ଘନେଇଲା ଯୁଦ୍ଧ ସଙ୍କଟ:ବଢ଼ିବ ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ୍
ତେଲ୍ ଆଭିଭ୍/ତେହରାନ୍/ଓ୍ବାଶିଂଟନ୍,୧୪ା୪:୨୦୨୨ ଫେବୃଆରୀ ୨୪ରୁ ରୁଷିଆ-ୟୁକ୍ରେନ୍ ଏବଂ ୨୦୨୩ ଅକ୍ଟୋବର ୭ରୁ ଇସ୍ରାଏଲ୍-ହମାସ୍ ଯୁଦ୍ଧ ଲାଗି ରହିଥିବାବେଳେ ସାରା ବିଶ୍ୱର ମୁଣ୍ଡବ୍ୟଥା ବଢ଼ାଇବା ଭଳି ଆଉ ଏକ ବଡ଼ ସଂଘର୍ଷର ସୂତ୍ରପାତ ହୋଇଛି। ଡାମସ୍କସ୍ରେ ଥିବା ନିଜ ଦୂତାବାସ ଉପରେ ଇସ୍ରାଏଲୀ ସେନା ପକ୍ଷରୁ କରାଯାଇଥିବା ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ଇରାନ୍ ଶନିବାର ଇସ୍ରାଏଲ୍ ଉପରେ ରାତିଅଧିଆ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ମାଡ଼ କରିଛି। ତେବେ ଏଥିରୁ ୯୯% କ୍ଷେପଣାସ୍ତ୍ରକୁ ଇସ୍ରାଏଲ୍ ଖସାଇଦେଇଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ […] The post ଘନେଇଲା ଯୁଦ୍ଧ ସଙ୍କଟ:ବଢ଼ିବ ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ୍ appeared first on Dharitri Odia News.
ତେଲ୍ ଆଭିଭ୍/ତେହରାନ୍/ଓ୍ବାଶିଂଟନ୍,୧୪ା୪:୨୦୨୨ ଫେବୃଆରୀ ୨୪ରୁ ରୁଷିଆ-ୟୁକ୍ରେନ୍ ଏବଂ ୨୦୨୩ ଅକ୍ଟୋବର ୭ରୁ ଇସ୍ରାଏଲ୍-ହମାସ୍ ଯୁଦ୍ଧ ଲାଗି ରହିଥିବାବେଳେ ସାରା ବିଶ୍ୱର ମୁଣ୍ଡବ୍ୟଥା ବଢ଼ାଇବା ଭଳି ଆଉ ଏକ ବଡ଼ ସଂଘର୍ଷର ସୂତ୍ରପାତ ହୋଇଛି। ଡାମସ୍କସ୍ରେ ଥିବା ନିଜ ଦୂତାବାସ ଉପରେ ଇସ୍ରାଏଲୀ ସେନା ପକ୍ଷରୁ କରାଯାଇଥିବା ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ଇରାନ୍ ଶନିବାର ଇସ୍ରାଏଲ୍ ଉପରେ ରାତିଅଧିଆ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ମାଡ଼ କରିଛି। ତେବେ ଏଥିରୁ ୯୯% କ୍ଷେପଣାସ୍ତ୍ରକୁ ଇସ୍ରାଏଲ୍ ଖସାଇଦେଇଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଇରାନ୍ ଉପରେ ବଡ଼ ଆକ୍ରମଣର ପ୍ରସ୍ତୁତି ଚଳାଇଥିବା ସୂଚନା ଦେଇଛନ୍ତି। ଏହି ଆକ୍ରମଣ ପରେ ମଧ୍ୟପ୍ରାଚ୍ୟ, ଆରବ ଜଗତ ଓ ଆମେରିକା ସମେତ ୟୁରୋପରେ ଉତ୍ତେଜନା ବୃଦ୍ଧି ପାଇଛି। ପୂର୍ବରୁ ୨ଟି ଯୁଦ୍ଧ ଯୋଗୁ ଯୋଗାଣ ଶୃଙ୍ଖଳ ପ୍ରଭାବିତ ହୋଇଥିବାରୁ ପେଟ୍ରୋଲ, ଡିଜେଲ, ଗହମ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ମୂଲ୍ୟ ବୃଦ୍ଧି ଘଟିଥିବାବେଳେ ଆଉ ଏକ ଯୁଦ୍ଧର ବାଦଲ ଘନେଇବା ପରେ ଅନ୍ତର୍ଜାତୀୟ ବଜାରରେ ଦରଦାମ୍ ଆକାଶଛୁଅଁା ହେବା ଅନୁମାନ କରାଯାଉଛି। ଏପରି ହେଲେ ପରିବହନ ଖର୍ଚ୍ଚ ବଢ଼ିବ ଏବଂ ଭାରତରେ ମଧ୍ୟ ଅନେକ ସାମଗ୍ରୀର ମୂଲ୍ୟ ବୃଦ୍ଧି ଘଟିପାରେ।
The post ଘନେଇଲା ଯୁଦ୍ଧ ସଙ୍କଟ:ବଢ଼ିବ ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ୍ appeared first on Dharitri Odia News.