ଶଶି ଥରୁରଙ୍କୁ ମାନହାନୀ ନୋଟିସ ପଠାଇଲେ ରାଜୀବ ଚନ୍ଦ୍ରଶେଖର, ମିଥ୍ୟା ଅଭିଯୋଗ ଫେରାଇ ନେବା ପାଇଁ ଦେଲେ ୨୪ ଘଣ୍ଟା
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଏବଂ ଥିରୁଅନନ୍ତପୁରମରୁ ବିଜେପି ପ୍ରାର୍ଥୀ ରାଜୀବ ଚନ୍ଦ୍ରଶେଖର କଂଗ୍ରେସ ପ୍ରାର୍ଥୀ ଶଶି ଥରୁରଙ୍କୁ ମାନହାନୀ ନୋଟିସ ପଠାଇଛି । ସେ ଅଭିଯୋଗ ଆଣିଛନ୍ତି ଯେ ଥରୁର ଲୋକସଭା ନିର୍ବାଚନରେ ଭୁଲ ଲାଭ ପାଇବା ଲକ୍ଷ୍ୟରେ ବିଜେପି ପ୍ରାର୍ଥୀଙ୍କୁ ନେଇ ମିଛ ଏବଂ ଭ୍ରମ ସୃଷ୍ଟିକାରୀ ସୂଚନା ପ୍ରସାର କରୁଛନ୍ତି । ଏହାସହ ତାଙ୍କ ଛବିକୁ ମଳିନ କରିଛନ୍ତି । ରାଜୀବ ଚନ୍ଦ୍ରଶେଖର ତାଙ୍କ ବିରୋଧରେ ଅଣାଯାଇଥିବା କ୍ୟାସ ଫର୍ ଭୋଟର ମିଛ ଅଭିଯୋଗକୁ ଫେରାଇ ନେବା ଏବଂ ଏଥିପାଇଁ ସାର୍ବଜାନୀନ ରୂପେ କ୍ଷମା ପ୍ରାର୍ଥନା ପାଇଁ ଥରୁରଙ୍କୁ ୨୪ ଘଣ୍ଟା ସମୟ ଦେଇଛନ୍ତି ।ରାଜୀବ ଚନ୍ଦ୍ରଶେଖର କେରଳ ସ୍ଥିତ ମିଡିଆ ସଂସ୍ଥା ୨୪ ନ୍ୟୁଜକୁ ପ୍ରତିକ୍ରିୟା ଦେଇ ଥରୁର ଆଣିଥିବା ଅଭିଯୋଗ ଉପରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ସେ ଶଶି ଥରୁରଙ୍କୁ ଚେତାବନୀ ଦେଇଛନ୍ତି ଯେ ଦାୟିତ୍ୱହୀନ ବୟାନକୁ ନେଇ ସାର୍ବଜାନୀନ ରୂପେ କ୍ଷମା ପ୍ରାର୍ଥନା ନକଲେ ଆଇନଗତ କାର୍ଯ୍ୟାନୁଷ୍ଠାନର ସାମନା କରିବାକୁ ପଡ଼ିବ ।ପଢନ୍ତୁ: ବିଜେପିର ମାଷ୍ଟରଷ୍ଟ୍ରୋକ୍; କଟିଲା ୩୩ ସିଟିଂ ଏମ୍ପିଙ୍କ ଟିକେଟ୍, ଜାଣନ୍ତୁ କିଏ ନୂଆ ପ୍ରାର୍ଥୀନୋଟିସରେ କୁହାଯାଇଛି ଯେ ଶଶି ଥରୁରଙ୍କ ହସ୍ତାକ୍ଷରରେ ରାଜୀବ ଚନ୍ଦ୍ରଶେଖରଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗ ଭିତ୍ତିହୀନ ଏବଂ ମିଛ । ତାଙ୍କ ଛବି ମଳୀନ କରି ଲୋକସଭା ନିର୍ବାଚନରେ ତାଙ୍କୁ କ୍ଷତି ପହଞ୍ଚାଇବାକୁ ଉଦ୍ୟମ କରାଯ
