ଶନି ସିଙ୍ଗଣାପୂର ଦେବସ୍ଥାନ ଟ୍ରଷ୍ଟ ହଟାଇଲେ ୧୬୭ କର୍ମଚାରୀ, ୧୧୪ ଜଣ ମୁସଲମାନ, ଜାଣନ୍ତୁ ପୂରା ମାମଲା

ମୁମ୍ବାଇ ୧୩।୬:  ମହାରାଷ୍ଟ୍ର ଅହିଲ୍ୟାନଗର ଜିଲ୍ଲାର ପ୍ରସିଦ୍ଧ ଧାର୍ମିକ ସ୍ଥଳ ଶନି ସିଙ୍ଗଣାପୁର ଦେବସ୍ଥାନମ ଟ୍ରଷ୍ଟ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟ୍ରଷ୍ଟ କାର୍ଯ୍ୟରତ ୧୬୭ ଜଣ କର୍ମଚାରୀଙ୍କୁ ଚାକିରୀରୁ ବରଖାସ୍ତ କରିଛନ୍ତି। ବରଖାସ୍ତ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ୧୧୪ ଜଣ ମୁସଲମାନ କର୍ମଚାରୀ ମଧ୍ୟ ଅଛନ୍ତି। ମନ୍ଦିରକୁ ଦୈନିକ ଶହଶହ ହିନ୍ଦୁ ଶନି ପୂଜା ପାଇଁ ଆସିଥାନ୍ତି। ଏଣୁ ସେଠାରେ ମୁସଲମାନ କର୍ମଚାରୀଙ୍କ ଉପସ୍ଥିତିକୁ ହିନ୍ଦୁ ସଙ୍ଗଠନ ବିରୋଧ କରିଆସୁଥିଲେ। ତେବେ ଟ୍ରଷ୍ଟ କର୍ମଚାରୀଙ୍କ ବରଖାସ୍ତ ନେଇ ଅନ୍ୟ ବୟାନ ଦେଇଛନ୍ତି। ଅନିୟମିତତା ଓ ଅନୁଶାସନ ପାଳନ କରୁ ନଥିବାରୁ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଇଥିବାର କୁହାଯାଇଛି। ଟ୍ରଷ୍ଟ କହିଛନ୍ତି ଯେ ମନ୍ଦିର ଟ୍ରଷ୍ଟରେ ମୋଟ ୧୧୪ ଜଣ ମୁସଲମାନ କର୍ମଚାରୀ କାମ କରନ୍ତି। ତେବେ ମନ୍ଦିର ପରିସରରେ ଜଣେ ବି ମୁସଲମାନ କର୍ମଚାରୀ ଡ୍ୟୁଟି କରନ୍ତି ନାହିଁ। ଏହି କର୍ମଚାରୀମାନେ ମନ୍ଦିର ଟ୍ରଷ୍ଟର କୃଷି ବିଭାଗ, ଅପଶିଷ୍ଟ ପ୍ରବନ୍ଧନ ବିଭାଗ ଓ ଶିକ୍ଷା ବିଭାଗରେ କାମ କରନ୍ତି। ଏହା ଛଡା ୧୧୪ଜଣ ମୁସଲମାନ କର୍ମଚାରୀଙ୍କ ମଧ୍ୟରୁ ୯୯ ଜଣ ଗତ ୫ ମାସ ହେଲା ଠିକ୍ ରୂପେ କାମକୁ ଆସୁନଥିଲେ। ଏହି କାରଣରୁ ସେମାନଙ୍କ ବେତନ ପୈଠରେ ବିଳମ୍ବ କରାଯାଇଥିଲା। ତେବେ ମନ୍ଦିରରେ କାମ କରୁଥିବା ମୋଟ ୧୬୭ଜଣ କର୍ମଚାରୀଙ୍କ ବିରୋଧରେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ କରାଯା

ଶନି ସିଙ୍ଗଣାପୂର ଦେବସ୍ଥାନ ଟ୍ରଷ୍ଟ  ହଟାଇଲେ ୧୬୭ କର୍ମଚାରୀ, ୧୧୪ ଜଣ ମୁସଲମାନ, ଜାଣନ୍ତୁ ପୂରା ମାମଲା

ମୁମ୍ବାଇ ୧୩।୬:  ମହାରାଷ୍ଟ୍ର ଅହିଲ୍ୟାନଗର ଜିଲ୍ଲାର ପ୍ରସିଦ୍ଧ ଧାର୍ମିକ ସ୍ଥଳ ଶନି ସିଙ୍ଗଣାପୁର ଦେବସ୍ଥାନମ ଟ୍ରଷ୍ଟ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟ୍ରଷ୍ଟ କାର୍ଯ୍ୟରତ ୧୬୭ ଜଣ କର୍ମଚାରୀଙ୍କୁ ଚାକିରୀରୁ ବରଖାସ୍ତ କରିଛନ୍ତି। ବରଖାସ୍ତ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ୧୧୪ ଜଣ ମୁସଲମାନ କର୍ମଚାରୀ ମଧ୍ୟ ଅଛନ୍ତି। ମନ୍ଦିରକୁ ଦୈନିକ ଶହଶହ ହିନ୍ଦୁ ଶନି ପୂଜା ପାଇଁ ଆସିଥାନ୍ତି। ଏଣୁ ସେଠାରେ ମୁସଲମାନ କର୍ମଚାରୀଙ୍କ ଉପସ୍ଥିତିକୁ ହିନ୍ଦୁ ସଙ୍ଗଠନ ବିରୋଧ କରିଆସୁଥିଲେ। 

ତେବେ ଟ୍ରଷ୍ଟ କର୍ମଚାରୀଙ୍କ ବରଖାସ୍ତ ନେଇ ଅନ୍ୟ ବୟାନ ଦେଇଛନ୍ତି। ଅନିୟମିତତା ଓ ଅନୁଶାସନ ପାଳନ କରୁ ନଥିବାରୁ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଇଥିବାର କୁହାଯାଇଛି। ଟ୍ରଷ୍ଟ କହିଛନ୍ତି ଯେ ମନ୍ଦିର ଟ୍ରଷ୍ଟରେ ମୋଟ ୧୧୪ ଜଣ ମୁସଲମାନ କର୍ମଚାରୀ କାମ କରନ୍ତି। ତେବେ ମନ୍ଦିର ପରିସରରେ ଜଣେ ବି ମୁସଲମାନ କର୍ମଚାରୀ ଡ୍ୟୁଟି କରନ୍ତି ନାହିଁ। ଏହି କର୍ମଚାରୀମାନେ ମନ୍ଦିର ଟ୍ରଷ୍ଟର କୃଷି ବିଭାଗ, ଅପଶିଷ୍ଟ ପ୍ରବନ୍ଧନ ବିଭାଗ ଓ ଶିକ୍ଷା ବିଭାଗରେ କାମ କରନ୍ତି। 

ଏହା ଛଡା ୧୧୪ଜଣ ମୁସଲମାନ କର୍ମଚାରୀଙ୍କ ମଧ୍ୟରୁ ୯୯ ଜଣ ଗତ ୫ ମାସ ହେଲା ଠିକ୍ ରୂପେ କାମକୁ ଆସୁନଥିଲେ। ଏହି କାରଣରୁ ସେମାନଙ୍କ ବେତନ ପୈଠରେ ବିଳମ୍ବ କରାଯାଇଥିଲା। ତେବେ ମନ୍ଦିରରେ କାମ କରୁଥିବା ମୋଟ ୧୬୭ଜଣ କର୍ମଚାରୀଙ୍କ ବିରୋଧରେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ କରାଯାଇଛି। ଏଥିରେ ୧୧୪ଜଣ ମୁସଲମାନ କର୍ମଚାରୀ ମଧ୍ୟ ଅଛନ୍ତି। ଅନ୍ୟ ଏକ ଖବର ଅନୁସାରେ ଶନି ସିଙ୍ଗଣାପୂର ମନ୍ଦିରରେ କାର୍ଯ୍ୟରତ ମୁସଲମାନ କର୍ମଚାରୀଙ୍କୁ ନେଇ ହିନ୍ଦୁ ସଙ୍ଗଠନ ଆକ୍ରମକ ହୋଇ ଉଠିଥିଲେ। ଏହା ବିରୋଧରେ ଜୁନ ୧୪ ତାରିଖରେ ଆନ୍ଦୋଳନ ଧମକ ମଧ୍ୟ ଦେଇଥିଲେ। ତେବେ ତା ପୂର୍ବରୁ ଟ୍ରଷ୍ଟ ଏହି ପଦକ୍ଷେପ ନେଇଛନ୍ତି।