ସଚିନ ପାଇଲଟଙ୍କୁ ନିଜର କ୍ରଶ୍ କହିଥିବା ମହିଳା ସରପଞ୍ଚ ଜଣଙ୍କ କିଏ? ରଖିଛନ୍ତି କେବଳ ଏତିକି ଇଚ୍ଛା
ନୂଆଦିଲ୍ଲୀ,୩।୪: କଂଗ୍ରେସ ଦଳର ନେତା ଏବଂ ଟୋଙ୍କ ବିଧାୟକ ସଚିନ ପାଇଲଟ ଯୁବପିଢ଼ିଙ୍କ ମଧ୍ୟରେ ବହୁତ ଲୋକପ୍ରିୟ। ସମାଜର ଅନ୍ୟ ଲୋକଙ୍କ ମଧ୍ୟରେ ମଧ୍ୟ ତାଙ୍କର ଲୋକପ୍ରିୟତା ଦେଖାଯାଏ, କିନ୍ତୁ ସମ୍ପ୍ରତି ଜଣେ ହରିୟାଣାର ସରପଞ୍ଚ ତାଙ୍କର ପ୍ରଶଂସକ ଭାବେ ଚର୍ଚ୍ଚାକୁ ଆସିଛନ୍ତି। ଯୁବ ସରପଞ୍ଚ ନୈନା କଂଗ୍ରେସ ନେତା ସଚିନଙ୍କର ଜଣେ ବଡ଼ ପ୍ରଶଂସକ। ସେ ସଚିନଙ୍କୁ ତାଙ୍କର କ୍ରଶ୍ ବୋଲି କହିିଛନ୍ତି। ତେବେ ନୈନା ସିରସାର ଜଣେ ସରପଞ୍ଚ ବୋଲି ଜଣାପଡ଼ିଛି। ଗଣମାଧ୍ୟମ ସହିତ […] The post ସଚିନ ପାଇଲଟଙ୍କୁ ନିଜର କ୍ରଶ୍ କହିଥିବା ମହିଳା ସରପଞ୍ଚ ଜଣଙ୍କ କିଏ? ରଖିଛନ୍ତି କେବଳ ଏତିକି ଇଚ୍ଛା appeared first on Dharitri Odia News.
ନୂଆଦିଲ୍ଲୀ,୩।୪: କଂଗ୍ରେସ ଦଳର ନେତା ଏବଂ ଟୋଙ୍କ ବିଧାୟକ ସଚିନ ପାଇଲଟ ଯୁବପିଢ଼ିଙ୍କ ମଧ୍ୟରେ ବହୁତ ଲୋକପ୍ରିୟ। ସମାଜର ଅନ୍ୟ ଲୋକଙ୍କ ମଧ୍ୟରେ ମଧ୍ୟ ତାଙ୍କର ଲୋକପ୍ରିୟତା ଦେଖାଯାଏ, କିନ୍ତୁ ସମ୍ପ୍ରତି ଜଣେ ହରିୟାଣାର ସରପଞ୍ଚ ତାଙ୍କର ପ୍ରଶଂସକ ଭାବେ ଚର୍ଚ୍ଚାକୁ ଆସିଛନ୍ତି। ଯୁବ ସରପଞ୍ଚ ନୈନା କଂଗ୍ରେସ ନେତା ସଚିନଙ୍କର ଜଣେ ବଡ଼ ପ୍ରଶଂସକ। ସେ ସଚିନଙ୍କୁ ତାଙ୍କର କ୍ରଶ୍ ବୋଲି କହିିଛନ୍ତି। ତେବେ ନୈନା ସିରସାର ଜଣେ ସରପଞ୍ଚ ବୋଲି ଜଣାପଡ଼ିଛି।
ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ ନୈନା କହିଛନ୍ତି, ସମସ୍ତଙ୍କର କେହି ନା କେହି କ୍ରଶ ଅଛି, କିନ୍ତୁ ସେମାନେ ଏହା କହି ପାରୁନାହାଁନ୍ତି… ହେଲେ ମୋର କହିବାର ସାହସ ଅଛି। ସଚିନ ପାଇଲଟ ମୋର କ୍ରଶ୍। ଏଥିରେ କେହି କିଛି ବି ମତାମତ ଦିଅନ୍ତୁ, ମୋ ପାଇଁ କିଛି ଫରକ ପଡ଼ିବ ନାହିଁ। ସଚିନ ପାଇଲଟ ମୋର ପ୍ରିୟ ଥିଲେ, ଅଛନ୍ତି ଏବଂ ରହିବେ। ସେ କହିଥିଲେ ଯେ ମୁଁ ସଚିନ ପାଇଲଟଙ୍କୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବରେ ଦେଖିବା ପାଇଁ ଚାହୁଁଛି।
ଯେତେବେଳେ ସରପଞ୍ଚ ନୈନାଙ୍କୁ ପଚରାଗଲା ଯେ ସଚିନ ପାଇଲଟଙ୍କ ନିକଟରେ କ’ଣ ବିଶେଷତା ଅଛି? ସେ କହିଥିଲେ ଯେ ସେ ସୁନ୍ଦର, ସରଳ ଏବଂ ସୌମ୍ୟ। ଏହା ତାଙ୍କ ବ୍ୟକ୍ତିତ୍ୱ। ଏପର୍ଯ୍ୟନ୍ତ ତାଙ୍କୁ ଭେଟିବାର ସୁଯୋଗ ମିଳିନାହିଁ, କିନ୍ତୁ ସଚିନଙ୍କୁ ଭେଟିବାକୁ ବହୁତ ଇଚ୍ଛା ଅଛି। ନିଶ୍ଚିତ ଭାବରେ ତାଙ୍କ ସହିତ ଏକା ବସି ଗୋଟିଏ କପ କଫି ପିଇବାକୁ ଚାହେଁ ବୋଲି ସେ କହିଛନ୍ତି।
ନୈନା ଝୋରଡ୍ ଇଣ୍ଡିଆ ନ୍ୟାସନାଲ ଲୋକଦଳର ଜଣେ କର୍ମୀ ଭାବରେ କାମ କରନ୍ତି। ସେ କହିଛନ୍ତି ଯେ ସେ ୧୭ ବର୍ଷ ବୟସରୁ ସଚିନ ପାଇଲଟଙ୍କୁ ପସନ୍ଦ କରନ୍ତି ଏବଂ ସେ ତାଙ୍କର କ୍ରଶ। ଏଣୁ ଦିନେ ସେ ତାଙ୍କ ସହିତ କଫି ପିଇବାକୁ ଚାହାନ୍ତି।
କହିରଖୁଛୁ, ସଚିନ ପାଇଲଟ ତାଙ୍କ ପ୍ରଥମ ପତ୍ନୀ ସାରାଙ୍କ ଠାରୁ ଛାଡପତ୍ର ନେଇଛନ୍ତି। ସେ ଜାମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ଝିଅ। ଏହା ପରେ ଯେତେବେଳେ ସରପଞ୍ଚ ନୈନା ସେମାନଙ୍କୁ ତାଙ୍କ ପ୍ରେମ ବିଷୟରେ କହିଲେ, ଲୋକମାନେ ତାଙ୍କୁ ପୁଣି ଥରେ ବିବାହ କରିବାକୁ ପରାମର୍ଶ ମଧ୍ୟ ଦେଉଛନ୍ତି। ସୋସିଆଲ ମିଡିଆରେ ଲୋକମାନେ ପଚାରୁଛନ୍ତି ଯେ କଂଗ୍ରେସ ନେତା କ’ଣ ସରପଞ୍ଚ ନୈନାଙ୍କୁ ଦ୍ୱିତୀୟ ଥର ବିବାହ କରିବେ?
ଏହା ଉପରେ ନୈନା ଉତ୍ତର ଦେଇଥିଲେ ଯେ କାହାକୁ ନିଜର କ୍ରଶ୍ କହିବା ଅର୍ଥ ବିବାହ ନୁହେଁ। ସେ କହିଲେ ଯେ ଯଦି କେହି ସଲମାନ ଖାନଙ୍କୁ ପସନ୍ଦ କରନ୍ତି, ତେବେ ସେ କ’ଣ ତାଙ୍କୁ ବିବାହ କରିନିଅନ୍ତି?
The post ସଚିନ ପାଇଲଟଙ୍କୁ ନିଜର କ୍ରଶ୍ କହିଥିବା ମହିଳା ସରପଞ୍ଚ ଜଣଙ୍କ କିଏ? ରଖିଛନ୍ତି କେବଳ ଏତିକି ଇଚ୍ଛା appeared first on Dharitri Odia News.