ବାରବାଟୀରେ ମ୍ୟାଚ୍‌ ସହ ସିରିଜ୍‌ ଜିତିଲା ଟିମ୍‌ ଇଣ୍ଡିଆ, ୪ ଓ୍ୱିକେଟ୍‌ରେ ଇଂଲଣ୍ଡକୁ କଲା ପରାସ୍ତ

କଟକ: ବାରବାଟୀରେ ଭାରତର ସହଜ ବିଜୟ। ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ଦିନିକିଆ ମ୍ୟାଚରେ ଜିତିଲା ଭାରତ। ଭାରତ ସମ୍ମୁଖରେ ୩୦୫ ରନର ଟାର୍ଗେଟ ଦେଇଥିଲା ଇଂଲଣ୍ଡ। କ୍ୟାପଟେନ୍‌ ରୋହିତଙ୍କ ବିସ୍ଫୋରକ ଶତକ ବଳରେ ଭାରତ ବିଜୟ ହାସଲ କରିଛି। ୪ ଓ୍ୱିକେଟ୍‌ ଇଂଲଣ୍ଡ ପରାସ୍ତ ହୋଇଛି। ୩୩ ବଲ ବାକିଥାଇ ଭାରତ ଏ ବିଜୟ ଲକ୍ଷ୍ୟ ହାସଲ କରିଛି।ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୪୯.୫ ଓଭରରେ ୩୦୪ ରନରେ ଅଲଆଉଟ ହୋଇଥିଲା। ଦଳ ପକ୍ଷରୁ ଜୋ ରୁଟ ସର୍ବାଧିକ ୬୯ ରନ କରିଥିବା ବେଳେ ବେନ ଡକେଟ ୬୫ ରନ କରିଥିଲେ। ଅନ୍ୟ ପକ୍ଷରେ ଭାରତ ପକ୍ଷରୁ ସଫଳତମ ବୋଲର ଭାବରେ ଜାଡେଜା ୩ ୱିକେଟ ନେଇଥିଲେ। ମହମ୍ମଦ ଶାମି, ହର୍ଷିତ ରାଣା, ହାର୍ଦ୍ଦିକ ପାଣ୍ଡ୍ୟା ଓ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏ ୱିକେଟ ନେଇଥିଲେ।ରବିବାର ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଭାରତର ଷ୍ଟାର ବ୍ୟାଟର ବିରାଟ କୋହଲି ଏହି ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିଥିଲେ। ଅନ୍ୟ ପକ୍ଷରେ ବରୁଣ ଚକ୍ରବର୍ତ୍ତୀ ଏହି ମ୍ୟାଚରେ ଦିନିକିଆରେ ଡେବ୍ୟୁ କରିଥିଲେ। ଇଂଲଣ୍ଡ ଟସ ଜିତି ବ୍ୟାଟିଂ କରିଥିବା ବେଳେ ଫିଲିପ ସଲ୍ଟ(୨୬) ଓ ବେନ ଡକେଟ(୬୫) ପ୍ରଥମ ୱିକେଟରେ ୮୧ ରନ ଯୋଡିଥିଲେ। ୬୫ ବଲରେ ଉଭୟ ୮୧ ରନ ଯୋଡିଥିବା ବେଳେ ସଲ୍ଟଙ୍କୁ ଆଉଟ କରି ଏହି ଯୋଡି ଭାଙ୍ଗିଥିଲେ ଡେବ୍ୟୁଟାଣ୍ଟ ବରୁଣ ଚକ୍ରବର୍ତ୍ତୀ।ଦୀର୍ଘ ଦିନ ଧରି ଖରାପ ଫର୍ମ ସହ ସଂଘର୍ଷ କରୁଥିବା ରୋହିତ ବଡ଼ ସ୍କୋ

ବାରବାଟୀରେ ମ୍ୟାଚ୍‌ ସହ ସିରିଜ୍‌ ଜିତିଲା ଟିମ୍‌ ଇଣ୍ଡିଆ, ୪ ଓ୍ୱିକେଟ୍‌ରେ ଇଂଲଣ୍ଡକୁ କଲା ପରାସ୍ତ

