ଗ୍ରୀସ୍‌ କ୍ରିତ୍ ଦ୍ୱୀପରେ ଶକ୍ତିଶାଳୀ ଭୂକମ୍ପ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୬.୩ ରେକର୍ଡ

ନୂଆଦିଲ୍ଲୀ ୧୪।୦୫; ଗ୍ରୀସର କ୍ରିତ୍‌ରେ ଭୂକମ୍ପର ଝଟକା । ବୁଧବାର ଦିନ ଗ୍ରୀସର କ୍ରିତ୍‌ ଦ୍ୱୀପରେ ୬.୩ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ପ୍ରଭାବରେ ମିଶରରୁ ଇସ୍ରାଏଲ ପର୍ଯ୍ୟନ୍ତ ପୃଥିବୀ ଥରି ଉଠିଲା। ସ୍ଥାନୀୟ ସମୟ ଭୋର ସମୟରେ ଏହି ଭୂମିକମ୍ପ ହୋଇଥିଲା। ଲୋକଙ୍କ ମଧ୍ୟରେ ଆତଙ୍କର ପରିବେଶ ଦେଖିବାକୁ ମିଳିଥିଲା। ଏନେଇ ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସ  ଅନୁଯାୟୀ, ପୂର୍ବ ଭୂମଧ୍ୟସାଗରରେ ଭୂମିକମ୍ପ ହୋଇଥିଲା। ଏହାର ଗଭୀରତା ଥିଲା ୧୪ କିଲୋମିଟର। ଭୂମିକମ୍ପଟି ୮୩ କିଲୋମିଟର ଗଭୀରତାରେ ଘଟିଥିଲା।ନିଶ୍ଚିତ ଭାବରେ ଭୂମିକମ୍ପର ଝଟକା ଶକ୍ତିଶାଳୀ ଥିଲା, କିନ୍ତୁ ଏପର୍ଯ୍ୟନ୍ତ କୌଣସି ପ୍ରକାରର କ୍ଷୟକ୍ଷତିର ଖବର ନାହିଁ। କୁହାଯାଉଛି ଯେ ସ୍ଥାନୀୟ ପ୍ରଶାସନ ଏବଂ ଉଦ୍ଧାର ଦଳ ଭୂମିକମ୍ପ ସ୍ଥଳରେ ପହଞ୍ଚି ଲୋକଙ୍କୁ ସାହାଯ୍ୟ କରିଥିଲେ। ପ୍ରଶାସନ ଲୋକଙ୍କୁ ସତର୍କ ରହିବାକୁ ନିବେଦନ କରିଛି।????#BREAKING! LARGE EARTHQUAKE Swarm beginning near Greece islands!?Details MAY change as this is preliminary data, but as of NOW,Multiple 6.0 Earthquakes Eastern Mediterranean, 36 km south of Kasos Island, Greece. pic.twitter.com/lXjFgCQ099— In2ThinAir (@In2ThinAir) May 13, 2025ଏହା ମିଶରର ଉତ୍ତର କୂଳରୁ ୪୩୧ କ

ଗ୍ରୀସ୍‌ କ୍ରିତ୍ ଦ୍ୱୀପରେ ଶକ୍ତିଶାଳୀ ଭୂକମ୍ପ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୬.୩ ରେକର୍ଡ

ନୂଆଦିଲ୍ଲୀ ୧୪।୦୫; ଗ୍ରୀସର କ୍ରିତ୍‌ରେ ଭୂକମ୍ପର ଝଟକା । ବୁଧବାର ଦିନ ଗ୍ରୀସର କ୍ରିତ୍‌ ଦ୍ୱୀପରେ ୬.୩ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ପ୍ରଭାବରେ ମିଶରରୁ ଇସ୍ରାଏଲ ପର୍ଯ୍ୟନ୍ତ ପୃଥିବୀ ଥରି ଉଠିଲା। ସ୍ଥାନୀୟ ସମୟ ଭୋର ସମୟରେ ଏହି ଭୂମିକମ୍ପ ହୋଇଥିଲା। ଲୋକଙ୍କ ମଧ୍ୟରେ ଆତଙ୍କର ପରିବେଶ ଦେଖିବାକୁ ମିଳିଥିଲା। 

ଏନେଇ ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସ  ଅନୁଯାୟୀ, ପୂର୍ବ ଭୂମଧ୍ୟସାଗରରେ ଭୂମିକମ୍ପ ହୋଇଥିଲା। ଏହାର ଗଭୀରତା ଥିଲା ୧୪ କିଲୋମିଟର। ଭୂମିକମ୍ପଟି ୮୩ କିଲୋମିଟର ଗଭୀରତାରେ ଘଟିଥିଲା।ନିଶ୍ଚିତ ଭାବରେ ଭୂମିକମ୍ପର ଝଟକା ଶକ୍ତିଶାଳୀ ଥିଲା, କିନ୍ତୁ ଏପର୍ଯ୍ୟନ୍ତ କୌଣସି ପ୍ରକାରର କ୍ଷୟକ୍ଷତିର ଖବର ନାହିଁ। କୁହାଯାଉଛି ଯେ ସ୍ଥାନୀୟ ପ୍ରଶାସନ ଏବଂ ଉଦ୍ଧାର ଦଳ ଭୂମିକମ୍ପ ସ୍ଥଳରେ ପହଞ୍ଚି ଲୋକଙ୍କୁ ସାହାଯ୍ୟ କରିଥିଲେ। ପ୍ରଶାସନ ଲୋକଙ୍କୁ ସତର୍କ ରହିବାକୁ ନିବେଦନ କରିଛି।

ଏହା ମିଶରର ଉତ୍ତର କୂଳରୁ ୪୩୧ କିଲୋମିଟର ଦୂରରେ ୬.୪ ତୀବ୍ରତାର ଭୂମିକମ୍ପ ରେକର୍ଡ କରିଛି। ଭୂମିକମ୍ପ ପରେ କର୍ତ୍ତୃପକ୍ଷ ସତର୍କ ସୂଚନା ଜାରି କରିଛନ୍ତି। ତେବେ ଗ୍ରୀସ୍ ପୂର୍ବରୁ, ମେକ୍ସିକୋରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ରେକର୍ଡ କରାଯାଇଥିଲା। ଭୂମିକମ୍ପର ତୀବ୍ରତା ଅଧିକ ଥିଲା କିନ୍ତୁ ଏପର୍ଯ୍ୟନ୍ତ କୌଣସି ଜୀବନ କିମ୍ବା ସମ୍ପତ୍ତି କ୍ଷତିର ରିପୋର୍ଟ ନାହିଁ।