ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଲେ ରାହୁଲ, କହିଲେ ଆମର…

ନୂଆଦିଲ୍ଲୀ,୭ା୭: କଂଗ୍ରେସ ଏମ୍‌ପି ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ହାଥରସ୍‌ ଦୁର୍ଘଟଣା ସମ୍ପର୍କରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଛନ୍ତି। ରାହୁଲ ପୀଡ଼ିତଙ୍କ ପରିବାରର ସମସ୍ୟାକୁ ଏକ ଚିଠି ମାଧ୍ୟମରେ କହିଛନ୍ତି। ଏହା ବ୍ୟତୀତ ରାହୁଲ କ୍ଷତିପୂରଣ ରାଶି ବୃଦ୍ଧି କରାଯାଇ ପୀଡ଼ିତଙ୍କ ପରିବାରକୁ ଯଥାଶୀଘ୍ର ପ୍ରଦାନ କରାଯିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି। ଏହି ଚିଠିରେ ରାହୁଲ ଯୋଗୀଙ୍କୁ ଲେଖିଛନ୍ତି ଯେ, ଏହି ଦୁଃଖ ସମୟରେ ସେ ଆମର […] The post ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଲେ ରାହୁଲ, କହିଲେ ଆମର… appeared first on Dharitri Odia News.

ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଲେ ରାହୁଲ, କହିଲେ ଆମର…

ନୂଆଦିଲ୍ଲୀ,୭ା୭: କଂଗ୍ରେସ ଏମ୍‌ପି ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ହାଥରସ୍‌ ଦୁର୍ଘଟଣା ସମ୍ପର୍କରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଛନ୍ତି। ରାହୁଲ ପୀଡ଼ିତଙ୍କ ପରିବାରର ସମସ୍ୟାକୁ ଏକ ଚିଠି ମାଧ୍ୟମରେ କହିଛନ୍ତି। ଏହା ବ୍ୟତୀତ ରାହୁଲ କ୍ଷତିପୂରଣ ରାଶି ବୃଦ୍ଧି କରାଯାଇ ପୀଡ଼ିତଙ୍କ ପରିବାରକୁ ଯଥାଶୀଘ୍ର ପ୍ରଦାନ କରାଯିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି।

ଏହି ଚିଠିରେ ରାହୁଲ ଯୋଗୀଙ୍କୁ ଲେଖିଛନ୍ତି ଯେ, ଏହି ଦୁଃଖ ସମୟରେ ସେ ଆମର ସାମୂହିକ ସମବେଦନା ଏବଂ ସାହାଯ୍ୟ ଆବଶ୍ୟକ କରନ୍ତି। ଚିଠିର ସୂଚନା ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି।

ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଏବଂ ଆହତମାନଙ୍କୁ ରାଜ୍ୟ ସରକାର ଦେଇଥିବା କ୍ଷତିପୂରଣ ଉପରେ ମଧ୍ୟ ରାହୁଲ ଦାବି କରିଛନ୍ତି। ସରକାର ଘୋଷଣା କରିଥିବା କ୍ଷତିପୂରଣ ବହୁତ କମ୍‌ ବୋଲି ସେ ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି। ଏପରି ପରିସ୍ଥିତିରେ ଏହାକୁ ତୁରନ୍ତ ବୃଦ୍ଧି କରାଯିବା ଉଚିତ୍‌। ଏଥିସହ ଆହତଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯିବା ଉଚିତ୍‌ ବୋଲି ଲେଖିଛନ୍ତି।

ରାହୁଲ ଲେଖିଛନ୍ତି, ଯେତେବେଳେ ମୁଁ ହାଥରସ୍‌ ଏବଂ ଅଲିଗଡ଼ରେ ପୀଡ଼ିତଙ୍କ ପରିବାରକୁ ଭେଟିଥିଲି, ସେମାନେ କହିଥିଲେ ଏହି ଘଟଣାରେ ସ୍ଥାନୀୟ ପ୍ରଶାସନର ଅବହେଳା ଏବଂ ସମ୍ବେଦନଶୀଳତା ରହିଛି। ଏଭଳି ପରିସ୍ଥିତିରେ ଏହି ପ୍ରସଙ୍ଗରେ ଏକ ସଠିକ୍‌ ଏବଂ ସ୍ବଚ୍ଛ ଅନୁସନ୍ଧାନ ହେବା ଉଚିତ। ନ୍ୟାୟ ଦୃଷ୍ଟିକୋଣରୁ ଦୋଷୀମାନଙ୍କୁ କଠୋର ଦଣ୍ଡ ଦିଆଯିବା ମଧ୍ୟ ଆବଶ୍ୟକ।

The post ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଲେ ରାହୁଲ, କହିଲେ ଆମର… appeared first on Dharitri Odia News.