ଭାଇ ପରେ ଚାଲିଗଲା ଭଉଣୀର ଜୀବନ
ଝରିଗାଁ,୧୦।୩(କିଶୋର ଚନ୍ଦ୍ର ମଣ୍ଡଳ): ମାସେ ତଳେ କାମୁଡ଼ି ଥିଲା କୁକୁର। ପରିବାର ଲୋକେ କିନ୍ତୁ ଡାକ୍ତରଙ୍କୁ ନ ଦେଖାଇ ଜଡ଼ିବୁଟି ଚିକତ୍ସା କରାଇଥିଲେ। ଏବେ କୁକୁର କାମୁଡ଼ି ଥିବା ୨ ଭଉଣୀ ଭାଇଙ୍କ ମୃତ୍ୟୁ ଘଟିଛି। ଏପରି ଅଭାବନୀୟ ଘଟଣା ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଛୁଇଁମାଟି ଗ୍ରାମରେ ଦେଖିବାକୁ ମିଳିଛି। ମୃତକ ହେଲେ ଛୁଇଁମାଟି ଗ୍ରାମର ନୀଳ ସାନ୍ତାଙ୍କ ପୁଅ କମଳ(୪) ଏବଂ ଝିଅ ଭବାନୀ(୬)। ପରିବାର ଲୋକଙ୍କ ସୂଚନାନୁଯାୟୀ, କମଳ ଓ […] The post ଭାଇ ପରେ ଚାଲିଗଲା ଭଉଣୀର ଜୀବନ appeared first on Dharitri Odia News.
ଝରିଗାଁ,୧୦।୩(କିଶୋର ଚନ୍ଦ୍ର ମଣ୍ଡଳ): ମାସେ ତଳେ କାମୁଡ଼ି ଥିଲା କୁକୁର। ପରିବାର ଲୋକେ କିନ୍ତୁ ଡାକ୍ତରଙ୍କୁ ନ ଦେଖାଇ ଜଡ଼ିବୁଟି ଚିକତ୍ସା କରାଇଥିଲେ। ଏବେ କୁକୁର କାମୁଡ଼ି ଥିବା ୨ ଭଉଣୀ ଭାଇଙ୍କ ମୃତ୍ୟୁ ଘଟିଛି। ଏପରି ଅଭାବନୀୟ ଘଟଣା ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଛୁଇଁମାଟି ଗ୍ରାମରେ ଦେଖିବାକୁ ମିଳିଛି। ମୃତକ ହେଲେ ଛୁଇଁମାଟି ଗ୍ରାମର ନୀଳ ସାନ୍ତାଙ୍କ ପୁଅ କମଳ(୪) ଏବଂ ଝିଅ ଭବାନୀ(୬)।
ପରିବାର ଲୋକଙ୍କ ସୂଚନାନୁଯାୟୀ, କମଳ ଓ ଭବାନୀ ଗାଁରେ ଖେଳିବା ସମୟରେ ହଠାତ ଏକ ବୁଲା କୁକୁର ଉଭୟଙ୍କୁ କାମୁଡି ଦେଇଥିଲା। ପରିବାର ଲୋକେ ସେମାନଙ୍କୁ ଡାକ୍ତରଖାନାକୁ ନ ନେଇ ଗାଁରେ ଜଡିବୁଟି ଔଷଧ ଦେଇଥିଲେ।
କୁକୁର କାମୁଡ଼ିବାର ୨୪ ଘଣ୍ଟା ମଧ୍ୟରେ କମଳଙ୍କ ମୃତ୍ୟୁ ହୋଇଯାଇଥିଲା। ଭବାନୀଙ୍କୁ ମଧ୍ୟ ସେମାନେ ଜଡିବୁଟି ଚିକିତ୍ସା କରାଉଥିଲେ। ଦେହ ବେଶି ଖରାପ ହେବାରୁ ପରିବାର ଲୋକେ ତାଙ୍କୁ ଗତ ୮ ତାରିଖ ଦିନ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ସେଠାରେ କୁକୁର କାମୁଡ଼ା ଟିକା ଦିଆଯାଇଥିଲା। ଏହାପରେ ସେ ଘରକୁ ଫେରିଥିଲେ। ରବିବାର ଭବାନୀଙ୍କ ପାଟିରୁ ଫେଣ ବାହାରିବା ସହ ସେ କାନ୍ଦିବା ଆରମ୍ଭ କରିଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପୁଣି ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଭବାନୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ କହିଛନ୍ତି। ଉଭଣୀ, ଭାଇଙ୍କ ମୃତ୍ୟୁ ପରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।
The post ଭାଇ ପରେ ଚାଲିଗଲା ଭଉଣୀର ଜୀବନ appeared first on Dharitri Odia News.