ଖିମ୍ଜୀ ଜୁଏଲର୍ସକୁ ‘ଟିଭି କ୍ୟାମ୍ପେନ ଅଫ୍ ଦି ଇୟର’ ଆୱାର୍ଡ
ଭୁବନେଶ୍ୱର,୨୦।୮: ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଓଡ଼ଶାର ପ୍ରମୁଖ ଗହଣା ବ୍ରାଣ୍ଡ୍ ‘ଖିମ୍ଜୀ ଜୁଏଲର୍ସ’କୁ ଆଉ ଏକ ଜାତୀୟସ୍ତରର ସମ୍ମାନ ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଫୁରା ପକ୍ଷରୁ ଆୟୋଜିତ ରିଟେଲ ଜୁଏଲର ଇଣ୍ଡିଆ ଆୱାର୍ଡସ-୨୦୨୪ରେ ଖିମ୍ଜୀ ଜୁଏଲର୍ସକୁ ସମ୍ମାନଜନକ ‘ଟିଭି କ୍ୟାମ୍ପେନ ଅଫ୍ ଦି ଇୟର’ ଆୱାର୍ଡ ସମ୍ମାନରେ ସମ୍ମାନିତ କରାଯାଇଛି। ଅପରପକ୍ଷରେ ଜୁଏଲେରି ଶିଳ୍ପର ଓସ୍କାର ଭାବେ ପରିଚିତ ଏହି ପୁରସ୍କାର ଚଳିତ ଥର ଓଡ଼ିଶାର ଏକ ଜୁଏଲେରି ପ୍ରତିଷ୍ଠାନକୁ ସର୍ବଭାରତୀୟ ବର୍ଗରେ ପ୍ରଥମ ଥର […] The post ଖିମ୍ଜୀ ଜୁଏଲର୍ସକୁ ‘ଟିଭି କ୍ୟାମ୍ପେନ ଅଫ୍ ଦି ଇୟର’ ଆୱାର୍ଡ appeared first on Dharitri Odia News.
ଭୁବନେଶ୍ୱର,୨୦।୮: ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଓଡ଼ଶାର ପ୍ରମୁଖ ଗହଣା ବ୍ରାଣ୍ଡ୍ ‘ଖିମ୍ଜୀ ଜୁଏଲର୍ସ’କୁ ଆଉ ଏକ ଜାତୀୟସ୍ତରର ସମ୍ମାନ ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଫୁରା ପକ୍ଷରୁ ଆୟୋଜିତ ରିଟେଲ ଜୁଏଲର ଇଣ୍ଡିଆ ଆୱାର୍ଡସ-୨୦୨୪ରେ ଖିମ୍ଜୀ ଜୁଏଲର୍ସକୁ ସମ୍ମାନଜନକ ‘ଟିଭି କ୍ୟାମ୍ପେନ ଅଫ୍ ଦି ଇୟର’ ଆୱାର୍ଡ ସମ୍ମାନରେ ସମ୍ମାନିତ କରାଯାଇଛି। ଅପରପକ୍ଷରେ ଜୁଏଲେରି ଶିଳ୍ପର ଓସ୍କାର ଭାବେ ପରିଚିତ ଏହି ପୁରସ୍କାର ଚଳିତ ଥର ଓଡ଼ିଶାର ଏକ ଜୁଏଲେରି ପ୍ରତିଷ୍ଠାନକୁ ସର୍ବଭାରତୀୟ ବର୍ଗରେ ପ୍ରଥମ ଥର ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି।
ଏ ସମ୍ପର୍କରେ ଖିମ୍ଜୀ ଜୁଏଲର୍ସର ଡାଇରେକ୍ଟର ମିତେଶ ଖିମ୍ଜୀ କହିଛନ୍ତି, ଏହି ପୁରସ୍କାର ଆମକୁ ଆମର ‘ନୋ କମ୍ପ୍ରମାଇଜ ପ୍ରଚାର ଅଭିଯାନ’ ନିମନ୍ତେ ପ୍ରଦାନ କରାଯାଇଛି। ଏପରିକି ଏହି ଅଭିଯାନ ସମ୍ପର୍କରେ ବହୁ ସମୀକ୍ଷକ ସେମାନଙ୍କର ଉଚ୍ଚକୋଟୀର ମତାମତ ପ୍ରଦାନ କରିଛନ୍ତି ଏବଂ ଓଡ଼ିଶାର ଜନସାଧାରଣଙ୍କ ଦ୍ୱାରା ଏହା ବେଶ୍ ଗ୍ରହଣୀୟ ହୋଇପାରିଛି।ସେହିଭଳି ଏହି ପୁରସ୍କାର ବିଜୟୀ ପ୍ରଯୋଜନା ସମ୍ପର୍କରେ ବିସ୍ତୃତ ଭାବେ ମତପ୍ରକାଶ କରି ମିତେଶ କହିଥିଲେ, ଚଳିତ ବର୍ଷ ଆମେ ଗଢ଼ା ମଜୁରି ଉପରେ ବିଶାଳ ରିହାତି, ଅଫର ଏବଂ ମାଗଣା ଆଦି ବଜାରରେ ହାଉଯାଉ ହେଉଥିବା ପରିସ୍ଥିତି ଲକ୍ଷ୍ୟ କରିଛୁ।
The post ଖିମ୍ଜୀ ଜୁଏଲର୍ସକୁ ‘ଟିଭି କ୍ୟାମ୍ପେନ ଅଫ୍ ଦି ଇୟର’ ଆୱାର୍ଡ appeared first on Dharitri Odia News.