ଗାନ୍ଧୀ ଜୟନ୍ତୀରେ ‘ସ୍ବଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ

ତୁମୁଡିବନ୍ଧ,୨।୧୦(ଦୀପକ କୁମାର ପରାସେଠ):ଅକ୍ଟୋବର ମାସ ୨ ତାରିଖ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିବସ ଅବସରରେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ‘ସ୍ବଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି କ୍ରମରେ କନ୍ଧମାଳ ଜିଲା ତୁମୁଡିବନ୍ଧରେ ସଫେଇ କାର୍ଯର୍ରେମ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଳକ ଅଧ୍ୟକ୍ଷା ବାସନ୍ତି ମାଝୀ, ବିଡିଓ ବନବିହାରୀ ହରପାଲ,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ଦାଶ, ଏବଂ ସମସ୍ତ କର୍ମଚାରୀମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ୧୫ […] The post ଗାନ୍ଧୀ ଜୟନ୍ତୀରେ ‘ସ୍ବଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ appeared first on Dharitri Odia News.

ଗାନ୍ଧୀ ଜୟନ୍ତୀରେ ‘ସ୍ବଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ

ତୁମୁଡିବନ୍ଧ,୨।୧୦(ଦୀପକ କୁମାର ପରାସେଠ):ଅକ୍ଟୋବର ମାସ ୨ ତାରିଖ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିବସ ଅବସରରେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ‘ସ୍ବଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି କ୍ରମରେ କନ୍ଧମାଳ ଜିଲା ତୁମୁଡିବନ୍ଧରେ ସଫେଇ କାର୍ଯର୍ରେମ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଳକ ଅଧ୍ୟକ୍ଷା ବାସନ୍ତି ମାଝୀ, ବିଡିଓ ବନବିହାରୀ ହରପାଲ,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ଦାଶ, ଏବଂ ସମସ୍ତ କର୍ମଚାରୀମାନେ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମ ୧୫ ସେପ୍ଟେମ୍ବରଠାରୁ ଗାନ୍ଧୀଙ୍କ ଜନ୍ମ ଦିନ ଅକ୍ଟୋବର ୨ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଚାଲୁ ରହିଛି। ଏହି ବାର୍ତ୍ତା ତୁମୁଡିବନ୍ଧ ବ୍ଳକତ୍‌ର ସମସ୍ତ ଗାଁ ଗୁଡିକରେ ପହଞ୍ଚି ସମସ୍ତେ ନିଜ ନିଜ ଗାଁକୁ ସଫାସୁତରା ରଖି ସୁସ୍ଥ ଜୀବନ ଯାପନ କରିବା। ଏହି କାର୍ଯ୍ୟକ୍ରମଟିକୁ ତୁମୁଡିବନ୍ଧ ବ୍ଳକ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଗୋଷ୍ଠୀ ସଂଯୋଜକ ଅଧିକରିଣୀ ସ୍ବପ୍ନାସ୍‌ମୟୀ ସାହୁ ପରିଚାଳନା କରିଥିଲେ। ସେହିପରି ତୁମୁଡିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମଧ୍ୟ ସମସ୍ତ ଡାକ୍ତର ଓ କର୍ମଚାରୀମାନଙ୍କ ସହ ତୁମୁଡିବନ୍ଧ ମଣ୍ଡଳ ସଭାପତି ରବୀନ୍ଦ୍ର ପାତ୍ର, ଜିଲା କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଚନ୍ଦ୍ର ପରସେଠ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନେତ୍ର ମାନସେଠ, ବ୍ଳକ ଉପ ସଭାପତି ବଳଭଦ୍ର ରାଉତ ଓ ଅନ୍ୟ କର୍ମୀମାନେ ଯୋଗଦେଇଥିଲେ।

The post ଗାନ୍ଧୀ ଜୟନ୍ତୀରେ ‘ସ୍ବଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ appeared first on Dharitri Odia News.