୨ ଦିନରେ ସକ୍ରିୟ ହେବ ମୌସୁମୀ, ୭ଦିନ ବର୍ଷିବ; ଜାରି ହେଲା ଓ୍ବାର୍ନିଂ…

ଭୁବନେଶ୍ୱର,୧୪ା୬ (ଅନୁରାଧା ମହାରଣା) – ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେବଳ ଦକ୍ଷିଣ ଓଡ଼ିଶାରେ ସକ୍ରିୟ ରହିଛି। ରାଜ୍ୟର ଅନ୍ୟ ଅଞ୍ଚଳରେ ଗରମ ଓ ଗୁଳୁଗୁଳି ହେଉଛି। ତେବେ ଆସନ୍ତା ଦୁଇରୁ ତିନିଦିନ ମଧ୍ୟରେ ମୌସୁମୀ ଆହୁରି ସକ୍ରିୟ ହୋଇ ବର୍ଷା କରାଇବ। ମୌସୁମୀ ଋତୁରେ ଯେତିକି ବର୍ଷା ହୁଏ, ଚଳିତବର୍ଷ ଓଡିଶାରେ ସେତିକି କିମ୍ବା ତା’ଠୁ ଅଧିକ ବର୍ଷା ହେବ। ଯାହାଫଳରେ ଚାଷ ପାଇଁ ଅନୁକୂଳ ହେବ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା […] The post ୨ ଦିନରେ ସକ୍ରିୟ ହେବ ମୌସୁମୀ, ୭ଦିନ ବର୍ଷିବ; ଜାରି ହେଲା ଓ୍ବାର୍ନିଂ… appeared first on Dharitri Odia News.

୨ ଦିନରେ ସକ୍ରିୟ ହେବ ମୌସୁମୀ, ୭ଦିନ ବର୍ଷିବ; ଜାରି ହେଲା ଓ୍ବାର୍ନିଂ…

ଭୁବନେଶ୍ୱର,୧୪ା୬ (ଅନୁରାଧା ମହାରଣା) – ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେବଳ ଦକ୍ଷିଣ ଓଡ଼ିଶାରେ ସକ୍ରିୟ ରହିଛି। ରାଜ୍ୟର ଅନ୍ୟ ଅଞ୍ଚଳରେ ଗରମ ଓ ଗୁଳୁଗୁଳି ହେଉଛି। ତେବେ ଆସନ୍ତା ଦୁଇରୁ ତିନିଦିନ ମଧ୍ୟରେ ମୌସୁମୀ ଆହୁରି ସକ୍ରିୟ ହୋଇ ବର୍ଷା କରାଇବ। ମୌସୁମୀ ଋତୁରେ ଯେତିକି ବର୍ଷା ହୁଏ, ଚଳିତବର୍ଷ ଓଡିଶାରେ ସେତିକି କିମ୍ବା ତା’ଠୁ ଅଧିକ ବର୍ଷା ହେବ। ଯାହାଫଳରେ ଚାଷ ପାଇଁ ଅନୁକୂଳ ହେବ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁସାରେ, ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଏନେଇ ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଶନିବାର ପହିଲି ରଜରେ ୩୦ ଜିଲାରେ ଝଡ଼ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଥିଲା। କିଛି ସ୍ଥାନରେ ବର୍ଷା ସାଙ୍ଗକୁ ବିଜୁଳି, ଘଡଘଡି ସହ ଝଟ୍‌କା ପବନ ହୋଇଥିବା ସୂଚନା ମିଳିଛି। ତେବେ ରଜର ଆଉ ଦୁଇଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।

ଅନ୍ୟପଟେ ବଙ୍ଗୋପସାଗରରେ ମୌସୁମୀ ବାୟୁ ସକ୍ରିୟ ହେଉଥିବାରୁ ଏହା ପ୍ରଭାବରେ ରାଜ୍ୟରେ ବର୍ଷା ହେବ। ସମୁଦ୍ର ମଧ୍ୟରୁ ଜଳୀୟବାଷ୍ପ ପ୍ରବେଶ କରୁଥିବାରୁ ମୌସୁମୀ ସକ୍ରିୟ ହେବାକୁ ସକ୍ଷମ ହେଉଛି। ଆଗାମୀ ଦୁଇଦିନ ମଧ୍ୟରେ ବିଦର୍ଭ, ଛତିଶଗଡ ଏବଂ ଓଡିଶାର ଆହୁରି କିଛି ଅଞ୍ଚଳକୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ଥିବାବେଳେ ଗୁଜରାଟ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ବିହାରକୁ ପରବର୍ତ୍ତୀ ୩ ଦିନ ମଧ୍ୟରେ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ରହିଛି। ଏହାସହିତ ପଶ୍ଚିମ କେନ୍ଦ୍ରୀୟ ଆରବସାଗରରୁ ଦକ୍ଷିଣ ଓଡ଼ିଶା ଉପକୂଳ ଯାଏ ଏକ ଟ୍ରପ୍‌ ଲାଇନ୍‌ ଲମ୍ବିଛି, ଯାହାକି ବର୍ଷା କରାଇବାରେ ସହାୟକ ହେବ। ଏହା ପ୍ରଭାବରେ ଆଗାମୀ ୭ ଦିନ ଯାଏ ରାଜ୍ୟରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

The post ୨ ଦିନରେ ସକ୍ରିୟ ହେବ ମୌସୁମୀ, ୭ଦିନ ବର୍ଷିବ; ଜାରି ହେଲା ଓ୍ବାର୍ନିଂ… appeared first on Dharitri Odia News.