ମରିୟମ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରତିକ୍ରିୟା ରଖିଲା ଆମେରିକା
ଓ୍ବାଶିଂଟନ,୫।୩: ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ମରିୟମ ନୱାଜଙ୍କ ଚୟନକୁ ଐତିହାସିକ ବୋଲି ଆମେରିକା ବର୍ଣ୍ଣନା କରିଛି। ଏଥି ସହିତ, ପାକିସ୍ତାନ ରାଜନୀତିରେ ମହିଳାମାନଙ୍କୁ ସଂପୂର୍ଣ୍ଣ ଭାବେ ଯୋଡିବା ପାଇଁ ଆମେ ଇସଲାମାବାଦ ସହ ସହଯୋଗ କରିବାକୁ ପ୍ରସ୍ତୁତ। ସୂଚନାଯୋଗ୍ୟ, ମରିୟମ ନୱାଜ ସରିଫଙ୍କ ଝିଅ, ଯିଏ ତିନିଥର ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିଲେ। ଗତ ସପ୍ତାହରେ ସେ ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି […] The post ମରିୟମ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରତିକ୍ରିୟା ରଖିଲା ଆମେରିକା appeared first on Dharitri Odia News.
ଓ୍ବାଶିଂଟନ,୫।୩: ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ମରିୟମ ନୱାଜଙ୍କ ଚୟନକୁ ଐତିହାସିକ ବୋଲି ଆମେରିକା ବର୍ଣ୍ଣନା କରିଛି। ଏଥି ସହିତ, ପାକିସ୍ତାନ ରାଜନୀତିରେ ମହିଳାମାନଙ୍କୁ ସଂପୂର୍ଣ୍ଣ ଭାବେ ଯୋଡିବା ପାଇଁ ଆମେ ଇସଲାମାବାଦ ସହ ସହଯୋଗ କରିବାକୁ ପ୍ରସ୍ତୁତ। ସୂଚନାଯୋଗ୍ୟ, ମରିୟମ ନୱାଜ ସରିଫଙ୍କ ଝିଅ, ଯିଏ ତିନିଥର ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିଲେ। ଗତ ସପ୍ତାହରେ ସେ ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ।
ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି ଯେ ପାକିସ୍ତାନ ରାଜନୀତି ପାଇଁ ମରିୟମ ନଓ୍ବାଜଙ୍କ ଚୟନ ଐତିହାସିକ ଅଟେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶର ରାଜନୀତି ଏବଂ ଅର୍ଥନୀତିରେ ମହିଳାଙ୍କ ସମ୍ପୂର୍ଣ୍ଣ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ ଆମେ ଆମେରିକା-ପାକିସ୍ଥାନ ମହିଳା ପରିଷଦ, ନାଗରିକ ସମାଜ ତଥା ଅନ୍ୟାନ୍ୟ ରାଜନୈତିକ ସଂଗଠନ ସମେତ ପାକିସ୍ତାନକୁ ସମର୍ଥନ କରିବାକୁ ଅପେକ୍ଷା କରିଛୁ।
ମାଥ୍ୟୁ ମିଲର କହିଛନ୍ତି ଯେ ଏକ ଅନ୍ତର୍ଭୂକ୍ତ ଶକ୍ତିଶାଳୀ ପାକିସ୍ତାନ ସୃଷ୍ଟି ହେବ ଯାହା ଏହାର ଲୋକଙ୍କ ପାଇଁ ଲାଭଦାୟକ ହେବ। ଦୁନିଆରେ ଯେଉଁଠାରେ ଏକ ନୂତନ ପରମ୍ପରା ସୃଷ୍ଟି ହୁଏ, ଆମେ ଏହାକୁ ପସନ୍ଦ କରୁ। ସେ ନୂତନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସମ୍ପର୍କରେ କିଛି କହିବାକୁ ମନା କରି ଦେଇଛନ୍ତି।
The post ମରିୟମ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରତିକ୍ରିୟା ରଖିଲା ଆମେରିକା appeared first on Dharitri Odia News.