କଟକ: ବାରବାଟୀରେ ଭାରତର ସହଜ ବିଜୟ। ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ଦିନିକିଆ ମ୍ୟାଚରେ ଜିତିଲା ଭାରତ। ଭାରତ ସମ୍ମୁଖରେ ୩୦୫ ରନର ଟାର୍ଗେଟ ଦେଇଥିଲା ଇଂଲଣ୍ଡ। କ୍ୟାପଟେନ୍‌ ରୋହିତଙ୍କ ବିସ୍ଫୋରକ ଶତକ ବଳରେ ଭାରତ ବିଜୟ ହାସଲ କରିଛି। ୪ ଓ୍ୱିକେଟ୍‌ ଇଂଲଣ୍ଡ ପରାସ୍ତ ହୋଇଛି। ୩୩ ବଲ ବାକିଥାଇ ଭାରତ ଏ ବିଜୟ ଲକ୍ଷ୍ୟ ହାସଲ କରିଛି।

ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୪୯.୫ ଓଭରରେ ୩୦୪ ରନରେ ଅଲଆଉଟ ହୋଇଥିଲା। ଦଳ ପକ୍ଷରୁ ଜୋ ରୁଟ ସର୍ବାଧିକ ୬୯ ରନ କରିଥିବା ବେଳେ ବେନ ଡକେଟ ୬୫ ରନ କରିଥିଲେ। ଅନ୍ୟ ପକ୍ଷରେ ଭାରତ ପକ୍ଷରୁ ସଫଳତମ ବୋଲର ଭାବରେ ଜାଡେଜା ୩ ୱିକେଟ ନେଇଥିଲେ। ମହମ୍ମଦ ଶାମି, ହର୍ଷିତ ରାଣା, ହାର୍ଦ୍ଦିକ ପାଣ୍ଡ୍ୟା ଓ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏ ୱିକେଟ ନେଇଥିଲେ।

ରବିବାର ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଭାରତର ଷ୍ଟାର ବ୍ୟାଟର ବିରାଟ କୋହଲି ଏହି ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିଥିଲେ। ଅନ୍ୟ ପକ୍ଷରେ ବରୁଣ ଚକ୍ରବର୍ତ୍ତୀ ଏହି ମ୍ୟାଚରେ ଦିନିକିଆରେ ଡେବ୍ୟୁ କରିଥିଲେ। ଇଂଲଣ୍ଡ ଟସ ଜିତି ବ୍ୟାଟିଂ କରିଥିବା ବେଳେ ଫିଲିପ ସଲ୍ଟ(୨୬) ଓ ବେନ ଡକେଟ(୬୫) ପ୍ରଥମ ୱିକେଟରେ ୮୧ ରନ ଯୋଡିଥିଲେ। ୬୫ ବଲରେ ଉଭୟ ୮୧ ରନ ଯୋଡିଥିବା ବେଳେ ସଲ୍ଟଙ୍କୁ ଆଉଟ କରି ଏହି ଯୋଡି ଭାଙ୍ଗିଥିଲେ ଡେବ୍ୟୁଟାଣ୍ଟ ବରୁଣ ଚକ୍ରବର୍ତ୍ତୀ।

ଦୀର୍ଘ ଦିନ ଧରି ଖରାପ ଫର୍ମ ସହ ସଂଘର୍ଷ କରୁଥିବା ରୋହିତ ବଡ଼ ସ୍କୋର କରିଛନ୍ତି ।  ରୋହିତ ଶର୍ମା ୭୬ ବଲରେ ଶତକ ପୂରଣ କରିଛନ୍ତି । ଦିନିକିଆରେ ଏହା ତାଙ୍କର ୩୨ ତମ ଶତକ । ଶତକ ପୂରା କରିବା ବେଳକୁ ରୋହିତ ୯ ଚୌକା ଓ ୭ ଛକା ମାରିଥିଲେ। ରୋହିତ ଶର୍ମା ଆଦିଲ ରସିଦଙ୍କ ବଲରେ ଛକା ମାରି ଶତକ ପୂରଣ କରିଛନ୍ତି । ଶେଷରେ ୧୧୯ ରନ୍ କରି ପାଭିଲିୟନ୍ ଫେରିଥିଲେ ରୋହିତ ଶର୍ମା।