ସରକାରଙ୍କୁ ପ୍ରିୟଙ୍କା ଗାନ୍ଧିଙ୍କ ପ୍ରଶ୍ନ, ୟୁପି ହାଥରସର ଘଟଣା ପାଇଁ ଦାୟୀ କିଏ?
ନୂଆଦିଲ୍ଲୀ ୩।୭: କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଉତ୍ତରପ୍ରଦେଶ ହାଥରସ୍ ଦଳାଚକଟା ଘଟଣାରେ ଶତାଧିକ ଲୋକଙ୍କ ମୃତ୍ୟୁକୁ ନେଇ ବୁଧବାର ଶୋକ ପ୍ରକଟ କରିଛନ୍ତି ଓ ପ୍ରଶ୍ନ କରିଛନ୍ତି ଏହି ଦୁଃଖଦ ଘଟଣା ପାଇଁ ଦାୟୀ କିଏ? ସେ ଏହା ମଧ୍ୟ କହିଛନ୍ତି ଯେ ଘଟଣାକୁ ଚପାଇ ଦେବା ବଦଳେ ସରକାରଙ୍କ ଦାୟିତ୍ୱ କାର୍ଯ୍ୟାନୁଷ୍ଠାନ କରନ୍ତୁ ଓ ଏପରି ଘଟଣା ରୋକିବାକୁ ଯୋଜନା ପ୍ରସ୍ତୁତ କରନ୍ତୁ, ହେଲେ ଏହା ହେଉ ନାହିଁ। ହାଥରସରେ ମଙ୍ଗଳବାର ଏକ ସତସଙ୍ଗ କାର୍ଯ୍ୟକ୍ରମ କାଳରେ ଦଳାଚକଟା ହେବା ଯୋଗୁ ୧୨୧ ଜଣଙ୍କ ମୃତ୍ୟୁ ହୋଇଛି ଓ ଅନେକ ଲୋକ ଆହତ ହୋଇଛନ୍ତି। ଏ ନେଇ ପ୍ରିୟଙ୍କା ଗାନ୍ଧି ‘ଏକ୍ସ’ରେ ଏକ ପୋଷ୍ଟ କରିଛନ୍ତି। ଲେଖିଛନ୍ତି ‘ଅନୁମତି ଠାରୁ ୩ ଗୁଣା ଅଧିକ ଭିଡ, ଘଟଣାସ୍ଥଳରେ ପ୍ରଶାସନର ଅନୁପସ୍ଥିତି, ଭିଡ ନିୟନ୍ତ୍ରଣର ବ୍ୟବସ୍ଥା ନାହିଁ, ଭୀଷଣ ଗରମରେ ଲୋକଙ୍କୁ ଆଶ୍ୱସ୍ତ କରିବାର ବ୍ୟବସ୍ଥା ନାହିଁ, ମେଡିକାଲ ଟିମ୍ ନାହିଁ, ଘଟଣା ପରେ ଆମ୍ବୁଲାନ୍ସ ନାହିଁ, ସହାୟତା ନିମନ୍ତେ ଫୋର୍ସଙ୍କ ଅନୁପସ୍ଥିତି, ହସ୍ପିଟାଲରେ ଡାକ୍ତର କି ସୁବିଧା ନାହିଁ...ଉଦାସୀନତାର ଏତେ ଲମ୍ବାଲିଷ୍ଟ ହେଲେ କେହି ଉତ୍ତରଦାୟୀ ନାହିଁ’।अनुमति से तीन गुना ज्यादा भीड़, मौके पर प्रशासन नहीं, भीड़ मैनेजमेंट का इंतजाम नहीं, भीषण गर्मी से बचने का कोई उपाय नहीं, कोई मेडिकल टीम नहीं, घटना के बाद एंबुलेंस नहीं, म
ନୂଆଦିଲ୍ଲୀ ୩।୭: କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଉତ୍ତରପ୍ରଦେଶ ହାଥରସ୍ ଦଳାଚକଟା ଘଟଣାରେ ଶତାଧିକ ଲୋକଙ୍କ ମୃତ୍ୟୁକୁ ନେଇ ବୁଧବାର ଶୋକ ପ୍ରକଟ କରିଛନ୍ତି ଓ ପ୍ରଶ୍ନ କରିଛନ୍ତି ଏହି ଦୁଃଖଦ ଘଟଣା ପାଇଁ ଦାୟୀ କିଏ? ସେ ଏହା ମଧ୍ୟ କହିଛନ୍ତି ଯେ ଘଟଣାକୁ ଚପାଇ ଦେବା ବଦଳେ ସରକାରଙ୍କ ଦାୟିତ୍ୱ କାର୍ଯ୍ୟାନୁଷ୍ଠାନ କରନ୍ତୁ ଓ ଏପରି ଘଟଣା ରୋକିବାକୁ ଯୋଜନା ପ୍ରସ୍ତୁତ କରନ୍ତୁ, ହେଲେ ଏହା ହେଉ ନାହିଁ।
