ପୁଲିସ ଜିପ୍ରୁ ସଞ୍ଜୟ ରାୟର ଚିତ୍କାର : ମୁଁ କିଛି କରିନାହିଁ, ମୋତେ ଫସାଇ ଦିଆଯାଇଛି..ମୋତେ ବଞ୍ଚାଅ
କୋଲକାତା : ଆରଜି କର ହସ୍ପିଟାଲ୍ ଜୁନିଅର ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟ ନିଜକୁ ନିର୍ଦ୍ଦୋଷ ବୋଲି କହିବା ସହ ତାକୁ ଫସାଇ ଦିଆଯାଇଥିବା କହିଛି। ସୋମବାର କୋର୍ଟରୁ ବାହାରି ଜେଲ ଯିବା ସମୟରେ ସଞ୍ଜୟ ରାୟ କହିଛି ଯେ ମୁଁ କିଛି କରିନାହିଁ, ମୋତେ ଫସାଇ ଦିଆଯାଇଛି। ସୂଚନାଯୋଗ୍ୟ ଆଜି କୋଲକାତା ସ୍ଥିତ ଆର.ଜି.କର ସରକାରୀ ହସ୍ପିଟାଲ ଓ ମେଡିକାଲ କଲେଜରେ ଜୁନିଅର ମହିଳା ଡାକ୍ଟରଙ୍କୁ ଦୁଷ୍କର୍ମ […]

କୋଲକାତା : ଆରଜି କର ହସ୍ପିଟାଲ୍ ଜୁନିଅର ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟ ନିଜକୁ ନିର୍ଦ୍ଦୋଷ ବୋଲି କହିବା ସହ ତାକୁ ଫସାଇ ଦିଆଯାଇଥିବା କହିଛି। ସୋମବାର କୋର୍ଟରୁ ବାହାରି ଜେଲ ଯିବା ସମୟରେ ସଞ୍ଜୟ ରାୟ କହିଛି ଯେ ମୁଁ କିଛି କରିନାହିଁ, ମୋତେ ଫସାଇ ଦିଆଯାଇଛି।
ସୂଚନାଯୋଗ୍ୟ ଆଜି କୋଲକାତା ସ୍ଥିତ ଆର.ଜି.କର ସରକାରୀ ହସ୍ପିଟାଲ ଓ ମେଡିକାଲ କଲେଜରେ ଜୁନିଅର ମହିଳା ଡାକ୍ଟରଙ୍କୁ ଦୁଷ୍କର୍ମ ହତ୍ୟା ମାମଲାରେ ଗିରଫ ସଞ୍ଜୟ ରାୟକୁ ଆଜି ସିଆଲ ଦା କୋର୍ଟରେ ସିବିଆଇ ହାଜର କରିଥିଲା। ଯେଉଁଠାରେ ଦେଶକୁ ଚକିତ କରି ଦେଇଥିବା ଏହି ଭୟଙ୍କର ବଳାତ୍କାର ଓ ହତ୍ୟା ଘଟଣାର ୮୭ ଦିନ ପରେ କୋର୍ଟ ଅଭିଯୁକ୍ତ ସଞ୍ଜୟ ରାୟ ବିରୋଧରେ ମାମଲା ରୁଜୁ କରିଛନ୍ତି। ଏଥି ସହିତ ନଭେମ୍ବର ୧୧ ରୁ କୋର୍ଟ ଏହି ଘଟଣାର ଶୁଣାଣି କରିବେ ଏବଂ ପ୍ରତିଦିନ ଅଭିଯୁକ୍ତ ସଞ୍ଜୟ ରାୟକୁ କୋର୍ଟରେ ହାଜର କରାଯିବ।
ତେବେ ଆଜି କୋର୍ଟରେ ହାଜର ହେବାପରେ ଜେଲ୍କୁ ପୁଲିସ ଜିପ୍ରେ ଫେରିବା ବେଳେ ଅଭିଯୁକ୍ତ ସଞ୍ଜୟ ରାୟ ଚିତ୍କାର କରି ନିଜକୁ ନିର୍ଦ୍ଦୋଷ ବୋଲି କହିବା ସହ ତାକୁ ଫସାଇ ଦିଆଯାଇଥିବା କହୁଥିଲା। ‘ମଁ କିଛି କରିନାହିଁ।ମୋତେ ସରକାର୍, ହସ୍ପିଟାଲ ପରିଚାଳନା କର୍ତ୍ତୃପକ୍ଷ ଫାସାଇ ଦେଇଛନ୍ତି। ମୋତେ କୋର୍ଟରେ ମୋ କଥା କହିବାକୁ ଦିଆ ଯାଉ ନାହିଁ ।’ ମୁଁ ନିର୍ଦ୍ଦୋଷ ମୋତେ ବଞ୍ଚାଅ ବୋଲି ବାରମ୍ବାର କହୁଥିଲା ଅଭିଯୁକ୍ତ ସଞ୍ଜୟ ରାୟ।