ଏହି କଥା କହି ଭାବପ୍ରବଣ ହୋଇଗଲେ ପାଣ୍ଡିଆନ୍‌

ଭୁବନେଶ୍ୱର,୮।୫: ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବୁଧବାର ଭୋରରୁ ଏକ ପ୍ରେସ୍‌ମିଟ୍‌ ଡକାଇଛନ୍ତି। ଏହି ପ୍ରେସ୍‌ମିଟ୍‌ରେ ସେ ବିରୋଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ଏଥର ଓଡ଼ିଶାରେ ପୁଣିଥରେ ନବୀନ ସରକାର କ୍ଷମତାକୁ ଆସିବ ବୋଲି ପାଣ୍ଡିଆନ୍‌ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏହାସହ ୧୯୯୯ ମହାବାତ୍ୟା କହି ଟିକେ ଭାବପ୍ରବଣ ହୋଇପଡିଛନ୍ତି। ସେ କହିଛନ୍ତି, ମହାବାତ୍ୟା ପରେ ଓଡ଼ିଶାକୁ ପୁରୁଣା ଲୁଗା ରିଲିଫରେ ଆସିଥିଲା। ସେଥିପାଇଁ ମୁଖ୍ୟମନ୍ତ୍ରୀ ଏକଦା ଭାବପ୍ରବଣ ହୋଇଯାଇଥିଲେ। ଏକଥା ମନେପକାଇ ପାଣ୍ଡିଆନ […] The post ଏହି କଥା କହି ଭାବପ୍ରବଣ ହୋଇଗଲେ ପାଣ୍ଡିଆନ୍‌ appeared first on Dharitri Odia News.

