ସମାଧାନ କରିବାକୁ ଯାଇଥିଲେ: ମହିଳା ପୋଲିସଙ୍କୁ ତୀର ମାଡ଼ କଲେ….
ପାଟନା,୨୪।୯: ବିହାରର ଅରରିଆ ଜିଲା ମହଲଗାଓଁ ଥାନା ପୋଖରିଆ ଗ୍ରାମରେ ଏକ ଜମି ବିବାଦର ସମାଧାନ କରିବା ପାଇଁ ପହଞ୍ଚିଥିବା ପୋଲିସ ଟିମ୍ ଉପରେ ସ୍ଥାନୀୟ ଲୋକେ ଆକ୍ରମଣ କରିଛନ୍ତି। ଗ୍ରାମର ଏକ ଜମିରେ ବାଉଁଶ ବନ୍ଧା ଯାଇଥିବାକୁ ନେଇ ୨ ପକ୍ଷ ମଧ୍ୟରେ ଉତ୍ତେଜନା ଦେଖାଯାଇଥିଲା। ଭିଡ଼ ମଧ୍ୟରେ କିଛି ଅସାମାଜିକ ଲୋକ ଧନୁ ଏବଂ ତୀରରେ ପୋଲିସକୁ ଆକ୍ରମଣ କରିଥିଲେ। ଆକ୍ରମଣରେ ମହଲଗାଓଁ ଥାନାର ମହିଳା ସବ୍-ଇନ୍ସ୍ପେକ୍ଟର ନୂସରତ ପ୍ରବୀଣଙ୍କ ଖପୁରିରେ ଏକ ତୀର […] The post ସମାଧାନ କରିବାକୁ ଯାଇଥିଲେ: ମହିଳା ପୋଲିସଙ୍କୁ ତୀର ମାଡ଼ କଲେ…. appeared first on Dharitri Odia News.
ପାଟନା,୨୪।୯: ବିହାରର ଅରରିଆ ଜିଲା ମହଲଗାଓଁ ଥାନା ପୋଖରିଆ ଗ୍ରାମରେ ଏକ ଜମି ବିବାଦର ସମାଧାନ କରିବା ପାଇଁ ପହଞ୍ଚିଥିବା ପୋଲିସ ଟିମ୍ ଉପରେ ସ୍ଥାନୀୟ ଲୋକେ ଆକ୍ରମଣ କରିଛନ୍ତି। ଗ୍ରାମର ଏକ ଜମିରେ ବାଉଁଶ ବନ୍ଧା ଯାଇଥିବାକୁ ନେଇ ୨ ପକ୍ଷ ମଧ୍ୟରେ ଉତ୍ତେଜନା ଦେଖାଯାଇଥିଲା। ଭିଡ଼ ମଧ୍ୟରେ କିଛି ଅସାମାଜିକ ଲୋକ ଧନୁ ଏବଂ ତୀରରେ ପୋଲିସକୁ ଆକ୍ରମଣ କରିଥିଲେ।
ଆକ୍ରମଣରେ ମହଲଗାଓଁ ଥାନାର ମହିଳା ସବ୍-ଇନ୍ସ୍ପେକ୍ଟର ନୂସରତ ପ୍ରବୀଣଙ୍କ ଖପୁରିରେ ଏକ ତୀର ପଶିଯାଇଥିଲା। ଫଳରେ ଘଟଣାସ୍ଥଳରେ ନୂସରତ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପୁର୍ନିଆର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସମ୍ପୂର୍ଣ୍ଣ ଘଟଣାକୁ ନେଇ ପୋଲିସ ମାମଲା ରୁଜୁ କରିବା ସହ ଆକ୍ରମଣକାରୀଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି କହିଛି। ବିବାଦୀୟ ସ୍ଥଳରେ ସ୍ଥିତି ନିୟନ୍ତ୍ରଣ କରିବାକୁ ବହୁ ସଂଖ୍ୟାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।
The post ସମାଧାନ କରିବାକୁ ଯାଇଥିଲେ: ମହିଳା ପୋଲିସଙ୍କୁ ତୀର ମାଡ଼ କଲେ…. appeared first on Dharitri Odia News.