ଓଡ଼ିଶାରୁ ଆନ୍ଧ୍ରକୁ କରୁଥିଲେ ଲୁହା ଚୋରା ଚାଲାଣ: ୭ ଗିରଫ

ପଟାଙ୍ଗି,୨୭ା୩(ଶରତ ଧଳ): ଓଡ଼ିଶା ତଥା ପଡ଼େଶୀ ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ଚାଲିଥିବା ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଲୁହା ସାମଗ୍ରୀ ଚୋରି କରି ପଡ଼ୋଶୀ ଆନ୍ଧ୍ର ରାଜ୍ୟକୁ ଚୋରାଚାଲାଣ ହେଉଥିବା ବେଳେ ପୋଲିସ ହାତରେ ଧରାପଡ଼ି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ହେବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହିପରି ଘଟଣା ଘଟିଛି କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ସୁଙ୍କି ଥାନା ଅଧୀନରେ ରହିଥିବା ତଳଗୋଲୁର ପଞ୍ଚାୟତରେ। ସୂଚନାନୁଯାୟୀ, ସୁନାବେଡ଼ା ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ମନୋବ୍ରତା […] The post ଓଡ଼ିଶାରୁ ଆନ୍ଧ୍ରକୁ କରୁଥିଲେ ଲୁହା ଚୋରା ଚାଲାଣ: ୭ ଗିରଫ appeared first on Dharitri Odia News.

ଓଡ଼ିଶାରୁ ଆନ୍ଧ୍ରକୁ କରୁଥିଲେ ଲୁହା ଚୋରା ଚାଲାଣ: ୭ ଗିରଫ

ପଟାଙ୍ଗି,୨୭ା୩(ଶରତ ଧଳ): ଓଡ଼ିଶା ତଥା ପଡ଼େଶୀ ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ଚାଲିଥିବା ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଲୁହା ସାମଗ୍ରୀ ଚୋରି କରି ପଡ଼ୋଶୀ ଆନ୍ଧ୍ର ରାଜ୍ୟକୁ ଚୋରାଚାଲାଣ ହେଉଥିବା ବେଳେ ପୋଲିସ ହାତରେ ଧରାପଡ଼ି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ହେବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହିପରି ଘଟଣା ଘଟିଛି କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ସୁଙ୍କି ଥାନା ଅଧୀନରେ ରହିଥିବା ତଳଗୋଲୁର ପଞ୍ଚାୟତରେ।

ସୂଚନାନୁଯାୟୀ, ସୁନାବେଡ଼ା ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ମନୋବ୍ରତା ଶତପଥୀଙ୍କ ସୂଚନା କ୍ରମେ ଉକ୍ତ ପଞ୍ଚାୟତରେ ଭାରତମାଳା ପକ୍ଷରୁ ରାୟପୁର ବିଶାଖାପାଟଣା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ଉକ୍ତ କାର୍ଯ୍ୟରେ ବ୍ୟବହୃତ ଲୁହାକୁ ଆନ୍ଧ୍ର ରାଜ୍ୟର କିଛି ଲୋକଙ୍କ ସହଯୋଗରେ ଉକ୍ତ ପଞ୍ଚାୟତର କିଛି ଲୋକ ଲୁହା ଚୋରି କରି ୪ଟି ଅଟୋରେ ଲୋଡ୍‌ କରି ୭ ଜଣ ଆନ୍ଧ୍ର ଅଭିମୁଖେ ଯାଉଥିବା ସୁଙ୍କି ଏସ୍‌ଆଇ କେ. ସାଙ୍ଗାନାଙ୍କ ପାଖରେ ଖବର ପହଞ୍ଚିଥିଲା।  ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ କର୍ମଚାରୀ ମଙ୍ଗଳବାର ବିଳମ୍ବିତ ରାତିରେ ଥାନା ନିକଟରେ ଜଗି ଯାଉଥିବା ସମସ୍ତ ଅଟୋ ଗାଡ଼ିକୁ ଅଟକାଇ ଯାଞ୍ଚ କରି ଅଟୋରେ ରହିଥିବା ସମସ୍ତଙ୍କୁ ଲୁହା ସମ୍ପର୍କରେ ପଚରାଉଚରା କରିବା ସମୟରେ ୭ଜଣ ସନ୍ଦେହଘେରକୁ ଆସିଥିଲେ। ଯେଉଁଥିରେ କି ସମସ୍ତ ଚୋରି ଘଟଣାକୁ ଅଭିଯୁକ୍ତମାନେ ଶିକାର କରି ଲୁହାଗୁଡ଼ିକୁ ବାହାର ରାଜ୍ୟକୁ ଚାଲାଣ ଉଦ୍ଦେଶ୍ୟରେ ନେଉଥିବା ପୋଲିସ ନିକଟରେ ପ୍ରକାଶ କରିଥିଲେ। ଅଭିଯୁକ୍ତଙ୍କ ତଥ୍ୟକୁ ଆଧାର କରି ୪ଟି ଅଟୋରେ ସମସ୍ତ ଲୁହାକୁ ସିଜ୍‌ କରିବା ସହ ୭ ଅଭିଯୁକ୍ତ ଯଥା ଆବୁ ପେଣ୍ଟମ ନାଇଡୁ, ଗିନି ପବନ କୁମାର , ମହେଶ ବେଜିପରାପୁ , ପଇଲା ସୁରି, ନାରାୟଣ ପଇଲା ଆପାରାଓ, ମୁରଲୀ ଚପାଡି ଏବଂ କିରଣ ପଟେଲଙ୍କ ବିରୋଧରେ ଚୋରି ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରା ଯାଇଥିବା ବେଳେ ଏହାକୁ ନେଇ ସୁଙ୍କି ପୋଲିସ ତଦନ୍ତ ଜାରି ରଖିଥିବା ଏସ୍‌ଡିପିଓ ଶତପଥୀ ନିଜ କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି ସମସ୍ତ ସୂଚନା ଦେଇଛନ୍ତି।

The post ଓଡ଼ିଶାରୁ ଆନ୍ଧ୍ରକୁ କରୁଥିଲେ ଲୁହା ଚୋରା ଚାଲାଣ: ୭ ଗିରଫ appeared first on Dharitri Odia News.