ଖସୁଛି ପାରଦ: ୨୧ ପର୍ଯ୍ୟନ୍ତ ରହିବ କୁହୁଡ଼ିର ଆସ୍ତରଣ
ଭୁବନେଶ୍ୱର,୧୯ା୧୧: ରାଜ୍ୟରେ ଗତ କିଛିଦିନ ହେଲା ପାରଦ ଖସିବାରେ ଲାଗିଛି। ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ବଢୁଥିବା ଦେଖିବାକୁ ମିଳୁଛି। ରାଜ୍ୟର କୋଇଡ଼ାରେ ବିଭିନ୍ନ ସ୍ଥାନରେ କୁହୁଡି ଦେଖାଯିବା ସହ ଗାଡିମୋଟର, ଗଛପତ୍ର ଉପରେ କାକର ଶୋଭାବର୍ଦ୍ଧନ କରୁଛି। ସେହିପରି ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କଳାହାଣ୍ଡି ଓ କନ୍ଧମାଳ ଜିଲାର କିଛି ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଆଗକୁ ଶୀତ ସହ କୁହୁଡ଼ି ପରିମାଣ ଆହୁରି ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ […] The post ଖସୁଛି ପାରଦ: ୨୧ ପର୍ଯ୍ୟନ୍ତ ରହିବ କୁହୁଡ଼ିର ଆସ୍ତରଣ appeared first on Dharitri Odia News.
ଭୁବନେଶ୍ୱର,୧୯ା୧୧: ରାଜ୍ୟରେ ଗତ କିଛିଦିନ ହେଲା ପାରଦ ଖସିବାରେ ଲାଗିଛି। ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ବଢୁଥିବା ଦେଖିବାକୁ ମିଳୁଛି। ରାଜ୍ୟର କୋଇଡ଼ାରେ ବିଭିନ୍ନ ସ୍ଥାନରେ କୁହୁଡି ଦେଖାଯିବା ସହ ଗାଡିମୋଟର, ଗଛପତ୍ର ଉପରେ କାକର ଶୋଭାବର୍ଦ୍ଧନ କରୁଛି।
ସେହିପରି ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କଳାହାଣ୍ଡି ଓ କନ୍ଧମାଳ ଜିଲାର କିଛି ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଆଗକୁ ଶୀତ ସହ କୁହୁଡ଼ି ପରିମାଣ ଆହୁରି ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି।
ଅନେକ ସ୍ଥାନରେ ରାତିରେ ଶୀତ ଓ କୁହୁଡ଼ି ପ୍ରକୋପ ଦେଖିବାକୁ ମିଳୁଥିଲେ ମଧ୍ୟ ଦିନ ତାପମାତ୍ରା ଅଧିକ ରହୁଛି। ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ତାପମାତ୍ରା ସ୍ବାଭାବିକଠାରୁ କମ୍ ରହୁଛି। ହେଲେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲାରେ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହୁଛି।
ମାଲକାନଗିରି, ନୂଆପଡ଼ା ଓ ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୨.୪ ଡିଗ୍ରୀ ସେଲସିୟସ୍ ରହିଥିବା ବେଳେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦.୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ତେବେ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସାମାନ୍ୟରୁ ମଧ୍ୟମଧରଣର କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିବ। ବିଶେଷକରି ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, କଳାହାଣ୍ଡି ଓ କନ୍ଧମାଳର ଗୋଟିଏ ଦୁଇଟି ସ୍ଥାନରେ କୁହୁଡ଼ି ପଡ଼ିବ ବୋଲି ସୂଚନା ଦିଆଯାଇଛି।
The post ଖସୁଛି ପାରଦ: ୨୧ ପର୍ଯ୍ୟନ୍ତ ରହିବ କୁହୁଡ଼ିର ଆସ୍ତରଣ appeared first on Dharitri Odia News.