଦ୍ଧିତ କରାଯିବ। ପିଙ୍କ ବଲ୍‌ ଟେଷ୍ଟ କୁକାବୁରା ବଲ୍‌ରେ ଖେଳାଯିବ। ଅଲରାଉଣ୍ଡର ସ୍କଟ ଏଡଓ୍ବାର୍ଡସ ଏହି ଦଳର ନେତୃତ୍ୱ ନେବେ । ଏହି ଦଳରେ ସ୍କଟ୍‌ ବୋଲାଣ୍ଡ ଓ ମାଥ୍ୟୁ ରେନ୍‌ସ’ଙ୍କ ଭଳି ଅଷ୍ଟ୍ରେଲୀୟ ଖେଳାଳି ଅଛନ୍ତି। ଏହି ମ୍ୟାଚ୍‌ରେ ଉଭୟ ଦଳର ୧୧ ଜଣ ଲେଖାଏ ଖେଳାଳିଙ୍କୁ ବ୍ୟାଟିଂ ଓ ବୋଲିଂର ସୁଯୋଗ ଦିଆଯିବ।

The post ହଠାତ୍‌ ଦଳକୁ ଛାଡି ଭାରତ ଫେରିଆସିଲେ ଗୌତମ ଗମ୍ଭୀର: ଜାଣନ୍ତୁ କାହିଁକି appeared first on Dharitri Odia News.