ଶୀତକାଳୀନ କ୍ରୀଡ଼ା ପାଇଁ ରଞ୍ଜିତା ପ୍ରସ୍ତୁତ
ଭୁବନେଶ୍ୱର, ୨୦।୨(ତପନ ସ୍ବାଇଁ): ଓଡ଼ିଶାର ‘ସ୍ନୋ ଗର୍ଲ’ଭାବେ ପରିଚିତ ରାଉରକେଲାର ରଞ୍ଜିତା ବେହେରା ଏବେ ଆଉ ଏକ ସମ୍ମାନଜନକ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେଉଛନ୍ତି। ଜମ୍ମୁ-କଶ୍ମୀରର ଗୁଲମାର୍ଗଠାରେ ଚଳିତ ମାସ ୨୧ରୁ ୨୫ ପର୍ଯ୍ୟନ୍ତ ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ାର ୪ର୍ଥ ସଂସ୍କରଣ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାର ଆଲପାଇନ୍ ସ୍କିଂ ଇଭେଣ୍ଟରେ କ୍ରମାଗତ ତୃତୀୟ ଥରପାଇଁ ଭାଗ ନେବାକୁ ଯାଉଛନ୍ତି ଓଡ଼ିଶାର ଏହି ସାହସୀ ଯୁବତୀ। ଆଗାମୀ ସଂସ୍କରଣରେ ଗୁଲମାର୍ଗରେ କେବଳ ସ୍ନୋ ମାଉଣ୍ଟନିୟରିଂ, ଆଲପାଇନ୍ […] The post ଶୀତକାଳୀନ କ୍ରୀଡ଼ା ପାଇଁ ରଞ୍ଜିତା ପ୍ରସ୍ତୁତ appeared first on Dharitri Odia News.
ଭୁବନେଶ୍ୱର, ୨୦।୨(ତପନ ସ୍ବାଇଁ): ଓଡ଼ିଶାର ‘ସ୍ନୋ ଗର୍ଲ’ଭାବେ ପରିଚିତ ରାଉରକେଲାର ରଞ୍ଜିତା ବେହେରା ଏବେ ଆଉ ଏକ ସମ୍ମାନଜନକ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେଉଛନ୍ତି। ଜମ୍ମୁ-କଶ୍ମୀରର ଗୁଲମାର୍ଗଠାରେ ଚଳିତ ମାସ ୨୧ରୁ ୨୫ ପର୍ଯ୍ୟନ୍ତ ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡ଼ାର ୪ର୍ଥ ସଂସ୍କରଣ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାର ଆଲପାଇନ୍ ସ୍କିଂ ଇଭେଣ୍ଟରେ କ୍ରମାଗତ ତୃତୀୟ ଥରପାଇଁ ଭାଗ ନେବାକୁ ଯାଉଛନ୍ତି ଓଡ଼ିଶାର ଏହି ସାହସୀ ଯୁବତୀ। ଆଗାମୀ ସଂସ୍କରଣରେ ଗୁଲମାର୍ଗରେ କେବଳ ସ୍ନୋ ମାଉଣ୍ଟନିୟରିଂ, ଆଲପାଇନ୍ ସ୍କି ଏବଂ ସ୍ନୋ ବୋର୍ଡିଂ ତଥା ନରବିକ ସ୍କିଂ ପ୍ରତିଯୋଗିତା ହେବ। ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଏହାକୁ ଶୃଙ୍ଖଳିତଭାବେ ଆୟୋଜନ ପାଇଁ ପ୍ରୟାସରତ।
ଏଠାରେ ସୂଚାଇ ଦିଆଯାଇପାରେ ଯେ, ରଞ୍ଜିତା କିଛିଦିନ ତଳେ ୟୁରୋପର ଆଲ୍ପସରେ ତାଲିମ ନେଇଥିଲେ। ସେଠାରୁ ଫେରିବା ପରେ ଗୁଲମାର୍ଗରେ ନିଜର ପ୍ରସ୍ତୁତିକୁ ଜାରି ରଖିଛନ୍ତି। ଗତମାସରେ ଅଷ୍ଟ୍ରିଆର ସେଣ୍ଟ ମିଚେଲ୍ସଠାରେ ଅନୁଷ୍ଠିତ ଆଲ୍ପାଇନ୍ ସ୍କି ପ୍ରତିଯୋଗିତାରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରି ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ ଏବଂ ଭଲ ପଏଣ୍ଟ ପାଇବାକୁ ସକ୍ଷମ ହୋଇଥିଲେ। ସବୁଠାରୁ ବଡ଼ କଥା ହେଲା ଏଥିରେ ୧୫ ଦେଶର ପାଖାପାଖି ୭୫ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବାବେଳେ ଅନେକ ଅଯୋଗ୍ୟ ଘୋଷିତ ହୋଇଥିଲେ, ମାତ୍ର ରଞ୍ଜିତା ସଫଳତାର ସହ ରେସ୍ ଫିନିଶ୍ କରି ପ୍ରଶଂସା ପାଇଥିଲେ। ଆଗାମୀ ଖେଲୋ ଇଣ୍ଡିଆ ପ୍ରତିଯୋଗିତାରେ ହିମାଚଳ ପ୍ରଦେଶ, କଶ୍ମୀର, ଉତ୍ତରାଖଣ୍ଡ, ଇଣ୍ଡିଆନ ଆର୍ମି ଏବଂ ଇଣ୍ଡୋ ତିବ୍ଦତ ପୋଲିସର ନାମୀ ଏବଂ ଅଭିଜ୍ଞ ଖେଳାଳିମାନେ ଭାଗ ନେଉଛନ୍ତି। ବହୁ ନାମୀ ପ୍ରତିଯୋଗୀଙ୍କ ଉପସ୍ଥିତି ସତ୍ତ୍ୱେ ନିଜ ପ୍ରଦର୍ଶନର ଛାପ ଛାଡ଼ିବାକୁ ଲକ୍ଷ୍ୟ ରଖିଛନ୍ତି ରଞ୍ଜିତା।
The post ଶୀତକାଳୀନ କ୍ରୀଡ଼ା ପାଇଁ ରଞ୍ଜିତା ପ୍ରସ୍ତୁତ appeared first on Dharitri Odia News.