ପରମାଣୁ ହତିଆର ପ୍ରସ୍ତୁତ ରଖିବା ପାଇଁ ସଦସ୍ୟ ରାଷ୍ଟ୍ରଙ୍କ ଆଲୋଚନା କରୁଛୁ: ନାଟୋ ମୁଖ୍ୟ

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ଯୁଦ୍ଧ ଅନ୍ତ କେଉଁଠି ତାହା ଏବେ ବି ଅସ୍ପଷ୍ଟ ରହିଛି । ଏହାରି ଭିତରେ ରୁଷ ଏବଂ ଚୀନ ସମ୍ପର୍କ ନାଟୋର ଚିନ୍ତା ବଢାଇଛି । ଯେଉଁଥି ପାଇଁ ନାଟୋ ଏକ ବଡ଼ ପଦକ୍ଷେପ ଉପରେ ବିଚାର କରୁଛି । ନାଟୋ ଏବେ ଅଧିକ ପରିମାଣୁ ହତିଆରକୁ ଯେକୌଣସି ସ୍ଥିତିର ସାମନା ପାଇଁ ମୁତୟନ ରଖିବା ପାଇଁ ଯୋଜନା କରୁଛି ।ନାଟୋ ମୁଖ୍ୟ ଜେନ୍ସ ଷ୍ଟୋଲଟେନବର୍ଗ ସୋମବାର କହିଛନ୍ତି ଯେ ସଦସ୍ୟ ଦେଶଗୁଡ଼ିକ ସହ ପରମାଣୁ ଅସ୍ତ୍ରାଗାରରେ ପାରଦର୍ଶିତା ଆଣିବା ଉପରେ ଲଗାତାର ଆଲୋଚନା କରୁଛନ୍ତି । ସେ କହିଛନ୍ତି, 'କେତେ ପରିମାଣର ପରମାଣୁ ମୁୟତନ ହେବା ଦରକାର ଏବଂ କେତେ ପରିମାଣ ଗଚ୍ଛିତ ରଖାଯିବ ତାହା ଉପରେ ବିସ୍ତୃତରେ ଯିବି ନାହିଁ । କିନ୍ତୁ ଆମକୁ ଏହି ପ୍ରସଙ୍ଗରେ ଆଲୋଚନା କରିବା ଅଛି ।'ସେ କହିଛନ୍ତି ଯେ ଏହି ପାରଦର୍ଶିତା ଆମେ ଏକ ପରମାଣୁ ସଂଗଠନ ବୋଲି ଏକ ବୃହତ ସନ୍ଦେଶ ଦେବାରେ ସହାୟକ ହେବ । ଏହାସହ ସେ ସ୍ପଷ୍ଟ କରିଛନ୍ତି ଯେ ନାଟୋର ଉଦ୍ଦେଶ୍ୟ ନିଶ୍ଚିତ ରୂପେ ଏକ ପରମାଣୁ ରହିତ ଦୁନିଆ । କିନ୍ତୁ ଯେପର୍ଯ୍ୟନ୍ତ ପରମାଣୁ ହତିଆର ଅଛି, ଆମେ ଏକ ପରମାଣୁ ସଂଗଠନ ହୋଇ ରହିବୁ । କାରଣ ଏକ ଏପରି ବିଶ୍ୱ, ଯେଉଁଠି ରୁଷ, ଚୀନ ଏବଂ ଉତ୍ତର କୋରିଆ ପାଖରେ ପରମାଣୁ ରହିବ ଏବଂ ନାଟୋ ପାଖରେ ନଥିବ, ତାହା ଅଧିକ ବିପଦଜନକ ହେବ ।

ପରମାଣୁ ହତିଆର ପ୍ରସ୍ତୁତ ରଖିବା ପାଇଁ ସଦସ୍ୟ ରାଷ୍ଟ୍ରଙ୍କ ଆଲୋଚନା କରୁଛୁ: ନାଟୋ ମୁଖ୍ୟ

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ଯୁଦ୍ଧ ଅନ୍ତ କେଉଁଠି ତାହା ଏବେ ବି ଅସ୍ପଷ୍ଟ ରହିଛି । ଏହାରି ଭିତରେ ରୁଷ ଏବଂ ଚୀନ ସମ୍ପର୍କ ନାଟୋର ଚିନ୍ତା ବଢାଇଛି । ଯେଉଁଥି ପାଇଁ ନାଟୋ ଏକ ବଡ଼ ପଦକ୍ଷେପ ଉପରେ ବିଚାର କରୁଛି । ନାଟୋ ଏବେ ଅଧିକ ପରିମାଣୁ ହତିଆରକୁ ଯେକୌଣସି ସ୍ଥିତିର ସାମନା ପାଇଁ ମୁତୟନ ରଖିବା ପାଇଁ ଯୋଜନା କରୁଛି ।

ନାଟୋ ମୁଖ୍ୟ ଜେନ୍ସ ଷ୍ଟୋଲଟେନବର୍ଗ ସୋମବାର କହିଛନ୍ତି ଯେ ସଦସ୍ୟ ଦେଶଗୁଡ଼ିକ ସହ ପରମାଣୁ ଅସ୍ତ୍ରାଗାରରେ ପାରଦର୍ଶିତା ଆଣିବା ଉପରେ ଲଗାତାର ଆଲୋଚନା କରୁଛନ୍ତି । ସେ କହିଛନ୍ତି, 'କେତେ ପରିମାଣର ପରମାଣୁ ମୁୟତନ ହେବା ଦରକାର ଏବଂ କେତେ ପରିମାଣ ଗଚ୍ଛିତ ରଖାଯିବ ତାହା ଉପରେ ବିସ୍ତୃତରେ ଯିବି ନାହିଁ । କିନ୍ତୁ ଆମକୁ ଏହି ପ୍ରସଙ୍ଗରେ ଆଲୋଚନା କରିବା ଅଛି ।'

ସେ କହିଛନ୍ତି ଯେ ଏହି ପାରଦର୍ଶିତା ଆମେ ଏକ ପରମାଣୁ ସଂଗଠନ ବୋଲି ଏକ ବୃହତ ସନ୍ଦେଶ ଦେବାରେ ସହାୟକ ହେବ । ଏହାସହ ସେ ସ୍ପଷ୍ଟ କରିଛନ୍ତି ଯେ ନାଟୋର ଉଦ୍ଦେଶ୍ୟ ନିଶ୍ଚିତ ରୂପେ ଏକ ପରମାଣୁ ରହିତ ଦୁନିଆ । କିନ୍ତୁ ଯେପର୍ଯ୍ୟନ୍ତ ପରମାଣୁ ହତିଆର ଅଛି, ଆମେ ଏକ ପରମାଣୁ ସଂଗଠନ ହୋଇ ରହିବୁ । କାରଣ ଏକ ଏପରି ବିଶ୍ୱ, ଯେଉଁଠି ରୁଷ, ଚୀନ ଏବଂ ଉତ୍ତର କୋରିଆ ପାଖରେ ପରମାଣୁ ରହିବ ଏବଂ ନାଟୋ ପାଖରେ ନଥିବ, ତାହା ଅଧିକ ବିପଦଜନକ ହେବ ।