୫୦ ବର୍ଷ ବୟସରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କଲେ ଅଭିନେତ୍ରୀ, ଭାବପ୍ରବଣ ପୋଷ୍ଟ କଲେ ଅକ୍ଷୟ କୁମାର
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଟ୍ବିଙ୍କଲ ଖାନ୍ନା ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରରେ ଥାଇପାରନ୍ତି, କିନ୍ତୁ ସେ ସର୍ବଦା ଲାଇମଲାଇଟ୍ ସହ ଜଡିତ ଥାନ୍ତି। ଅବଶ୍ୟ, ବର୍ତ୍ତମାନ ସେ ଅଭିନୟ ଛାଡି ନିଜର କ୍ୟାରିଅର୍ କରୁଛନ୍ତି, ଏଥିପାଇଁ ସେ ତାଙ୍କର ଅସମ୍ପୂର୍ଣ୍ଣ ଅଧ୍ୟୟନ ମଧ୍ୟ ସମାପ୍ତ କରିଛନ୍ତି । ଆଜ୍ଞା ହଁ ୫୦ ବର୍ଷ ବୟସରେ ଟ୍ବିଙ୍କଲ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ଏହା ପରେ ତାଙ୍କ ସ୍ବାମୀ ତଥା ବଲିଉଡ ଅଭିନେତା ଅକ୍ଷୟ କୁମାର ଅଭିନେତ୍ରୀଙ୍କ ସହ ତାଙ୍କ […] The post ୫୦ ବର୍ଷ ବୟସରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କଲେ ଅଭିନେତ୍ରୀ, ଭାବପ୍ରବଣ ପୋଷ୍ଟ କଲେ ଅକ୍ଷୟ କୁମାର appeared first on Dharitri Odia News.
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଟ୍ବିଙ୍କଲ ଖାନ୍ନା ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରରେ ଥାଇପାରନ୍ତି, କିନ୍ତୁ ସେ ସର୍ବଦା ଲାଇମଲାଇଟ୍ ସହ ଜଡିତ ଥାନ୍ତି। ଅବଶ୍ୟ, ବର୍ତ୍ତମାନ ସେ ଅଭିନୟ ଛାଡି ନିଜର କ୍ୟାରିଅର୍ କରୁଛନ୍ତି, ଏଥିପାଇଁ ସେ ତାଙ୍କର ଅସମ୍ପୂର୍ଣ୍ଣ ଅଧ୍ୟୟନ ମଧ୍ୟ ସମାପ୍ତ କରିଛନ୍ତି । ଆଜ୍ଞା ହଁ ୫୦ ବର୍ଷ ବୟସରେ ଟ୍ବିଙ୍କଲ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ଏହା ପରେ ତାଙ୍କ ସ୍ବାମୀ ତଥା ବଲିଉଡ ଅଭିନେତା ଅକ୍ଷୟ କୁମାର ଅଭିନେତ୍ରୀଙ୍କ ସହ ତାଙ୍କ ଫଟୋ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରି ତାଙ୍କ ପାଇଁ ଏକ ଭାବପ୍ରବଣ ପୋଷ୍ଟ ଲେଖିଛନ୍ତି।
ଅକ୍ଷୟ କୁମାର ନିକଟରେ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ତାଙ୍କ ପତ୍ନୀଙ୍କ ସହ ନଜର ଆସିଛନ୍ତି। ଏହି ଫଟୋରେ ଟ୍ବିଙ୍କଲ ସ୍ନାତକୋତ୍ତର କୋଟ ଏବଂ କ୍ୟାପ ପିନ୍ଧିଛନ୍ତି ଏବଂ ସବୁଜ ରଙ୍ଗର ଶାଢି ପିନ୍ଧିଛନ୍ତି । ଏହା ବ୍ୟତୀତ ଅକ୍ଷୟ କୁମାରଙ୍କୁ କଳା ପ୍ୟାଣ୍ଟ ଏବଂ ଓଭରକୋଟରେ ଦେଖିବାକୁ ମିଳିଛି। ଏହି ଫଟୋ ଶେୟାର କରି ଅକ୍ଷୟ କୁମାର ଲେଖିଛନ୍ତି, ୨ ବର୍ଷ ପୂର୍ବେ ଯେତେବେଳେ ତୁମେ ମୋତେ କହିଥିଲ ଯେ ତୁମେ ପୁଣି ଅଧ୍ୟୟନ କରିବାକୁ ଚାହୁଁଛ, ମୁଁ ଆଶ୍ଚର୍ଯ୍ୟ ହୋଇଗଲି, କିନ୍ତୁ ଯେଉଁ ଦିନ ମୁଁ ତୁମକୁ ଏତେ ପରିଶ୍ରମ କରୁଥିବାର ଦେଖିଲି, ମୁଁ ଅନୁଭବ କଲି ଯେ ମୁଁ ଏକ ସୁପର ମହିଳାଙ୍କୁ ବାହା ହୋଇଛି। ତୁମେ ନିଜ ଘର, କ୍ୟାରିୟର ଏବଂ ପିଲାମାନଙ୍କ ସହିତ ଜଣେ ଛାତ୍ରଙ୍କ ଜୀବନକୁ ପରିଚାଳନା କରିଛ, ଆଜି ତୁମର ସ୍ନାତକୋତ୍ତର ଦିନରେ ମୁଁ ଇଚ୍ଛା କରେ ମୁଁ ଟିକିଏ ଅଧିକ ଅଧ୍ୟୟନ କରିଥା’ନ୍ତି କି, ଯାହାଫଳରେ ମୁଁ ଏତେଗୁଡ଼ିଏ ଶବ୍ଦ ମିଳିଥାନ୍ତା ଏବଂ ମୁଁ ତୁମକୁ କହିପାରନ୍ତି କି ତୁମକୁ ନେଇ ମୁଁ କେତେ ଗର୍ବିତ, ଟିନା ଅଭିନନ୍ଦନ ଏବଂ ମୁଁ ତୁମକୁ ଭଲ ପାଏ ।
The post ୫୦ ବର୍ଷ ବୟସରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କଲେ ଅଭିନେତ୍ରୀ, ଭାବପ୍ରବଣ ପୋଷ୍ଟ କଲେ ଅକ୍ଷୟ କୁମାର appeared first on Dharitri Odia News.