କେ. କବିତାଙ୍କୁ ଜାମିନ ଦେଲେନି କୋର୍ଟ, କହିଲେ-ସେ ଦୁର୍ବଳ ମହିଳା ନୁହଁନ୍ତି ଯେ ତାଙ୍କୁ କିଏ ଫସାଇ ଦେବ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ବିଆର୍‌ଏସ୍‌ ନେତ୍ରୀ କେ କବିତାଙ୍କୁ ଦିଲ୍ଲୀ ହାଇକୋର୍ଟ ଝଟ୍‌କା। ଜାମିନ ଆବେଦନ ଖାରଜ କଲେ କୋର୍ଟ। ତେବେ କବିତାଙ୍କୁ ଜଣେ  ଦୁର୍ବଳ ମହିଳା କୁହାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି।ତେବେ କେ କବିତାଙ୍କ ପାଖରେ ଶାକ୍ଷୀଙ୍କୁ ପ୍ରଭାବିତ କରିବାର କ୍ଷମତା ଅଛି। ସେ ପ୍ରଭାବିତ କରିବାର ଭୂମିକା ମଧ୍ୟ ନିର୍ବାହ କରିଛନ୍ତି। ତେଣୁ ଏପରିସ୍ଥିତିରେ ଜାମିନ ଦେଇ ହେବ ନାହିଁ ବୋଲି କୋର୍ଟ କହିଛନ୍ତି।   କୋର୍ଟ କହିଛନ୍ତି “ କୌଣସି ବି ଆଧାରରେ ଆବେଦକ ମହିଳାଙ୍କୁ ଜଣେ ଦୁର୍ବଳ ମହିଳା କୁହାଯାଇପାରିବ ନାହିଁ ଯାହାଙ୍କୁ ଅପରାଧ ଭିଆଇବା ପାଇଁ ଫସାଇ ଦେଇ ହେବ। ବରଂ ସେ ଜଣେ ଉଚ୍ଚ ଶିକ୍ଷିତା ଓ ସମାଜର ଜଣେ ପରିଚିତା ମହିଳା ଏଥିରେ ସନ୍ଦେହ ନାହିଁ।” କବିତା ତଦନ୍ତରେ ସହଯୋଗ କରିବା ପୂର୍ବରୁ ଫୋନ୍ ଫର୍ମାଟ୍ କରି ତଥ୍ୟ ପ୍ରମାଣ ନଷ୍ଟ କରିବାରେ ବ୍ୟସ୍ତ ଥିଲେ ବୋଲି କୋର୍ଟ କହିଛନ୍ତି। ତେଣୁ କେ କବିତାଙ୍କୁ ଜାମିନ ପାଇଁ ତାଙ୍କ ଓକିଲ ଯେଉଁ ଦଲିଲ୍ ଦେଇଥିଲେ ସେଥିରେ କୌଣସି ଦମ୍ ନଥିଲା। ତେଣୁ କୋର୍ଟ ଜାମିନ ଆବେଦନ ଖାରଜ୍ କରିଦେଇଛନ୍ତି। ପଢ଼ନ୍ତୁ-ଦିଲୀପ ରାୟଙ୍କୁ ବଡ଼ ଆଶ୍ୱସ୍ତି, ନିର୍ବାଚନ ଲଢିବା ପାଇଁ ଅନୁମତି ଦେଲେ ଦିଲ୍ଲୀ ହାଇକୋର୍ଟନିଜ ପିଲାମାନଙ୍କ ପରୀକ୍ଷା ସମୟରେ କେ.କବିତା ସେମାନଙ୍କ ପାଖରେ ରହି ତାଙ୍କର ଯତ୍ନ ନେବା ପାଇଁ ତାଙ୍କୁ ଜାମିନ ଦେବାକୁ ତାଙ୍କ ଓକିଲ କୋର୍ଟ

କେ. କବିତାଙ୍କୁ ଜାମିନ ଦେଲେନି କୋର୍ଟ, କହିଲେ-ସେ ଦୁର୍ବଳ ମହିଳା ନୁହଁନ୍ତି ଯେ ତାଙ୍କୁ କିଏ ଫସାଇ ଦେବ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ବିଆର୍‌ଏସ୍‌ ନେତ୍ରୀ କେ କବିତାଙ୍କୁ ଦିଲ୍ଲୀ ହାଇକୋର୍ଟ ଝଟ୍‌କା। ଜାମିନ ଆବେଦନ ଖାରଜ କଲେ କୋର୍ଟ। ତେବେ କବିତାଙ୍କୁ ଜଣେ  ଦୁର୍ବଳ ମହିଳା କୁହାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି।

