୪୦% ଅଧିକ ଭିନ୍ନକ୍ଷମ ଥିବା ଛାତ୍ରୀଛାତ୍ର ହୋଇପାରିବେ ଡାକ୍ତର, ମିଳିବ MBBSରେ ଆଡମିଶନ୍
ନୂଆଦିଲ୍ଲୀ,୧୫।୧୦: ଏମ୍ବିବିଏସ୍ରେ ଦାଖଲ ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ନେଇଛନ୍ତି। ଯଦି କୌଣସି ଛାତ୍ର/ଛାତ୍ରୀ ୪୦%ରୁ ଅଧିକ ଦିବ୍ୟାଙ୍ଗତା ଯୋଗୁ ଭାଷା କହିବା ଏବଂ ବୁଝିବାରେ ଅସମର୍ଥ ଥାନ୍ତି, ତଥାପି ସେ ଡାକ୍ତର ହୋଇପାରିବେ ବୋଲି ମଙ୍ଗଳବାର କୋର୍ଟ ନିଷ୍ପତ୍ତିରେ କହିଛନ୍ତି। ମାତ୍ର ୪୦% ଅକ୍ଷମତା ଥିବାରୁ କେହି ଏମ୍ବିବିଏସ୍ରେ ଆଡମିଶନ(ଦାଖଲ) କରିବାକୁ ଅଯୋଗ୍ୟ ନୁହନ୍ତି ବୋଲି କୋର୍ଟ କହିଛନ୍ତି। ଛାତ୍ର ଓମକାରଙ୍କ ଆବେଦନ ଉପରେ ଶୁଣାଣୀ କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ […] The post ୪୦% ଅଧିକ ଭିନ୍ନକ୍ଷମ ଥିବା ଛାତ୍ରୀଛାତ୍ର ହୋଇପାରିବେ ଡାକ୍ତର, ମିଳିବ MBBSରେ ଆଡମିଶନ୍ appeared first on Dharitri Odia News.
ନୂଆଦିଲ୍ଲୀ,୧୫।୧୦: ଏମ୍ବିବିଏସ୍ରେ ଦାଖଲ ପ୍ରକ୍ରିୟାକୁ ନେଇ ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ନେଇଛନ୍ତି। ଯଦି କୌଣସି ଛାତ୍ର/ଛାତ୍ରୀ ୪୦%ରୁ ଅଧିକ ଦିବ୍ୟାଙ୍ଗତା ଯୋଗୁ ଭାଷା କହିବା ଏବଂ ବୁଝିବାରେ ଅସମର୍ଥ ଥାନ୍ତି, ତଥାପି ସେ ଡାକ୍ତର ହୋଇପାରିବେ ବୋଲି ମଙ୍ଗଳବାର କୋର୍ଟ ନିଷ୍ପତ୍ତିରେ କହିଛନ୍ତି। ମାତ୍ର ୪୦% ଅକ୍ଷମତା ଥିବାରୁ କେହି ଏମ୍ବିବିଏସ୍ରେ ଆଡମିଶନ(ଦାଖଲ) କରିବାକୁ ଅଯୋଗ୍ୟ ନୁହନ୍ତି ବୋଲି କୋର୍ଟ କହିଛନ୍ତି।
ଛାତ୍ର ଓମକାରଙ୍କ ଆବେଦନ ଉପରେ ଶୁଣାଣୀ କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ୧୯୯୭ର ଗ୍ରାଜୁଏଟ୍ ମେଡିକାଲ୍ ଏଜୁକେଶନ୍ ରେଗୁଲେଶନକୁ ଚ୍ୟାଲେଞ୍ଜ କରିଥିଲେ, ଯେଉଁଥିରେ ୪୦% କିମ୍ବା ଅଧିକ ଅକ୍ଷମତା ଥିବା ବ୍ୟକ୍ତିଙ୍କୁ ଏମ୍ବିବିଏସ୍ ପଢ଼ିବାକୁ ବାରଣ କରିଥିଲା। କୋର୍ଟ କହିଛନ୍ତି ଯେ ବିଶେଷଜ୍ଞଙ୍କ ରିପୋର୍ଟରେ ପ୍ରାର୍ଥୀ ଏମ୍ବିବିଏସ୍ ପଢ଼ିବାରେ ଅସମର୍ଥ ବୋଲି କୁହା ନ ଯିବା ଯାଏ ଜଣେ ଏହି ପାଠ ପଢ଼ିପାରିବ। ଯଦି ଭିନ୍ନକ୍ଷମ ମୂଲ୍ୟାଙ୍କନ ବୋର୍ଡ ତାଙ୍କର ଅକ୍ଷମତା ହେତୁ ଅଧ୍ୟୟନ ସମ୍ପୂର୍ଣ୍ଣ କରିବାରେ ଅସମର୍ଥ ବୋଲି କୁହେ, ତେବେ କେବଳ ତାଙ୍କୁ ଆଡମିଶନ କରାଇବାରୁ ମନା କରାଯାଇପାରିବ।
ତେବେ ନ୍ୟାଶନାଲ ମେଡିକାଲ କାଉନ୍ସିଲର ପ୍ରଚଳିତ ନିୟମ ଅନୁଯାୟୀ,୪୦% ଅଧିକ ଅକ୍ଷମତା ଥିବା କୌଣସି ପ୍ରାର୍ଥୀ ଏମ୍ବିବିଏସ୍ ପାଠ୍ୟକ୍ରମରେ ଆଡମିଶନ ପାଇପାରିବେ ନାହିଁ। ଏହାକୁ ନେଇ କୋର୍ଟ କହିଛନ୍ତି ଯେ ଭିନ୍ନକ୍ଷମ ଥିବା ପ୍ରାର୍ଥୀଙ୍କ ପାଠ ପଢ଼ିବାର କ୍ଷମତା ଅକ୍ଷମତା ମୂଲ୍ୟାଙ୍କନ ବୋର୍ଡ ଦ୍ୱାରା ପରୀକ୍ଷା କରାଯିବା ଉଚିତ।
The post ୪୦% ଅଧିକ ଭିନ୍ନକ୍ଷମ ଥିବା ଛାତ୍ରୀଛାତ୍ର ହୋଇପାରିବେ ଡାକ୍ତର, ମିଳିବ MBBSରେ ଆଡମିଶନ୍ appeared first on Dharitri Odia News.