ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ସେନା କର୍ମଚାରୀଙ୍କୁ ପୁଲିସ କିଭଳି ବ୍ୟବହାର କରିବ ସେନେଇ SOP ଆଣ
କଟକ : ଭରତପୁର ଥାନାରେ ଭାରତୀୟ ସେନାର ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲାର ଆଜି ଶୁଣାଣି କରିଛନ୍ତି ହାଇକୋର୍ଟ। ଏହି ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି, ଥାନାବାବୁଙ୍କ ପାଇଁ ଏସଓପି ଅଣାଯାଉ। ସ୍ୱତନ୍ତ୍ର ନିୟମ ଅନୁସାରେ ଥାନାବାବୁ ମାନେ କାର୍ଯ୍ୟ କରନ୍ତୁ। ସେନା କର୍ମଚାରୀଙ୍କୁ ଥାନାରେ ପୁଲିସ ମାନେ କିଭଳି ବ୍ୟବହାର କରିବେ ସେନେଇ ଏସଓପି ଅଣାଯାଉ ବୋଲି କହିଛନ୍ତି ହାଇକୋର୍ଟ। ଅନ୍ୟପଟେ ଆଜି କୋର୍ଟରେ […]

କଟକ : ଭରତପୁର ଥାନାରେ ଭାରତୀୟ ସେନାର ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲାର ଆଜି ଶୁଣାଣି କରିଛନ୍ତି ହାଇକୋର୍ଟ। ଏହି ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି, ଥାନାବାବୁଙ୍କ ପାଇଁ ଏସଓପି ଅଣାଯାଉ। ସ୍ୱତନ୍ତ୍ର ନିୟମ ଅନୁସାରେ ଥାନାବାବୁ ମାନେ କାର୍ଯ୍ୟ କରନ୍ତୁ। ସେନା କର୍ମଚାରୀଙ୍କୁ ଥାନାରେ ପୁଲିସ ମାନେ କିଭଳି ବ୍ୟବହାର କରିବେ ସେନେଇ ଏସଓପି ଅଣାଯାଉ ବୋଲି କହିଛନ୍ତି ହାଇକୋର୍ଟ।
ଅନ୍ୟପଟେ ଆଜି କୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଡିଜି ଦୟାଲ ଗଙ୍ଗୱାର୍ ବ୍ୟକ୍ତିଗତ ଭାବେ ହଜାର ହୋଇ ରାଜ୍ୟର ୧୩ଟି ଥାନାରେ ସିସିଟିଭି ନାହିଁ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ୧୫ ଦିନ ମଧ୍ୟରେ ଏହି ୧୩ଟି ଥାନାରେ ସିସିଟିଭି ଲଗାଯିବ। ଏଥିସହିତ ୧୫ ଦିନରେ ସବୁ ଥାନାର ସିସିଟିଭି କନେକସନ୍ ଏସ୍ପି ଅଫିସରେ ରହିବ। ଏହାଦ୍ବାରା ଏସ୍ପି ନିଜେ ସବୁ ଥାନାର ସ୍ଥିତି ଦେଖିପାରିବେ। ସେନା ଅଧିକାରୀଙ୍କୁ ଥାନାରେ ପୁଲିସ ବ୍ୟବହାର ନେଇ ଏସଓପି ଜାରି ହେବ ବୋଲି କୋର୍ଟଙ୍କୁ କହିଛନ୍ତି ଦୟାଲ ଗଙ୍ଗୱାର୍ ।
ତେବେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ନିର୍ୟାତନା ମାମଲାରେ ହାଇକୋର୍ଟ ନିଜ ଆଡୁ ଗତ ସେପ୍ଟେମ୍ବର ୨୩ ତାରିଖରେ ପ୍ରଥମ ଶୁଣାଣି କରିଥିଲେ । ରାଜ୍ୟ ଥାନା ଗୁଡିକରେ ସିସ୍ଟିସଭିର ସ୍ଥିତି ନେଇ ଅବଗତ କରିବାକୁ ଏଡିଜି ଦୟାଲ ଗଙ୍ଗୱାର୍ ଙ୍କୁ ନିର୍ଦେଶ ଦେଇଥିଲେ କୋର୍ଟ । ଆଜି ଏହି ମାମଲାର ଦ୍ଵିତୀୟ ଶୁଣାଣି ହୋଇଥିବା ବେଳେ ନଭେମ୍ବର ୧୨ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ସେପଟେ ଅବସରପ୍ରାପ୍ତ ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କ ଅଧକ୍ଷତରେ ଏ ମାମଲାର ବିଚାର ବିଭାଗୀୟ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି।