ଟେନ୍ସନ୍ରେ ରହୁଛନ୍ତି କି? ଦେଖାଦେଇପାରେ ଏହି ବଡ଼ ସମସ୍ୟା…
ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ନିଜ ଜୀବନଶୈଳୀ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବା ଦରକାର। କାରଣ ନିଜକୁ ସୁସ୍ଥ ରଖିବା ପଛରେ ଏହା ଅନେକାଂଶରେ ସାହାଯ୍ୟ କରିଥାଏ। ଯଦି ଜଣେ ବ୍ୟକ୍ତି ଉନ୍ନତ ଜୀବନଶୈଳୀ ଅନୁସରଣ କରନ୍ତି, ତେବେ ତାଙ୍କର ହୃତ୍ପିଣ୍ଡ ଠିକ୍ ଭାବରେ କାର୍ଯ୍ୟ କରିବାର ସମ୍ଭାବନା ଅଧିକ। ତେଣୁ ଏଥିପାଇଁ ନିଜକୁ ଯେତେସମ୍ଭବ ନକାରାତ୍ମକ କଥାଠାରୁ ଦୂରେଇ ରଖନ୍ତୁ। ସବୁବେଳେ ଟେନ୍ସନ୍ରେ ରହିଲେ ତା’ର ପ୍ରଭାବ ହୃତ୍ପିଣ୍ଡ ଉପରେ ପଡ଼ିଥାଏ। ଏହାଠୁ ନିଜକୁ ଯେତେ ଦୂରେଇ […] The post ଟେନ୍ସନ୍ରେ ରହୁଛନ୍ତି କି? ଦେଖାଦେଇପାରେ ଏହି ବଡ଼ ସମସ୍ୟା… appeared first on Dharitri Odia News.
ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ନିଜ ଜୀବନଶୈଳୀ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବା ଦରକାର। କାରଣ ନିଜକୁ ସୁସ୍ଥ ରଖିବା ପଛରେ ଏହା ଅନେକାଂଶରେ ସାହାଯ୍ୟ କରିଥାଏ। ଯଦି ଜଣେ ବ୍ୟକ୍ତି ଉନ୍ନତ ଜୀବନଶୈଳୀ ଅନୁସରଣ କରନ୍ତି, ତେବେ ତାଙ୍କର ହୃତ୍ପିଣ୍ଡ ଠିକ୍ ଭାବରେ କାର୍ଯ୍ୟ କରିବାର ସମ୍ଭାବନା ଅଧିକ। ତେଣୁ ଏଥିପାଇଁ ନିଜକୁ ଯେତେସମ୍ଭବ ନକାରାତ୍ମକ କଥାଠାରୁ ଦୂରେଇ ରଖନ୍ତୁ। ସବୁବେଳେ ଟେନ୍ସନ୍ରେ ରହିଲେ ତା’ର ପ୍ରଭାବ ହୃତ୍ପିଣ୍ଡ ଉପରେ ପଡ଼ିଥାଏ। ଏହାଠୁ ନିଜକୁ ଯେତେ ଦୂରେଇ ରଖିବେ ସେତେ ଭଲ। ଖୁସିର ମାହୋଲରେ ରହିବାକୁ ଚେଷ୍ଟା କରନ୍ତୁ। ସବୁବେଳେ ନିଜର ସାମର୍ଥ୍ୟ ଅନୁସାରେ କାର୍ଯ୍ୟ କରନ୍ତୁ। ନ ହେଲେ ଏ ନେଇ ଚିନ୍ତାଗ୍ରସ୍ତ ହେଲେ ତାହାର ପ୍ରଭାବ ହୃତ୍ପିଣ୍ଡର କାର୍ଯ୍ୟଧାରା ଉପରେ ପଡ଼ିବାର ଆଶଙ୍କା ରହିଛି।
The post ଟେନ୍ସନ୍ରେ ରହୁଛନ୍ତି କି? ଦେଖାଦେଇପାରେ ଏହି ବଡ଼ ସମସ୍ୟା… appeared first on Dharitri Odia News.