ପୁରୀରୁ ଚୋରି କରି ନୟାପଲ୍ଲୀରେ ବୁଲୁଥିଲେ ଲୁଟେରା, ପିଛା କରି ଧରିଲା ପୋଲିସ
ଭୁବନେଶ୍ୱର ୦୬।୦୪ : ପୁରୀରୁ ଚୋରି ହୋଇଥିଲା ସ୍କୁଟର । ଭୁବନେଶ୍ୱରରେ ଧରି ବୁଲୁଥିଲା ଚୋର । ଶେଷରେ ଗୋଡ଼େଇ ଗୋଡ଼େଇ ଚୋରି ହୋଇଥିବା ସ୍କୁଟି ଧରିଛି ପିସିଆର୍ ଟିମ୍ । ଖବର ଅନୁଯାୟ, ଅଗ୍ନିଶମ ବାହିନୀର କର୍ମଚାରୀ ରାଜା କୁମାର ନାୟକ ପୁରୀ ଜଗନ୍ନାଥ ମନ୍ଦିରରେ ଡ୍ୟୁଟି କରୁଥିଲେ । ଏହି ସମୟରେ ବାହାରେ ଥିବା ଓଲା ସ୍କୁଟରକୁ ଜଣେ ଚୋର ପାସ୍ଓ୍ୱାର୍ଡ ଖୋଲି ନେଇଯାଇଥିଲା । ତେବେ ଚୋରି ହେବା ପରେ ମୋବାଇଲ୍ ଆପରେ ସ୍କୁଟରଟି ଭୁବନେଶ୍ୱରରେ ଚାଲୁଥିବାର ଜାଣିବାକୁ ପାଇଥିଲେ । ପରେ ୧୧୨ ନମ୍ବରକୁ କଲ୍ କରିଥିଲେ । ଖବର ପାଇ ପିସିଆର ଗାଡ଼ି ଉକ୍ତ ସ୍କୁଟିକୁ ପିଛା କରିଥିଲା । ଦୀର୍ଘ ସମୟ ପରେ ସ୍କୁଟିକୁ ନୟାପଲ୍ଲୀ ଅଞ୍ଚଳରୁ ଧରିଥିଲା ପିସିଆର୍ । ଆଉ ପୋଲିସଠୁ ଖବର ପାଇ ନିଜ ସ୍କୁଟିକୁ ଫେରିପାଇଥିଲେ ଅଗ୍ନିଶମ ବାହିନୀ ।
ଭୁବନେଶ୍ୱର ୦୬।୦୪ : ପୁରୀରୁ ଚୋରି ହୋଇଥିଲା ସ୍କୁଟର । ଭୁବନେଶ୍ୱରରେ ଧରି ବୁଲୁଥିଲା ଚୋର । ଶେଷରେ ଗୋଡ଼େଇ ଗୋଡ଼େଇ ଚୋରି ହୋଇଥିବା ସ୍କୁଟି ଧରିଛି ପିସିଆର୍ ଟିମ୍ ।

ଖବର ଅନୁଯାୟ, ଅଗ୍ନିଶମ ବାହିନୀର କର୍ମଚାରୀ ରାଜା କୁମାର ନାୟକ ପୁରୀ ଜଗନ୍ନାଥ ମନ୍ଦିରରେ ଡ୍ୟୁଟି କରୁଥିଲେ । ଏହି ସମୟରେ ବାହାରେ ଥିବା ଓଲା ସ୍କୁଟରକୁ ଜଣେ ଚୋର ପାସ୍ଓ୍ୱାର୍ଡ ଖୋଲି ନେଇଯାଇଥିଲା । ତେବେ ଚୋରି ହେବା ପରେ ମୋବାଇଲ୍ ଆପରେ ସ୍କୁଟରଟି ଭୁବନେଶ୍ୱରରେ ଚାଲୁଥିବାର ଜାଣିବାକୁ ପାଇଥିଲେ । ପରେ ୧୧୨ ନମ୍ବରକୁ କଲ୍ କରିଥିଲେ । ଖବର ପାଇ ପିସିଆର ଗାଡ଼ି ଉକ୍ତ ସ୍କୁଟିକୁ ପିଛା କରିଥିଲା । ଦୀର୍ଘ ସମୟ ପରେ ସ୍କୁଟିକୁ ନୟାପଲ୍ଲୀ ଅଞ୍ଚଳରୁ ଧରିଥିଲା ପିସିଆର୍ । ଆଉ ପୋଲିସଠୁ ଖବର ପାଇ ନିଜ ସ୍କୁଟିକୁ ଫେରିପାଇଥିଲେ ଅଗ୍ନିଶମ ବାହିନୀ ।