ଜଳୁଛି ଜଙ୍ଗଲ: ୧୧ ସ୍ଥାନରେ ନିଆଁ, ବଢୁଛି ତାତି
ଭଞ୍ଜନଗର,୭ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର ବିଭିନ୍ନ ଜଙ୍ଗଲରେ ବିଗତ ୩ ଦିନ ମଧ୍ୟରେ ୧୦ରୁ ଉଦ୍ଧର୍ବ ଜଙ୍ଗଲରେ ନିଆଁ ଲାଗିଥିବା ଜଣାପଡ଼ିଛି। ଏହିଭଳି ପରିସ୍ଥିତିରେ ଶୁକ୍ରବାର ଆଉ ୧୧ଟି ସ୍ଥାନରେ ନିଆଁ ଲାଗିଥିବା ଜଣାପଡିଛି। ସେଥିମଧ୍ୟରୁ ମୁଜାଗଡ଼ ରେଞ୍ଜ ରମ୍ଭାବାଲି, ବିଞ୍ଜିଗିରି, ମୁଜାଗଡ଼, ଦୁର୍ଗାପ୍ରସାଦ, ବିରିପଦର ଜଙ୍ଗଲରେ ନିଆଁ ଲାଗିଛି। ସେହିଭଳି ତାରସିଂ ରେଞ୍ଜର ବ୍ରାହ୍ମଣସାହି, ଗାୟଗଣ୍ଡା ଏବଂ ଲାଠିପଡ଼ା ଜଙ୍ଗଲ ସମେତ ଅନ୍ୟାନ୍ୟ ଜଙ୍ଗଲରେ ନିଆଁ ଲାଗିଥିବା ସାଟେଲାଇଟ ତଥ୍ୟରୁ […] The post ଜଳୁଛି ଜଙ୍ଗଲ: ୧୧ ସ୍ଥାନରେ ନିଆଁ, ବଢୁଛି ତାତି appeared first on Dharitri Odia News.
ଭଞ୍ଜନଗର,୭ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର ବିଭିନ୍ନ ଜଙ୍ଗଲରେ ବିଗତ ୩ ଦିନ ମଧ୍ୟରେ ୧୦ରୁ ଉଦ୍ଧର୍ବ ଜଙ୍ଗଲରେ ନିଆଁ ଲାଗିଥିବା ଜଣାପଡ଼ିଛି। ଏହିଭଳି ପରିସ୍ଥିତିରେ ଶୁକ୍ରବାର ଆଉ ୧୧ଟି ସ୍ଥାନରେ ନିଆଁ ଲାଗିଥିବା ଜଣାପଡିଛି। ସେଥିମଧ୍ୟରୁ ମୁଜାଗଡ଼ ରେଞ୍ଜ ରମ୍ଭାବାଲି, ବିଞ୍ଜିଗିରି, ମୁଜାଗଡ଼, ଦୁର୍ଗାପ୍ରସାଦ, ବିରିପଦର ଜଙ୍ଗଲରେ ନିଆଁ ଲାଗିଛି। ସେହିଭଳି ତାରସିଂ ରେଞ୍ଜର ବ୍ରାହ୍ମଣସାହି, ଗାୟଗଣ୍ଡା ଏବଂ ଲାଠିପଡ଼ା ଜଙ୍ଗଲ ସମେତ ଅନ୍ୟାନ୍ୟ ଜଙ୍ଗଲରେ ନିଆଁ ଲାଗିଥିବା ସାଟେଲାଇଟ ତଥ୍ୟରୁ ଜଣାପଡ଼ିଛି। ନିଆଁକୁ ଦମନ କରିବା ପାଇଁ ବିଭାଗୀୟ କର୍ମଚାରୀ ଖବର ଲେଖା ହେବା ସୁଦ୍ଧା ଚେଷ୍ଟା ଚଳାଇଛନ୍ତି। ସେଥିମଧ୍ୟରୁ ମୁଜାଗଡ଼ ରେଞ୍ଜ ପକ୍ଷରୁ ୩ଟି ସ୍ଥାନରେ ନିଆଁକୁ ଲିଭାଯାଇଛି। ବଳକା ନିଆଁକୁ ଦମନ ପାଇଁ ଚେଷ୍ଟା ଚାଲିଛି। ଅନ୍ୟପଟେ ଆଜି ଭଞ୍ଜନଗର ଅଞ୍ଚଳରେ ତାପମାତ୍ରା ୩୪ ଡିଗ୍ରୀ ଥିବା ବେଳେ ବୁଧବାର ସୁଦ୍ଧା ତାହା ୩୮ ଡିଗ୍ରୀରେ ପହଞ୍ଚିବା ସମ୍ଭାବନା ରହିଛି। ଗୋଟିଏ ପଟେ ଜଙ୍ଗଲ ପୋଡ଼ି ଅନ୍ୟପଟେ ତାପମାତ୍ରା ବୃଦ୍ଧି ଯୋଗୁ ଆଗାମୀ ଦିନରେ ଲୋକେ ଧୂଆଁ ଏବଂ ଗରମ ପାଇଁ ଅସୁବିଧାର ସମ୍ମୁଖୀନ ହେବେ। ତେଣୁ ଜଙ୍ଗଲ ନିଆଁ ଯେଭଳି ନ ଲାଗିବ ସେଥିପାଇଁ ବିଭାଗ ପକ୍ଷରୁ ଆହୁରି ଅନେକ କିଛି ନୂଆ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି। ବର୍ତ୍ତମାନ କର୍ମଚାରୀ ଏବଂ ବନ ସୁରକ୍ଷା ସମିତି କର୍ମକର୍ତ୍ତା ମିଳିତ ଭାବେ ନିଆଁକୁ ନିୟନ୍ତ୍ରଣ ପାଇଁ ଚେଷ୍ଟା ଚଳାଇଛନ୍ତି। ଜଙ୍ଗଲ ନିଆଁ ରୋକିବା ପାଇଁ ବିଭାଗ ପକ୍ଷରୁ ବାରମ୍ବାର ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ତଥାପି କିଛି ଅସାମାଜିକ ଲୋକ ଜଙ୍ଗଲରେ ନିଆଁ ଲଗାଇ ଦେଉଛନ୍ତି। ଯାହାକି ଚିନ୍ତାଜନକ ବିଷୟ। ଖରାବେଳେ ପବନ ବହୁଥିବା ଯୋଗୁ ନିଆଁକୁ ନିୟନ୍ତ୍ରଣ କରିବା ସମୟରେ ବନ ବିଭାଗ କର୍ମଚାରୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
The post ଜଳୁଛି ଜଙ୍ଗଲ: ୧୧ ସ୍ଥାନରେ ନିଆଁ, ବଢୁଛି ତାତି appeared first on Dharitri Odia News.