ହାଥରସରେ ମଙ୍ଗଳବାର ଏକ ସତସଙ୍ଗ କାର୍ଯ୍ୟକ୍ରମ କାଳରେ ଦଳାଚକଟା ହେବା ଯୋଗୁ ୧୨୧ ଜଣଙ୍କ ମୃତ୍ୟୁ ହୋଇଛି ଓ ଅନେକ ଲୋକ ଆହତ ହୋଇଛନ୍ତି। ଏ ନେଇ ପ୍ରିୟଙ୍କା ଗାନ୍ଧି ‘ଏକ୍ସ’ରେ ଏକ ପୋଷ୍ଟ କରିଛନ୍ତି। ଲେଖିଛନ୍ତି ‘ଅନୁମତି ଠାରୁ ୩ ଗୁଣା ଅଧିକ ଭିଡ, ଘଟଣାସ୍ଥଳରେ ପ୍ରଶାସନର ଅନୁପସ୍ଥିତି, ଭିଡ ନିୟନ୍ତ୍ରଣର ବ୍ୟବସ୍ଥା ନାହିଁ, ଭୀଷଣ ଗରମରେ ଲୋକଙ୍କୁ ଆଶ୍ୱସ୍ତ କରିବାର ବ୍ୟବସ୍ଥା ନାହିଁ, ମେଡିକାଲ ଟିମ୍ ନାହିଁ, ଘଟଣା ପରେ ଆମ୍ବୁଲାନ୍ସ ନାହିଁ, ସହାୟତା ନିମନ୍ତେ ଫୋର୍ସଙ୍କ ଅନୁପସ୍ଥିତି, ହସ୍ପିଟାଲରେ ଡାକ୍ତର କି ସୁବିଧା ନାହିଁ...ଉଦାସୀନତାର ଏତେ ଲମ୍ବାଲିଷ୍ଟ ହେଲେ କେହି ଉତ୍ତରଦାୟୀ ନାହିଁ’।
अनुमति से तीन गुना ज्यादा भीड़, मौके पर प्रशासन नहीं, भीड़ मैनेजमेंट का इंतजाम नहीं, भीषण गर्मी से बचने का कोई उपाय नहीं, कोई मेडिकल टीम नहीं, घटना के बाद एंबुलेंस नहीं, मदद के लिए फोर्स नहीं, अस्पताल में डॉक्टर और सुविधाएं नहीं... लापरवाहियों की इतनी लंबी लिस्ट लेकिन किसी की…— Priyanka Gandhi Vadra (@priyankagandhi) July 3, 2024
ପ୍ରିୟଙ୍କା ପ୍ରଶ୍ନ କରିଛନ୍ତି ଯେ ହାଥରସରେ ଯେଉଁ ଦୁଃଖଦ ଘଟଣା ଘଟିଛି, ଏଥି ପାଇଁ ଦାୟୀ କିଏ? ପ୍ରିୟଙ୍କା ଗାନ୍ଧି କହିଛନ୍ତି ଯେ କେବେ ପୋଲ ଛିଡିପଡିବା ଯୋଗୁ ତ ଆଉ କେବେ ରେଳ ଦୁର୍ଘଟଣା ଯୋଗୁ ଆଉ କେବେ ଦଳାଚକଟାରେ ଶହଶହ ମୃତ୍ୟୁ ହୁଏ। ଏଥିରେ ଘଟଣାକୁ ଚପାଇ ଦେବା ବଦଳେ ସରକାରଙ୍କ ଦାୟିତ୍ୱ କାର୍ଯ୍ୟାନୁଷ୍ଠାନ କରିବା ଓ ଏପରି ଦୁର୍ଘଟଣା ରୋକିବାକୁ ଯୋଜନା ପ୍ରସ୍ତୁତ କରିବା। ହେଲେ ଉତ୍ତରଦାୟିତ୍ୱ ଧାର୍ଯ୍ୟ ହେଉ ନାହିଁ ଓ ଏପରି ଘଟଣା ବଢିବଢି ଚାଲିଛି। ଏହା ବାସ୍ତବିକ ଦୁଃଖଦ ବୋଲି ପ୍ରିୟଙ୍କା ଉଲ୍ଲେଖ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ୧୨୧ ଜଣଙ୍କ ମୃତ୍ୟୁକୁ ନେଇ କାର୍ଯ୍ୟକ୍ରମର ଆୟୋଜକଙ୍କ ବିରୋଧରେ ମକଦ୍ଦମା ତ ରୁଜୁ ହୋଇଛି ହେଲେ ଏପର୍ଯ୍ୟନ୍ତ ମାମଲାରେ ଜଣକୁ ବି ଗିରଫ କରାଯାଇନି। ହାଥରସରେ କାର୍ଯ୍ୟକ୍ରମ ଆୟୋଜନ କରିଥିବା ବାବାଙ୍କ ସେବକ ଓ ଆୟୋଜକ ଘଟଣାର ୨୪ ଘଣ୍ଟା ପରେ ବି ପୋଲିସ ପହଞ୍ଚରୁ ଦୂରରେ। ତେବେ ସବୁଠୁ ଯାହା ଆଶ୍ଚର୍ଯ୍ୟକର ତାହା ହେଉଛି ରାଜ୍ୟ ତଥା ଦେଶର ଶୀର୍ଷ ନେତାମାନେ ସତସଙ୍ଗରେ ପ୍ରବଚନ ଦେଇଥିବା ବାବାର ନାଁ ମଧ୍ୟ ନେଉ ନାହାନ୍ତି।