ଚକ-ଅଖ ଡେରା ନୀତି ସମ୍ପନ୍ନ, ତିନି ରଥର ୩୬ଟି ଚକ ହେଲା ସଂଯୋଗ
ପୁରୀ: ସମ୍ପନ୍ନ ହେଲା ରଥ ଚକ-ଅଖ ଡେରା ନୀତି । ତିନି ରଥର ୩୬ଟି ଚକ ସହ ସଂଯୋଗ ହୋଇଛି ୧୮ଟି ଅଖ। ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ବିଶ୍ଵକର୍ମାମାନେ ରଥ ନିର୍ମାଣର ଆଉ ଗୋଟିଏ ପର୍ଯ୍ୟାୟ କାର୍ଯ୍ୟ ଶେଷ କରିଛନ୍ତି । ଗତ ଭଉଁରୀ ଉତ୍ସବ ଦିନ ମହାପ୍ରଭୁଙ୍କ ଆଜ୍ଞାମାଳ ରଥଖଳାକୁ ଆସିବା ପରେ ଭୋଇ ସେବକମାନେ ଛଅଟି ଚକ ସହ ତିନୋଟି ଅଖ ସଂଯୋଗ କରିଥିଲେ । ଆଜି ସମସ୍ତ ଚକ ଅଖ ଡେରା ନୀତି ସମ୍ପନ୍ନ କରିଛନ୍ତି । ତିନି ରଥର ୩୬ ଟି ଚକ ସହିତ ୧୮ ଟି ଅଖ ସଂଯୋଗ କରି ଭୋଇ ସେବକମାନେ ଏହି କାର୍ଯ୍ୟ ସମ୍ପାଦନା କରିଛନ୍ତି । ତେବେ ଚକ ଅଖ ଡେରା ଯିବା ପରେ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆହୁରି ଦ୍ରୁତ ଗତିରେ ଆଗେଇ ଚାଲିଛି । Also read: ପୁରୁଣା ‘ମୂଷା’ ହେଉ କି ନୂଆ ‘ମୂଷା’, ଦଣ୍ଡ ନିଶ୍ଚିତ ପାଇବେଜୁନ୍ ୨୭ରେ ମହାପ୍ରଭୁଙ୍କର ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ତିନି ରଥର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ଗତ ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ଭୋଇ ସେବକମାନେ ତିନି ରଥର ଛଅଟି ଚକ ସହିତ ତିନୋଟି ଅଖ ସଂଯୋଗ କରିବା ପରେ ଆଜି ବିଶ୍ଵକର୍ମାଙ୍କ ନିର୍ଦ୍ଦେଶ କ୍ରମେ ଅନ୍ୟ ସମସ୍ତ ଚକ ସହିତ ଅଖ ସଂଯୋଗ କରିଛନ୍ତି ଭୋଇ ସେବକମାନେ ଏଥି ସହ ତିନି ରଥର ଦଣ୍ଡା ଫ୍ରେମର ବିଭିନ୍ନ ଅଂଶ ନମ୍ବରିଙ୍ଗ ହୋଇ କଳସା ପାଇଁ ମାପ ଚିହ୍ନ ଗାରିଆ ଶେଷ ହୋଇଛି। ଦଣ୍ଡା ଫ୍ରେମ ଖୋଲାଯାଇ ପାଞ୍ଚ ଦଣ୍ଡାରେ ଲାଗିଥିବା ବ
ପୁରୀ: ସମ୍ପନ୍ନ ହେଲା ରଥ ଚକ-ଅଖ ଡେରା ନୀତି । ତିନି ରଥର ୩୬ଟି ଚକ ସହ ସଂଯୋଗ ହୋଇଛି ୧୮ଟି ଅଖ। ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ବିଶ୍ଵକର୍ମାମାନେ ରଥ ନିର୍ମାଣର ଆଉ ଗୋଟିଏ ପର୍ଯ୍ୟାୟ କାର୍ଯ୍ୟ ଶେଷ କରିଛନ୍ତି । ଗତ ଭଉଁରୀ ଉତ୍ସବ ଦିନ ମହାପ୍ରଭୁଙ୍କ ଆଜ୍ଞାମାଳ ରଥଖଳାକୁ ଆସିବା ପରେ ଭୋଇ ସେବକମାନେ ଛଅଟି ଚକ ସହ ତିନୋଟି ଅଖ ସଂଯୋଗ କରିଥିଲେ । ଆଜି ସମସ୍ତ ଚକ ଅଖ ଡେରା ନୀତି ସମ୍ପନ୍ନ କରିଛନ୍ତି । ତିନି ରଥର ୩୬ ଟି ଚକ ସହିତ ୧୮ ଟି ଅଖ ସଂଯୋଗ କରି ଭୋଇ ସେବକମାନେ ଏହି କାର୍ଯ୍ୟ ସମ୍ପାଦନା କରିଛନ୍ତି । ତେବେ ଚକ ଅଖ ଡେରା ଯିବା ପରେ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆହୁରି ଦ୍ରୁତ ଗତିରେ ଆଗେଇ ଚାଲିଛି ।
Also read: ପୁରୁଣା ‘ମୂଷା’ ହେଉ କି ନୂଆ ‘ମୂଷା’, ଦଣ୍ଡ ନିଶ୍ଚିତ ପାଇବେ
ଜୁନ୍ ୨୭ରେ ମହାପ୍ରଭୁଙ୍କର ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ତିନି ରଥର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ଗତ ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ଭୋଇ ସେବକମାନେ ତିନି ରଥର ଛଅଟି ଚକ ସହିତ ତିନୋଟି ଅଖ ସଂଯୋଗ କରିବା ପରେ ଆଜି ବିଶ୍ଵକର୍ମାଙ୍କ ନିର୍ଦ୍ଦେଶ କ୍ରମେ ଅନ୍ୟ ସମସ୍ତ ଚକ ସହିତ ଅଖ ସଂଯୋଗ କରିଛନ୍ତି ଭୋଇ ସେବକମାନେ ଏଥି ସହ ତିନି ରଥର ଦଣ୍ଡା ଫ୍ରେମର ବିଭିନ୍ନ ଅଂଶ ନମ୍ବରିଙ୍ଗ ହୋଇ କଳସା ପାଇଁ ମାପ ଚିହ୍ନ ଗାରିଆ ଶେଷ ହୋଇଛି। ଦଣ୍ଡା ଫ୍ରେମ ଖୋଲାଯାଇ ପାଞ୍ଚ ଦଣ୍ଡାରେ ଲାଗିଥିବା ବିଭିନ୍ନ ଅଂଶ ଗୁଡିକର କାପ, କଳଶା ଏବଂ ବିନ୍ଧ କାର୍ଯ୍ୟ ଜାରି ରହିଛି। ସେପଟେ ସ୍ନାନ ଯାତ୍ରା ଓ ରଥଯାତ୍ରା ନୀତି କାନ୍ତିକୁ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ହୋଇଛି ଗୁରୁତ୍ବପୂର୍ଣ୍ଣ ବୈଠକ ।

ସେହିପରି ପବିତ୍ର ସ୍ନାନ ପୂର୍ଣ୍ଣିମା ପୂର୍ବରୁ ତିନି ରଥରେ ଚାରି ନାହାକା ଉଠିବ ବୋଲି କହିଛନ୍ତି ମୁଖ୍ୟ ବିଶ୍ଵକର୍ମା। ତିନି ରଥର ଚାରି ନାହାକାର ଚଉପଟ କାର୍ଯ୍ୟ ଶେଷ ହୋଇଛି । ବିଶ୍ଵକର୍ମାମାନେ ଦଣ୍ଡା ଫ୍ରେମ ଖୋଲିବା ପରେ ପାଞ୍ଚଦଣ୍ଡାରେ ଲାଗିଥିବା ଅଂଶ ଗୁଡିକର କାପ, କଳଶା ଏବଂ ବିନ୍ଧ କାର୍ଯ୍ୟ ଆରମ୍ଭ କରିଛନ୍ତି । ଜଗତପୃଷ୍ଠ ଶେଣୀର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।ଦୋଳବେଦୀର ଅସ୍ଥାୟୀ କମାର ଶାଳରେ କମାର ସେବକମାନେ ତିନି ରଥର ଦଣ୍ଡା, ଗୟଳ, ଗରଗରା କଣ୍ଟା ନିର୍ମାଣ ଜାରି ରଖିଥିବାବେଳେ ଏବେ ଏହା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
ସେପଟେ ପବିତ୍ର ସ୍ନାନ ପୂର୍ଣ୍ଣିମା ଦିନ ଅଗଣିତ ଭକ୍ତଙ୍କୁ ହାତୀ ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ଏଥିପାଇଁ ପାରମ୍ପରିକ ବେଶ କାରିଗରମାନେ ଗତ ଅକ୍ଷୟ ତୃତୀୟା ଠାରୁ ହାତୀବେଶ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସେପଟେ ସ୍ନାନ ଯାତ୍ରା ଓ ରଥଯାତ୍ରା ପାଇଁ ଚୁଡାନ୍ତ ହୋଇଥିବା ସମସ୍ତ ନୀତି ନିର୍ଘଣ୍ଟ କିଭଳି ଶାନ୍ତି ଶୃଙ୍ଖଳାର ସହ କରାଯିବ ସେନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ହୋଇଛି ବୈଠକ । ବୈଠକରେ ଶ୍ରୀମନ୍ଦିର ନୀତି, ଉନ୍ନୟନ ପ୍ରଶାସକ ସହିତ ନୀତିକାନ୍ତି ସହିତ ଜଡ଼ିତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ବୈଠକରେ ସ୍ନାନ ଯାତ୍ରା ଓ ଘୋଷଯାତ୍ରା ନୀତି କାନ୍ତିକୁ ଶୃଙ୍ଖଳିତ କରିବା, ପହଣ୍ଡି ବିଜେ ନୀତି ନିର୍ଦ୍ଧାରିତ ସମୟରେ ସମାପନ କରିବା ଏବଂ ପ୍ରଶାସନ ସହିତ ସେବାୟତ ମାନେ ସମନ୍ବୟ ରଖି ସମସ୍ତ କାର୍ଯ୍ୟ କରିବାକୁ ବୈଠକରେ ଜିଲ୍ଲାପାଳ ସେବାୟତଙ୍କୁ ଅନୁରୋଧ କରିଥିଲେ।ସେହିପରି ପହଣ୍ଡିକୁ ଶୃଙ୍ଖଳିତ କରିବା ପାଇଁ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଉଛି ବୋଲି କହିଛନ୍ତି ଜିଲ୍ଲାପାଳ । ପବିତ୍ର ସ୍ନାନ ଯାତ୍ରା ଓ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି ।