ମୋଦିଙ୍କ ପରେ ପିଏମ ପଦ ପାଇଁ ପସନ୍ଦିଆ ଯୋଗ୍ୟ ପ୍ରାର୍ଥୀ କିଏ, ସର୍ଭେରୁ ଆସିଲା ରିପୋର୍ଟ
ନୂଆଦିଲ୍ଲୀ,୧୪।୩: ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ପଦରେ ନରେନ୍ଦ୍ର ମୋଦି ସବୁଠାରୁ ପସନ୍ଦର ଯୋଗ୍ୟ ଚେହେରା ଅଟନ୍ତି। ନିକଟରେ ହୋଇଥିବା ଏକ ସର୍ଭେରୁ ଏହା ଜଣାପଡିଛି। ତେବେ ପ୍ରଶ୍ନ ଉଠୁଛି ଯେ, ମୋଦିଙ୍କ ପରେ ପରବର୍ତ୍ତୀ ପିଏମ ପଦବୀ ପାଇଁ ପସନ୍ଦିଆ ଚେହେରା କିଏ? କହିରଖୁଛୁ କି, ଭାଜପା ପୂର୍ବ ଦୁଇ ଲୋକସଭା ନିର୍ବାଚନ ନରେନ୍ଦ୍ର ମୋଦିଙ୍କ ଯୋଗୁ ଜିତି ଆସୁଛି। ଏଥର ମଧ୍ୟ ମୋଦିଙ୍କ ଚେହେରାରେ ନିର୍ବାଚନ ଲଢି ବହୁମତ ହାସଲ କରିବାକୁ ଭାଜପା […] The post ମୋଦିଙ୍କ ପରେ ପିଏମ ପଦ ପାଇଁ ପସନ୍ଦିଆ ଯୋଗ୍ୟ ପ୍ରାର୍ଥୀ କିଏ, ସର୍ଭେରୁ ଆସିଲା ରିପୋର୍ଟ appeared first on Dharitri Odia News.
ନୂଆଦିଲ୍ଲୀ,୧୪।୩: ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ପଦରେ ନରେନ୍ଦ୍ର ମୋଦି ସବୁଠାରୁ ପସନ୍ଦର ଯୋଗ୍ୟ ଚେହେରା ଅଟନ୍ତି। ନିକଟରେ ହୋଇଥିବା ଏକ ସର୍ଭେରୁ ଏହା ଜଣାପଡିଛି। ତେବେ ପ୍ରଶ୍ନ ଉଠୁଛି ଯେ, ମୋଦିଙ୍କ ପରେ ପରବର୍ତ୍ତୀ ପିଏମ ପଦବୀ ପାଇଁ ପସନ୍ଦିଆ ଚେହେରା କିଏ? କହିରଖୁଛୁ କି, ଭାଜପା ପୂର୍ବ ଦୁଇ ଲୋକସଭା ନିର୍ବାଚନ ନରେନ୍ଦ୍ର ମୋଦିଙ୍କ ଯୋଗୁ ଜିତି ଆସୁଛି। ଏଥର ମଧ୍ୟ ମୋଦିଙ୍କ ଚେହେରାରେ ନିର୍ବାଚନ ଲଢି ବହୁମତ ହାସଲ କରିବାକୁ ଭାଜପା ଆଶା ରଖିଛି। କିନ୍ତୁ ବିରୋଧି ଦଳ ପିଏମ ପଦ ପାଇଁ ଏଯାଏଁ ଯୋଗ୍ୟ ପ୍ରାର୍ଥୀ ଘୋଷଣା କରି ନାହାନ୍ତି।
ନେଟଓ୍ବର୍କ ୧୮ ଦ୍ୱାରା କରାଯାଇଥିବା ମେଗା ଓପିନିୟନ ପୋଲରେ ପ୍ରଧାନମନ୍ତ୍ରୀ ପଦ ପାଇଁ ୫୯ ପ୍ରତିଶତ ଲୋକ ମୋଦିଙ୍କୁ ପସନ୍ଦ କରିଥିଲେ। ସେହିପରି ୨୧ ପ୍ରତିଶତ ଲୋକ ରାହୁଲ ଗାନ୍ଧୀଙ୍କୁ ପିଏମ ପଦ ପାଇଁ ଉପଯୁକ୍ତ ବୋଲି ବାଛିଥିଲେ।
The post ମୋଦିଙ୍କ ପରେ ପିଏମ ପଦ ପାଇଁ ପସନ୍ଦିଆ ଯୋଗ୍ୟ ପ୍ରାର୍ଥୀ କିଏ, ସର୍ଭେରୁ ଆସିଲା ରିପୋର୍ଟ appeared first on Dharitri Odia News.