ତେବେ କେ କବିତାଙ୍କ ପାଖରେ ଶାକ୍ଷୀଙ୍କୁ ପ୍ରଭାବିତ କରିବାର କ୍ଷମତା ଅଛି। ସେ ପ୍ରଭାବିତ କରିବାର ଭୂମିକା ମଧ୍ୟ ନିର୍ବାହ କରିଛନ୍ତି। ତେଣୁ ଏପରିସ୍ଥିତିରେ ଜାମିନ ଦେଇ ହେବ ନାହିଁ ବୋଲି କୋର୍ଟ କହିଛନ୍ତି।   

କୋର୍ଟ କହିଛନ୍ତି “ କୌଣସି ବି ଆଧାରରେ ଆବେଦକ ମହିଳାଙ୍କୁ ଜଣେ ଦୁର୍ବଳ ମହିଳା କୁହାଯାଇପାରିବ ନାହିଁ ଯାହାଙ୍କୁ ଅପରାଧ ଭିଆଇବା ପାଇଁ ଫସାଇ ଦେଇ ହେବ। ବରଂ ସେ ଜଣେ ଉଚ୍ଚ ଶିକ୍ଷିତା ଓ ସମାଜର ଜଣେ ପରିଚିତା ମହିଳା ଏଥିରେ ସନ୍ଦେହ ନାହିଁ।” କବିତା ତଦନ୍ତରେ ସହଯୋଗ କରିବା ପୂର୍ବରୁ ଫୋନ୍ ଫର୍ମାଟ୍ କରି ତଥ୍ୟ ପ୍ରମାଣ ନଷ୍ଟ କରିବାରେ ବ୍ୟସ୍ତ ଥିଲେ ବୋଲି କୋର୍ଟ କହିଛନ୍ତି। 

ତେଣୁ କେ କବିତାଙ୍କୁ ଜାମିନ ପାଇଁ ତାଙ୍କ ଓକିଲ ଯେଉଁ ଦଲିଲ୍ ଦେଇଥିଲେ ସେଥିରେ କୌଣସି ଦମ୍ ନଥିଲା। ତେଣୁ କୋର୍ଟ ଜାମିନ ଆବେଦନ ଖାରଜ୍ କରିଦେଇଛନ୍ତି। 

ପଢ଼ନ୍ତୁ-ଦିଲୀପ ରାୟଙ୍କୁ ବଡ଼ ଆଶ୍ୱସ୍ତି, ନିର୍ବାଚନ ଲଢିବା ପାଇଁ ଅନୁମତି ଦେଲେ ଦିଲ୍ଲୀ ହାଇକୋର୍ଟ


ନିଜ ପିଲାମାନଙ୍କ ପରୀକ୍ଷା ସମୟରେ କେ.କବିତା ସେମାନଙ୍କ ପାଖରେ ରହି ତାଙ୍କର ଯତ୍ନ ନେବା ପାଇଁ ତାଙ୍କୁ ଜାମିନ ଦେବାକୁ ତାଙ୍କ ଓକିଲ କୋର୍ଟରେ ଦାବି କରିଥିଲେ। ହେଲେ କବିତାଙ୍କ ପିଲା ବଡ଼ ହେଇ ଗଲେଣି। ତାଙ୍କ ବାପା ଓ ମାଉସୀ ଅଛନ୍ତି। ତେଣୁ ଏମାନେ କାହିଁକି ପିଲାମାନଙ୍କୁ ସମର୍ଥନ ଦେଇପାରିବେ ନାହିଁ ବୋଲି କୋର୍ଟ କୌଣସି ତର୍କ ପାଇ ନଥିଲେ। ପିଲାର ପରୀକ୍ଷା ସମୟରେ ହେଉଥିବା ଚିନ୍ତା ଦୂର କରିବାରେ ବାପା ଓ ମାଉସୀ ମାଆର ଅଭାବ ପୂରଣ କରିପାରିବେ ନାହିଁ ବୋଲି କବିତାଙ୍କ ଓକିଲ ତର୍କ ରଖିଥିଲେ। ହେଲେ କୋର୍ଟ ଏଥିରେ କୌଣସି ଯଥାର୍ଥତା ପାଇ ନଥିଲେ। ତେଣୁ ଜାମିନ ଆବେଦନ ଖାରଜ ହୋଇଥିଲା
 
ଏହା ପୂର୍ବରୁ ଗତ ସୋମବାର ଦିଲ୍ଲୀ ରାଉସଏଭିନ୍ୟୁ କୋର୍ଟ ମଧ୍ୟ କେ.କବିତାଙ୍କ ଅନ୍ତରୀଣ ଜାମିନ ଆବେଦନ ଖାରଜ କରିଦେଇଥିଲେ। ୧୬ ବର୍ଷୀୟ ପୁଅର ପରୀକ୍ଷା ପାଇଁ କବିତା ଜାମିନ ଆବେଦନ କରିଥିଲେ।