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଏବଂ ଥିରୁଅନନ୍ତପୁରମରୁ ବିଜେପି ପ୍ରାର୍ଥୀ ରାଜୀବ ଚନ୍ଦ୍ରଶେଖର କଂଗ୍ରେସ ପ୍ରାର୍ଥୀ ଶଶି ଥରୁରଙ୍କୁ ମାନହାନୀ ନୋଟିସ ପଠାଇଛି । ସେ ଅଭିଯୋଗ ଆଣିଛନ୍ତି ଯେ ଥରୁର ଲୋକସଭା ନିର୍ବାଚନରେ ଭୁଲ ଲାଭ ପାଇବା ଲକ୍ଷ୍ୟରେ ବିଜେପି ପ୍ରାର୍ଥୀଙ୍କୁ ନେଇ ମିଛ ଏବଂ ଭ୍ରମ ସୃଷ୍ଟିକାରୀ ସୂଚନା ପ୍ରସାର କରୁଛନ୍ତି । ଏହାସହ ତାଙ୍କ ଛବିକୁ ମଳିନ କରିଛନ୍ତି । ରାଜୀବ ଚନ୍ଦ୍ରଶେଖର ତାଙ୍କ ବିରୋଧରେ ଅଣାଯାଇଥିବା କ୍ୟାସ ଫର୍ ଭୋଟର ମିଛ ଅଭିଯୋଗକୁ ଫେରାଇ ନେବା ଏବଂ ଏଥିପାଇଁ ସାର୍ବଜାନୀନ ରୂପେ କ୍ଷମା ପ୍ରାର୍ଥନା ପାଇଁ ଥରୁରଙ୍କୁ ୨୪ ଘଣ୍ଟା ସମୟ ଦେଇଛନ୍ତି ।
ରାଜୀବ ଚନ୍ଦ୍ରଶେଖର କେରଳ ସ୍ଥିତ ମିଡିଆ ସଂସ୍ଥା ୨୪ ନ୍ୟୁଜକୁ ପ୍ରତିକ୍ରିୟା ଦେଇ ଥରୁର ଆଣିଥିବା ଅଭିଯୋଗ ଉପରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ସେ ଶଶି ଥରୁରଙ୍କୁ ଚେତାବନୀ ଦେଇଛନ୍ତି ଯେ ଦାୟିତ୍ୱହୀନ ବୟାନକୁ ନେଇ ସାର୍ବଜାନୀନ ରୂପେ କ୍ଷମା ପ୍ରାର୍ଥନା ନକଲେ ଆଇନଗତ କାର୍ଯ୍ୟାନୁଷ୍ଠାନର ସାମନା କରିବାକୁ ପଡ଼ିବ ।
ପଢନ୍ତୁ: ବିଜେପିର ମାଷ୍ଟରଷ୍ଟ୍ରୋକ୍; କଟିଲା ୩୩ ସିଟିଂ ଏମ୍ପିଙ୍କ ଟିକେଟ୍, ଜାଣନ୍ତୁ କିଏ ନୂଆ ପ୍ରାର୍ଥୀ
ନୋଟିସରେ କୁହାଯାଇଛି ଯେ ଶଶି ଥରୁରଙ୍କ ହସ୍ତାକ୍ଷରରେ ରାଜୀବ ଚନ୍ଦ୍ରଶେଖରଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗ ଭିତ୍ତିହୀନ ଏବଂ ମିଛ । ତାଙ୍କ ଛବି ମଳୀନ କରି ଲୋକସଭା ନିର୍ବାଚନରେ ତାଙ୍କୁ କ୍ଷତି ପହଞ୍ଚାଇବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ ଲଗାଯାଇଛି । ଥରୁରଙ୍କୁ ଏଥିପାଇଁ କ୍ଷମା ମାଗିବା ପାଇଁ ଗୁଜବ ରୋକିବା ପାଇଁ କୁହାଯାଇଛି ।
ନୋଟିସ ଅନୁସାରେ ମଲୟାଲମ ନ୍ୟୁଜ ଚ୍ୟାନେଲର ୨୪ ନ୍ୟୁଜରେ ଏପ୍ରିଲ ୬ରେ ପ୍ରସାରିତ ଭିଡିଓରେ ଶଶି ଥରୁର ବୟାନ ଦେଇ ଅଭିଯୋଗ ଆଣିଥିଲେ ଯେ ରାଜୀବ ଚନ୍ଦ୍ରଶେଖର ଭୋଟ ପାଇଁ ଏକ ସମୁଦାୟ ବିଶେଷର ଧାର୍ମିକ ନେତାଙ୍କୁ ଟଙ୍କା ଯାଚିଛନ୍ତି । ରାଜୀବ ଚନ୍ଦ୍ରଶେଖର ଏହି ବୟାନକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି ।