ଟ୍ରମ୍ପ୍‌ଙ୍କ ଟାର୍ଗେଟ୍‌ରେ ଏଲିଟ୍‌ ବିଶ୍ୱବିଦ୍ୟାଳୟ ! ପାଣ୍ଠି ଉପରେ ପ୍ରତିବନ୍ଧକ ପରେ କଣ ପଡ଼ିବ ପ୍ରଭାବ ?

ନୂଆଦିଲ୍ଲୀ: ଟ୍ରମ୍ପ ପ୍ରଶାସନ ପାଇଁ ବଢ଼ିଲା ଅଡୁଆ। କାଠଗଡ଼ାକୁ ଟାଣିଲା ହାର୍ଭାର୍ଡ ୟୁନିଭରର୍ସିଟି। ମୁଣ୍ଡ ନୁଆଁଇଲେନି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। ପାଣ୍ଠି ବନ୍ଦ କରିଦେଲା ଆମେରିକା ସରକାର। ବିଶ୍ୱର ପ୍ରତିଷ୍ଠିତ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ମଧ୍ୟରେ ତୀବ୍ର ହୋଇଛି ଲଢ଼େଇ। କୋଟି କୋଟି ଡଲାର ପାଣ୍ଠି ବନ୍ଦ କରିବା ବିରୋଧରେ ଫେଡେରାଲ କୋର୍ଟରେ ମାମଲା ଦାୟର କରିଛି ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ। ପାଣ୍ଠି ବନ୍ଦ କରିବା ଅନୁଷ୍ଠାନର ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ କହିଛି ହାର୍ଭାର୍ଡ। ଏନେଇ ମାମଲା ଦାୟର କରାଯାଇଥିବା ନେଇ କହିଛନ୍ତି ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ। କ୍ୟାମ୍ପସରେ ବିଭିନ୍ନ ଆକ୍ଟିଭିଟିକୁ ସୀମିତ କରିବା ପାଇଁ ଟ୍ରମ୍ପ ପ୍ରଶାସନର ନିର୍ଦ୍ଦେଶକୁ ରୋକ୍‌ଠୋକ୍‌ ମନା କରିଥିଲା ହାର୍ଭାର୍ଡ। ଏହା ପରେ ଟ୍ରମ୍ପ ପ୍ରଶାସନ ହାର୍ଭାର୍ଡକୁ ୨.୨ ବିଲିୟନ ଡଲାରରୁ ଅଧିକ ପାଣ୍ଠିକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାଣ୍ଠି ଉପରେ ପ୍ରତିବନ୍ଧକକୁ ବେଆଇନ ବୋଲି କହିଛି ବିଶ୍ୱବିଦ୍ୟାଳୟ। ଏହା ସରକାରଙ୍କ କ୍ଷେତ୍ରାଧିକାର ବାହାରେ ବୋଲି କହିଛି। ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଆଲାନ୍ ଗାର୍ବରଙ୍କ ଅନୁସାରେ ପାଣ୍ଠି ଉପରେ ପ୍ରତିବନ୍ଧକକୁ ନେଇ ମାମଲା ଦାୟର କରିଛୁ। କାରଣ ଏହା ବେଆଇନ ଏବଂ ସରକାରଙ୍କ କ୍ଷେତ୍ରାଧିକାର ବାହାରେ।ମାସାଚୁସେଟ୍ସ ଫେ

ଟ୍ରମ୍ପ୍‌ଙ୍କ ଟାର୍ଗେଟ୍‌ରେ ଏଲିଟ୍‌ ବିଶ୍ୱବିଦ୍ୟାଳୟ ! ପାଣ୍ଠି ଉପରେ ପ୍ରତିବନ୍ଧକ ପରେ କଣ ପଡ଼ିବ ପ୍ରଭାବ ?

ନୂଆଦିଲ୍ଲୀ: ଟ୍ରମ୍ପ ପ୍ରଶାସନ ପାଇଁ ବଢ଼ିଲା ଅଡୁଆ। କାଠଗଡ଼ାକୁ ଟାଣିଲା ହାର୍ଭାର୍ଡ ୟୁନିଭରର୍ସିଟି। ମୁଣ୍ଡ ନୁଆଁଇଲେନି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। ପାଣ୍ଠି ବନ୍ଦ କରିଦେଲା ଆମେରିକା ସରକାର। ବିଶ୍ୱର ପ୍ରତିଷ୍ଠିତ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ମଧ୍ୟରେ ତୀବ୍ର ହୋଇଛି ଲଢ଼େଇ। କୋଟି କୋଟି ଡଲାର ପାଣ୍ଠି ବନ୍ଦ କରିବା ବିରୋଧରେ ଫେଡେରାଲ କୋର୍ଟରେ ମାମଲା ଦାୟର କରିଛି ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ। ପାଣ୍ଠି ବନ୍ଦ କରିବା ଅନୁଷ୍ଠାନର ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ କହିଛି ହାର୍ଭାର୍ଡ। ଏନେଇ ମାମଲା ଦାୟର କରାଯାଇଥିବା ନେଇ କହିଛନ୍ତି ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ। 

କ୍ୟାମ୍ପସରେ ବିଭିନ୍ନ ଆକ୍ଟିଭିଟିକୁ ସୀମିତ କରିବା ପାଇଁ ଟ୍ରମ୍ପ ପ୍ରଶାସନର ନିର୍ଦ୍ଦେଶକୁ ରୋକ୍‌ଠୋକ୍‌ ମନା କରିଥିଲା ହାର୍ଭାର୍ଡ। ଏହା ପରେ ଟ୍ରମ୍ପ ପ୍ରଶାସନ ହାର୍ଭାର୍ଡକୁ ୨.୨ ବିଲିୟନ ଡଲାରରୁ ଅଧିକ ପାଣ୍ଠିକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। 

ପାଣ୍ଠି ଉପରେ ପ୍ରତିବନ୍ଧକକୁ ବେଆଇନ ବୋଲି କହିଛି ବିଶ୍ୱବିଦ୍ୟାଳୟ। ଏହା ସରକାରଙ୍କ କ୍ଷେତ୍ରାଧିକାର ବାହାରେ ବୋଲି କହିଛି। ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଆଲାନ୍ ଗାର୍ବରଙ୍କ ଅନୁସାରେ ପାଣ୍ଠି ଉପରେ ପ୍ରତିବନ୍ଧକକୁ ନେଇ ମାମଲା ଦାୟର କରିଛୁ। କାରଣ ଏହା ବେଆଇନ ଏବଂ ସରକାରଙ୍କ କ୍ଷେତ୍ରାଧିକାର ବାହାରେ।

ମାସାଚୁସେଟ୍ସ ଫେଡେରାଲ୍ କୋର୍ଟରେ ଏହାର ମାମଲା ଦାୟର କରିଛି ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ। ଏଥିରେ ଆମେରିକା ରାଷ୍ଟ୍ରପତିଙ୍କ ଦ୍ୱାରା ଉଦ୍ଦେଶ୍ୟମୂଳକ ଭାବେ ବିଭିନ୍ନ ବିଶ୍ୱବିଦ୍ୟାଳୟର ନାମ ମଧ୍ୟ ଦିଆଯାଇଛି। ଏହି ମାମଲାରେ ହାର୍ଭାର୍ଡରେ ଶିକ୍ଷାଗତ ନିଷ୍ପତ୍ତି ଗ୍ରହଣ ଉପରେ ନିୟନ୍ତ୍ରଣ ହାସଲ ନିମନ୍ତେ ସଂଘୀୟ ପାଣ୍ଠିକୁ ରୋକିବା ପାଇଁ ସରକାରଙ୍କ ପ୍ରୟାସ ଜଡିତ ରହିଛି।' ସରକାରଙ୍କ କାର୍ଯ୍ୟ କେବଳ ସଂଶୋଧନ ନୁହେଁ ବରଂ ସଂଘୀୟ ଆଇନ ଏବଂ ନିୟମାବଳୀକୁ ମଧ୍ୟ ଉଲ୍ଲଂଘନ କରୁଛି।”

