ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଲେ ଆପୋଲୋ-୮ର ମହାକାଶଚାରୀ ୱିଲିୟମ ଆଣ୍ଡର୍ସ

ଟାକୋମାରେ ଟେଲିଭିଜନ୍ ଷ୍ଟେସନ୍ KCPQ-TV ରିପୋର୍ଟ ଅନୁଯାୟୀ, ମହାକାଶଚାରୀ ୱିଲିୟମ ଆଣ୍ଡର୍ସ ନିଜର ୱିଣ୍ଟେଜ୍‌ ଏୟାର ଫୋର୍ସ ସିଙ୍ଗିଲ୍ ଇଞ୍ଜିନ ଟି-୩୪ରେ ଉଡାଣ ଭରିଥିଲେ। ହଠାତ୍ ଏହା ଭାରସାମ୍ୟ ହରାଇ ତଳକୁ ଖସିପଡିଥିଲା। ଏହା ଯାଇ ସମୁଦ୍ର ଭିତରେ ପଡିଗଲା।

ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଲେ ଆପୋଲୋ-୮ର ମହାକାଶଚାରୀ ୱିଲିୟମ ଆଣ୍ଡର୍ସ

ଦିନେ ସେ ଚନ୍ଦ୍ରରେ ପାଦ ଥାପିଥିଲେ। ପୃଥିବୀ ଡେଇଁ ଅନ୍ତରୀକ୍ଷ ଯାନରେ ଯାଇଥିଲେ ମହାକାଶ। ଚନ୍ଦ୍ରର ପଛପଟୁ ଉଠାଇଥିଲେ ପୃଥିବୀ ଉଦୟର ଦୃଶ୍ୟ। ହେଲେ ଏକ ବିମାନ ଦୁର୍ଘଟଣାରେ ଚାଲିଗଲା ତାଙ୍କ ଜୀବନ। ଆପୋଲୋ ୮ର ପୂର୍ବତନ ମହାକାଶଚାରୀ ଅବସରପ୍ରାପ୍ତ ମେଜର ଜେନେରାଲ ୱିଲିୟମ ଆଣ୍ଡର୍ସଙ୍କ ପରଲୋକ ହୋଇଯାଇଛି। ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି ୱିଲିୟମ ଆଣ୍ଡର୍ସ। ଚନ୍ଦ୍ରର ପରିକ୍ରମା କରିଥିବା ପ୍ରଥମ ୩ଜଣ ମହାକାଶଚାରୀଙ୍କ ମଧ୍ୟରୁ ଜଣେ ୱିଲିୟମ ଆଣ୍ଡର୍ସ।

୧୯୬୮ରେ ଅବସରପ୍ରାପ୍ତ ମେଜର ଜେନେରାଲ ୱିଲିୟମ ମହାକାଶରୁ ପ୍ରଥମ ‘ଆର୍ଥ ରାଇଜ’ ଫଟୋ ଉଠାଇ ପୃଥିବୀକୁ ଛାଇ ନୀଳ ମାର୍ବଲ (ନୀଳ ରଙ୍ଗର ଫଟୋ) ଭାବରେ ଦର୍ଶାଇଥିଲେ। ଏହି ଫଟୋ ବିଷୟରେ ୱିଲିୟମ ଆଣ୍ଡର୍ସ କହିଥିଲେ ଯେ ସ୍ପେସ ପ୍ରୋଗ୍ରାମ ପାଇଁ ଏହି ଫଟୋ ହେଉଛି ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ। ମହାକାଶରୁ ଦେଖାଯାଇଥିବା ପୃଥିବୀର ପ୍ରଥମ ରଙ୍ଗିନ ଫଟୋ । ଏହା ଆଧୁନିକ ଇତିହାସର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଫଟୋ କାରଣ ଏହା ମନୁଷ୍ୟର ଗ୍ରହକୁ ଦେଖିବାରେ ପରିବର୍ତ୍ତନ କରିଥିଲା।

ରିପୋର୍ଟ ଅନୁସାରେ, ଚାଟାର୍ଡ ଫ୍ଲାଇଟ୍‌ ଉଡାଉଥିବା ବେଳେ ୱାଶିଂଟନ୍‌ରେ ତାଙ୍କ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ତାଙ୍କ ପୁଅ ଅବସରପ୍ରାପ୍ତ ବାୟୁସେନା ଲେଫ୍ଟନେଣ୍ଟ କର୍ଣ୍ଣେଲ ଗ୍ରେଗ ଆଣ୍ଡର୍ସ ସୂଚନା ଦେଇଛନ୍ତି। ତାଙ୍କ କହିବା ମୁତାବକ, ସେ ଯେଉଁ ବିମାନକୁ ଚଳାଉଥିଲେ ତାହା ଉଡିବା ପରେ ପାଣିରେ ପଡ଼ିଯାଇଥିଲା। ଏହା ଜୋନ୍ସ ଦ୍ୱୀପ ଉପକୂଳରେ ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସିପଡିଥିଲା। ଏହି ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। 

ଟାକୋମାରେ ଟେଲିଭିଜନ୍ ଷ୍ଟେସନ୍ KCPQ-TV ରିପୋର୍ଟ ଅନୁଯାୟୀ, ମହାକାଶଚାରୀ ୱିଲିୟମ ଆଣ୍ଡର୍ସ ନିଜର ୱିଣ୍ଟେଜ୍‌ ଏୟାର ଫୋର୍ସ ସିଙ୍ଗିଲ୍ ଇଞ୍ଜିନ ଟି-୩୪ରେ ଉଡାଣ ଭରିଥିଲେ। ହଠାତ୍ ଏହା ଭାରସାମ୍ୟ ହରାଇ ତଳକୁ ଖସିପଡିଥିଲା। ଏହା ଯାଇ ସମୁଦ୍ର ଭିତରେ ପଡିଗଲା। ଏନେଇ ସୈନ୍‌ଜୁଆନ୍‌ କାଉଣ୍ଟି ଶରୀଫଙ୍କ କାର୍ଯ୍ୟାଳୟ ସୂଚନା ଦେଇଥିବା ବେଳେ ସମସ୍ତ ତଥ୍ୟ ପ୍ରଦାନ କରିନି।

ୱିଲିୟମ ଆଣ୍ଡର୍ସ ଓ ଆପୋଲୋ-୮ ବିଷୟରେ କିଛି..

ଆମେରିକାର ନୈସେନା ଏକାଡେମୀରେ ଗ୍ରାଜୁଏଟ୍ ଓ ଏୟାରଫୋର୍ସର ପାଇଲଟ୍‌ ଆଣ୍ଡର୍ସ ୧୯୬୩ମସିହାର ନାସାରେ ଯୋଗ ଦେଇଥିଲେ। ସେ ୧୯୬୮ରେ ଆପୋଲୋ-୮ ମିଶନରେ ପ୍ରଥମଥର ପାଇଁ ମହାକାଶ ଯାତ୍ରା କରିଥିଲେ ଓ ଚନ୍ଦ୍ରର କକ୍ଷ ପଥରେ ପହଞ୍ଚିଥିଲେ। ଆପୋଲୋ-୮ ପୃଥିବୀଠାରୁ ୨ଲକ୍ଷ ୪୦ହଜାର ମାଇଲ୍‌ ଉଚ୍ଚରେ ଥିବା ଚନ୍ଦ୍ରର କକ୍ଷପଥକୁ ଯାଇଥିଲେ।

ମହାକାଶ ଗବେଷଣା କ୍ଷେତ୍ରରେ ଲେଖାଯାଇଥିଲା ଏକ ନୂଆ ଅଧ୍ୟାୟ। ନାସା ଦ୍ୱାରା ଚନ୍ଦ୍ରକୁ ପଠାଯାଇଥିଲା ପ୍ରଥମ ମାନବଯୁକ୍ତ ଯାନ ଥିଲା ଆପୋଲୋ-୮ ମୁନ୍‌ ମିଶନ। ପ୍ରଥମଥର ପାଇଁ ଚନ୍ଦ୍ର କକ୍ଷରେ ଏକ ମାନବଯୁକ୍ତ ମହାକାଶ ଯାନ ପ୍ରଦକ୍ଷିଣ କରିଥିଲା। ଇତିହାସ ରଚିଥିଲେ ୩ମହାକାଶଚାରୀ। ସେହି ଅଭିଯାନରେ ଚନ୍ଦ୍ରର ପଛପଟୁ ଉଠାଯାଇଥିଲା ଆର୍ଥ ରାଇଜ୍‌ ଫଟୋଗ୍ରାଫ୍‌ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।

୧୯୬୮ମସିହା ଡିସେମ୍ୱର ୨୧ତାରିଖ। ମାହାକାଶରେ ମାନବ ରଚିଥିଲା ଏକ ନୂଆ ଇତିହାସ। ଆମେରିକୀୟ ମହାକାଶ ଏଜେନ୍ସି ନାସାଦ୍ୱାରା ଆପୋଲୋ-୮ ପୃଥିବୀ କକ୍ଷରୁ ବାହାରି ଚନ୍ଦ୍ର କକ୍ଷରେ ପ୍ରବେଶ କଲା। ମହାକାଶ ଗବେଷଣା କ୍ଷେତ୍ରରେ ଏହା ଥିଲା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଓ ବିପଦପୂର୍ଣ୍ଣ ଅଭିଯାନ। ନାସାରେ ଏହି ମିଶନ ଜରିଆରେ ୩ଜଣ ମହାକାଶଚାରୀ ଚନ୍ଦ୍ର କକ୍ଷକୁ ପଠାଯାଇଥିଲା। ଏମାନେ କେନେଡି ସ୍ପେଶ୍ ଷ୍ଟେସନରୁ ଉଡାଣ ଭରିଥିଲେ। ପ୍ରଥମ ଥର ପୃଥିବୀ ଏକ ଗ୍ରହରୂପରେ ଅନ୍ତରୀକ୍ଷରୁ ଦେଖିଥିଲେ ଓ ସେମାନେ ଚନ୍ଦ୍ରର ପଛପଟରୁ ପୃଥିବୀ ଉଦୟର ଦୃଶ୍ୟର ଫଟୋ ଉତ୍ତୋଳନ କରିଥିଲେ।