ଝୁଲିପଡ଼ିଲେ ମହିଳା: ସାଂଘାତିକ ଅଭିଯୋଗ ଆଣିଲେ ପରିବାର
ନୂଆପଡ଼ା,୨୭ା୫ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ଦେଓଦରା ଗାଁର ଜଣେ ବିବାହିତା ଯୁବତୀଙ୍କ ଝୁଲନ୍ତା ମୃତଦେହ ରବିବାର ପୋଲିସ ଜବତ କରିଛି। ମୃତା ମହିଳା ହେଲେ ଦେଓଦରା ପଞ୍ଚାୟତ ମଳିକମୁଣ୍ଡା ଗାଁର ଯମୁନା ହେର୍ନା (୨୯)। ଯମୁନାଙ୍କୁ ଶାଶୁଘର ଲୋକେ ହତ୍ୟା କରିଥିବା ନେଇ ବାପଘର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଯମୁନା ବୋଡ଼େନ ବ୍ଲକ କର୍ଲାକୋଟ ଗାଁର ଦିଶ କଟାଙ୍କୁ ୨୦୨୧ ଏପ୍ରିଲରେ ବୈଦିକ ରୀତିରେ ବିବାହ କରିଥିଲେ। ବିବାହର କିଛିଦିନ […] The post ଝୁଲିପଡ଼ିଲେ ମହିଳା: ସାଂଘାତିକ ଅଭିଯୋଗ ଆଣିଲେ ପରିବାର appeared first on Dharitri Odia News.
ନୂଆପଡ଼ା,୨୭ା୫ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ଦେଓଦରା ଗାଁର ଜଣେ ବିବାହିତା ଯୁବତୀଙ୍କ ଝୁଲନ୍ତା ମୃତଦେହ ରବିବାର ପୋଲିସ ଜବତ କରିଛି। ମୃତା ମହିଳା ହେଲେ ଦେଓଦରା ପଞ୍ଚାୟତ ମଳିକମୁଣ୍ଡା ଗାଁର ଯମୁନା ହେର୍ନା (୨୯)। ଯମୁନାଙ୍କୁ ଶାଶୁଘର ଲୋକେ ହତ୍ୟା କରିଥିବା ନେଇ ବାପଘର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଯମୁନା ବୋଡ଼େନ ବ୍ଲକ କର୍ଲାକୋଟ ଗାଁର ଦିଶ କଟାଙ୍କୁ ୨୦୨୧ ଏପ୍ରିଲରେ ବୈଦିକ ରୀତିରେ ବିବାହ କରିଥିଲେ। ବିବାହର କିଛିଦିନ ପରେ ଦିଶ ତାଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଏପରିସ୍ଥଳେ ୨୦୨୫ ମେ ୮ରେ ଦିଶ ଦ୍ୱିତୀୟ ବିବାହ କରିବାରୁ ଯମୁନା ଭାରସାମ୍ୟ ହରାଇ ସେହିଦିନ କୁଆଡେ ଚାଲିଯାଇଥିଲେ। ବାପଘର ଲୋକେ ଖୋଜାଖୋଜି କରି ନ ପାଇବାରୁ ଥାନାରେ ନିଖୋଜ ନେଇ ଲିଖିତ ଭାବେ ଜଣାଇଥିଲେ। ରବିବାର ଗାଁ ନିକଟ ଏକ ଗଛରେ ତାଙ୍କ ମୃତଦେହ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ବାପଘର ଲୋକଙ୍କୁ ହସ୍ତାନ୍ତର କରିଛି। ପୂର୍ବରୁ ବିବାହ କରିଥିବା ଦିଶ ଝିଅକୁ ମାରିଦେଇ ପ୍ରମାଣ ନଷ୍ଟ ପାଇଁ ଗଛରେ ଝୁଲାଇ ଦେଇଥିବା ନେଇ ବାପଘର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ କରାଯାଉଥିବା ପୋଲିସ ସୂଚନା ଦେଇଛି।
The post ଝୁଲିପଡ଼ିଲେ ମହିଳା: ସାଂଘାତିକ ଅଭିଯୋଗ ଆଣିଲେ ପରିବାର appeared first on Dharitri Odia News.