ଏହି କଥା କହି ଭାବପ୍ରବଣ ହୋଇଗଲେ ପାଣ୍ଡିଆନ୍‌

ଭୁବନେଶ୍ୱର,୮।୫: ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବୁଧବାର ଭୋରରୁ ଏକ ପ୍ରେସ୍‌ମିଟ୍‌ ଡକାଇଛନ୍ତି। ଏହି ପ୍ରେସ୍‌ମିଟ୍‌ରେ ସେ ବିରୋଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ଏଥର ଓଡ଼ିଶାରେ ପୁଣିଥରେ ନବୀନ ସରକାର କ୍ଷମତାକୁ ଆସିବ ବୋଲି ପାଣ୍ଡିଆନ୍‌ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏହାସହ ୧୯୯୯ ମହାବାତ୍ୟା କହି ଟିକେ ଭାବପ୍ରବଣ ହୋଇପଡିଛନ୍ତି। ସେ କହିଛନ୍ତି, ମହାବାତ୍ୟା ପରେ ଓଡ଼ିଶାକୁ ପୁରୁଣା ଲୁଗା ରିଲିଫରେ ଆସିଥିଲା। ସେଥିପାଇଁ ମୁଖ୍ୟମନ୍ତ୍ରୀ ଏକଦା ଭାବପ୍ରବଣ ହୋଇଯାଇଥିଲେ। ଏକଥା ମନେପକାଇ ପାଣ୍ଡିଆନ ମଧ୍ୟ ଭାବପ୍ରବଣ ହୋଇପଡିଛନ୍ତି।
ସେ କହିଛନ୍ତି,ଭାଜପା ପାଖରେ ପ୍ରସଙ୍ଗ ନାହିଁ। ପ୍ରସଙ୍ଗ ନ ଥିବା ଅସ୍ମିତା କଥା ଉଠାଉଛି। କିନ୍ତୁ ନବୀନ ପଟ୍ଟନାୟକ ଓଡ଼ିଶାରେ ବିଶ୍ୱର ପ୍ରଥମ ଭାଷା ସମ୍ମୀଳନୀ କରିଛନ୍ତି। ଭାଷା ସମ୍ମିଳନୀର ଥିମ୍‌ ଥିଲା-ଭାଷା ହିଁ ଭବିଷ୍ୟତ। ଓଡ଼ିଶାରେ ପାଠପଢା ପାଇ: ଓଡ଼ିଶା ଅଧିକ ସ୍କଲାରଶିପ୍‌ ଦେଉଛି। କୌଣସି ରାଜ୍ୟ ମାତୃଭାଷା ପାଇ: ଓଡ଼ିଶା ଭଳି ସ୍କଲାରଶିପ୍‌ ଦେଉନାହାନ୍ତି। କେନ୍ଦ୍ର ୧୦ ବର୍ଷରେ ଓଡ଼ିଆ ଭାଷା ପାଇଁ କିଛି କରିନାହାନ୍ତି। ଓଡ଼ିଆ ଭାଷା ପାଇଁ ଗୋଟିଏ ଟଙ୍କା ଦେଇନାହାନ୍ତି। ଓଡ଼ିଶା ୮ ଭାଜପା ଏମ୍‌ପି ମଧ୍ୟ ଏନେଇ ପାଟି ଫିଟାଇନାହାନ୍ତି। ଏବେ ନିର୍ବାଚନ ଥିବାରୁ ଭାଜପାର ଅସ୍ମିତା ପ୍ରେମ ଜାଗ୍ରତ ହୋଇଛି।
ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଣିଛନ୍ତି ଓଡ଼ିଶାବାସୀ କ’ଣ ଚାହୁଁଛନ୍ତି। ସେହି ହିସାବରେ ସେ କାର୍ଯ୍ୟ କରନ୍ତି। ୨୦୧୯ରେ କେନ୍ଦ୍ରପଡାରେ ବ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେ ବିଜେଡି ଏଥର ସରକାର ଗଢିବନି। କିନ୍ତୁ ବିଜେଡି ବିପୁଳ ଭାବରେ ଜିତିଥିଲା। ଏଥର ମଧ୍ୟ ତାହା ହିଁ ଘଟିବ। ୨୦୧୯ରେ ୮ଜଣ ଭାଜପା ଏମପି ଓଡ଼ିଶାରୁ ନିର୍ବାଚିତ ହୋଇଥିଲେ । ହେଲେ ଭାଜପା ଏମ୍‌ପି ଥରେ ବି ରାଜ୍ୟ ସ୍ବାର୍ଥ ପାଇଁ ପାଟି ଫିଟେଇଲେ ନାହିଁ । କିନ୍ତୁ ବିଜେଡି ଆଭିମୁଖ୍ୟ ଓଡ଼ିଶାର ହବ ଓ ସ୍ବାର୍ଥ ପାଇଁ ଲଢିବା ଏବଂ ବିଜେଡିର ଏମ୍‌ପି ରାଜ୍ୟ ସ୍ବାର୍ଥ ପାଇଁ ହିଁ କାମ କରୁଛନ୍ତି । ଭାଜପା ପାଖରେ ପ୍ରସଙ୍ଗ ନାହିଁ। ପ୍ରସଙ୍ଗ ନ ଥିବା ଅସ୍ମିତା କଥା ଉଠାଉଛି।
ପାଣ୍ଡିଆନ ଆହୁରି ମଧ୍ୟ କହିଛନ୍ତି, ଭାଜପା ସରକାରକୁ ଆସିବା ପାଇଁ ମାନିଫେଷ୍ଟୋ ଆଣିଛି । ବିଜେଡି ସେବା ପାଇଁ ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ମାନିଫେଷ୍ଟୋ ଆଣିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମେନିଫେଷ୍ଟୋ ପାଇଁ ସମସ୍ତେ ଅନାଇ ବସିଛନ୍ତି । ୨ ଦିନ ଭିତରେ ବିଜେଡିର ଇସ୍ତାହାର ଆସିବ। ବିଜେଡି ଭୋଟ ପାଇଁ ନୁହେଁ ବିକାଶ ପାଇଁ ମାନିଫେଷ୍ଟୋ ଆଣିବ। ଓଡ଼ିଶାବାସୀଙ୍କ ଆଶୀର୍ବାଦ ନବୀନ ପଟ୍ଟନାୟକଙ୍କ ଉପରେ ରହିଛି ବୋଲି ପାଣ୍ଡିଆନ୍‌ କହିଛନ୍ତି।

The post ଏହି କଥା କହି ଭାବପ୍ରବଣ ହୋଇଗଲେ ପାଣ୍ଡିଆନ୍‌ appeared first on Dharitri Odia News.