ତେବେ ଟ୍ରମ୍ପ ପ୍ରଶାସନ ଧମକ ଆଗରେ ମୁଣ୍ଡ ନୁଆଁଇନଥିଲା ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ। ହାର୍ଭାର୍ଡ ଅଧ୍ୟକ୍ଷ ଗାର୍ବର କହିଥିଲେ ଯେ ଯେଉଁ ଦଳ କ୍ଷମତାରେ ଥାଉ ନା କାହିଁକି, ଘରୋଇ ବିଶ୍ୱବିଦ୍ୟାଳୟଗୁଡ଼ିକ କ'ଣ ପଢ଼ାଇବେ, କଣ ନିଷ୍ପତ୍ତି ଗ୍ରହଣ କରିପାରିବେ ଏବଂ କାହାକୁ ନିଯୁକ୍ତି ଦେଇପାରିବେ ତାହା ସରକାର ନିଷ୍ପତ୍ତି ନେଇପାରିବେ ନାହିଁ।' ଟ୍ରମ୍ପ ପ୍ରଶାସନର ଦାବି ଫେଡେରାଲ୍ ପାଣ୍ଠି ପାଇବା ପାଇଁ ହାର୍ଭାର୍ଡକୁ ପୂରଣ କରିବାକୁ କୁହାଯାଇଥିଲା।

ସେପଟେ ଟ୍ରମ୍ପ ପ୍ରଶାସନ ଏବଂ ତାଙ୍କ ହ୍ୱାଇଟ୍ ହାଉସ୍ ଟିମ୍‌ ହାର୍ଭାର୍ଡ ଏବଂ ଅନ୍ୟ ବିଶ୍ୱବିଦ୍ୟାଳୟ ବିରୋଧରେ ସେମାନଙ୍କର ନିର୍ଦ୍ଦେଶକୁ ସାର୍ବଜନୀନ ଭାବରେ ଯଥାର୍ଥ କରିଛନ୍ତି। ବିଶ୍ୱବିଦ୍ୟାଳୟଗୁଡ଼ିକ ବିରୋଧରେ ଅଭିଯୋଗ ଆସିଛି ଯେ ସେମାନେ ଇହୂଦୀ ବିରୋଧୀକୁ ରୋକିବାରେ ବିଫଳ ହୋଇଛନ୍ତି। ପ୍ରଶାସନ ଦାବି କରୁଛି ଯେ ଗତ ବର୍ଷ ଆମେରିକୀୟ କଲେଜ କ୍ୟାମ୍ପସରେ ଇସ୍ରାଏଲ ବିରୋଧୀ ପ୍ରତିବାଦ 'ଇହୁଦୀ ବିରୋଧୀତା ଦ୍ୱାରା ପ୍ରୋତ୍ସାହିତ' ହୋଇଥିଲା।

 ତେବେ ପାଣ୍ଠି ଉପରେ ପ୍ରତିବନ୍ଧକ ରହିଲେ ଉଚ୍ଚଶିକ୍ଷା ଅଧ୍ୟୟନ ଓ ଗବେଷଣାକୁ ବ୍ୟାପକ ଭାବେ ପ୍ରଭାବିତ କରିବ। ବିଶେଷ କରି ଜଳବାୟୁ ବିଜ୍ଞାନ, ଭ୍ୟାକ୍ସିନ୍‌ ଡେଭଲପମେଣ୍ଟ ଓ ଲିଙ୍ଗଗତ ଅସମାନତା ଆଦି ଗବେଷଣା ପ୍ରଭାବିତ ହେବ। ଯଦି ଦେଖାଯାଏ, ତେବେ ପାଣ୍ଠି ଉପରେ ପ୍ରତିବନ୍ଧକ  ଆମେରିକୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ପାଇଁ ଏକ ବଡ଼ ଆଘାତ। ଗୁରୁତ୍ୱପୂର୍ଣ୍ଣ କଥା ଏହିକିଯେ ଏହି ଶିକ୍ଷାନୁଷ୍ଠାନଗୁଡ଼ିକ ଶିକ୍ଷାଦାନ ଏବଂ ଗବେଷଣା ସହାୟତା ପାଇଁ ଆନ୍ତର୍ଜାତୀୟ ଛାତ୍ରମାନଙ୍କ ଉପରେ ବହୁତ ନିର୍ଭର କରନ୍ତି। ଆଗକୁ ଏହା କେଉଁ ରୂପ ନେଉଛି ତାହା ଦେଖିବାକୁ ବାକି ରହିଲା।