ଶୀତବସ୍ତ୍ର ଦୁର୍ଗନ୍ଧ ହେଉଥିଲେ..
ଶୀତଦିନରେ ଯେତେବେଳେ ଆମେ ଶୀତବସ୍ତ୍ର ଆଲମାରୀରୁ କାଢ଼ୁ ସେଥିରୁ ଅଜବ ପ୍ରକାର ଦୁର୍ଗନ୍ଧ ବାହାରିଥାଏ। କେତୋଟି ଟିପ୍ସ ଦିଆଯାଉଛି ଯାହାକୁ ଆପଣାଇ ଏହି ସମସ୍ୟାରୁ ରକ୍ଷା ପାଇପାରିବେ… ବେକିଂ ସୋଡ଼ା: ଯଦି ଶୀତବସ୍ତ୍ର ଦୁର୍ଗନ୍ଧ ହେଉଛି, ତେବେ ବେକିଂ ସୋଡ଼ା ବ୍ୟବହାର ଏକ ଭଲ ଉପାୟ। ବେକିଂ ସୋଡ଼ା ପାଣି ସହିତ ମିଶାଇ କପଡ଼ା ମଝିରେ ସ୍ପ୍ରେ କରନ୍ତୁ। ପୁଣି କିଛି ଘଣ୍ଟା ପାଇଁ କପଡ଼ାକୁ ଖରାରେ ଛାଡ଼ି ଦିଅନ୍ତୁ। ବେକିଂ ସୋଡ଼ା ଦୁର୍ଗନ୍ଧ ହଟାଇବାରେ କାମ […] The post ଶୀତବସ୍ତ୍ର ଦୁର୍ଗନ୍ଧ ହେଉଥିଲେ.. appeared first on Dharitri Odia News.
ଶୀତଦିନରେ ଯେତେବେଳେ ଆମେ ଶୀତବସ୍ତ୍ର ଆଲମାରୀରୁ କାଢ଼ୁ ସେଥିରୁ ଅଜବ ପ୍ରକାର ଦୁର୍ଗନ୍ଧ ବାହାରିଥାଏ। କେତୋଟି ଟିପ୍ସ ଦିଆଯାଉଛି ଯାହାକୁ ଆପଣାଇ ଏହି ସମସ୍ୟାରୁ ରକ୍ଷା ପାଇପାରିବେ…
ବେକିଂ ସୋଡ଼ା: ଯଦି ଶୀତବସ୍ତ୍ର ଦୁର୍ଗନ୍ଧ ହେଉଛି, ତେବେ ବେକିଂ ସୋଡ଼ା ବ୍ୟବହାର ଏକ ଭଲ ଉପାୟ। ବେକିଂ ସୋଡ଼ା ପାଣି ସହିତ ମିଶାଇ କପଡ଼ା ମଝିରେ ସ୍ପ୍ରେ କରନ୍ତୁ। ପୁଣି କିଛି ଘଣ୍ଟା ପାଇଁ କପଡ଼ାକୁ ଖରାରେ ଛାଡ଼ି ଦିଅନ୍ତୁ। ବେକିଂ ସୋଡ଼ା ଦୁର୍ଗନ୍ଧ ହଟାଇବାରେ କାମ କରିଥାଏ। ଫଳରେ କପଡ଼ା ସୁଗନ୍ଧିତ ଏବଂ ତାଜା ଲାଗିଥାଏ।
ଭିନେଗାର: ଭିନେଗାର କେବଳ କପଡ଼ାର ଦୁର୍ଗନ୍ଧ ଦୂରକରି ନ ଥାଏ, ଏହା ମଧ୍ୟ ଶୁଦ୍ଧ କରିଥାଏ। ନଖ ଉଷୁମ ପାଣିରେ ଭିନେଗାର ମିଶାଇ କପଡ଼ାକୁ ଧୋଇବା ଦ୍ୱାରା ଦୁର୍ଗନ୍ଧ ଦୂରହୋଇଥାଏ। କପଡ଼ା ମଧ୍ୟ ତାଜା ତାଜା ବାସ୍ନା ବାହାରିଥାଏ। ସିର୍କାର ପ୍ରୟୋଗ ଖାସ୍କରି ସେଇ କପଡ଼ାରେ ବ୍ୟବହୃତ ହୁଏ ଯାହାକୁ ବାରମ୍ବାର ଧୋଇବାର ଆବଶ୍ୟକତା ନାହିଁ।
ଓଦାପଣକୁ ନିୟନ୍ତ୍ରିତ ରଖେ: ଆଲମାରୀରେ କପଡ଼ାରୁ ଦୁର୍ଗନ୍ଧ ଆସିବା ଓଦାପଣ ଯୋଗୁ ହୋଇଥାଏ। ଓଦାପଣକୁ ନିୟନ୍ତ୍ରିତ ରଖିବାକୁ ହେଲେ ଆଲମାରୀରେ ସିର୍କା ଜେଲ କିମ୍ବା ନିମ୍ବପତ୍ରର ବ୍ୟବହାର କରନ୍ତୁ। ଏହି ଓଦାପଣ ଶୁଖାଇବାରେ ଏହା ସାହାଯ୍ୟ କରେ।
The post ଶୀତବସ୍ତ୍ର ଦୁର୍ଗନ୍ଧ ହେଉଥିଲେ.. appeared first on Dharitri Odia News.