‘ବୈବାହିକ ଦୁଷ୍କର୍ମର ଅପରାଧୀକରଣ କରାଯିବାର ଆବଶ୍ୟକତା ନାହିଁ’, ସୁପ୍ରିମକୋର୍ଟରେ ସରକାରଙ୍କ ସତ୍ୟପାଠ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଗୁରୁବାର ସୁପ୍ରିମକୋର୍ଟରେ କହିଛନ୍ତି ଯେ ଯଦି ସ୍ୱାମୀ ଦ୍ୱାରା ନିଜ ପତ୍ନୀ ସହ ଯୌନ ସମ୍ପର୍କ ସ୍ଥାପନକୁ ଦୁଷ୍କର୍ମ ରୂପେ ଦଣ୍ଡନୀୟ ଘୋଷଣା କରାଯାଏ, ତେବେ ଦାମ୍ପତ୍ୟ ଜୀବନ ଉପରେ ଏହାର ବଡ଼ କୁପ୍ରଭାବ ପଡ଼ିପାରେ । କେନ୍ଦ୍ର ସରକାର ବୈବାହିକ ଦୁଷ୍କର୍ମକୁ ଅପରାଧ ଘୋଷଣା କରିବା ଲାଗି ଦାଖଲ କରାଯାଇଥିବା ଆବେଦନକୁ ବିରୋଧ କରି ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ଏଥିରେ ସରକାର କହିଛନ୍ତି ଯେ ବୈବାହିକ ଦୁଷ୍କର୍ମ ସହ ଜଡ଼ିତ ମାମଲାର ଦେଶରେ ଦୂରଗାମୀ ସାମାଜିକ ଏବଂ ଆଇନଗତ ପ୍ରଭାବ ରହିବ । ତେଣୁ ଏହି ପ୍ରସଙ୍ଗକୁ କେବଳ ଆଇନ ଦୃଷ୍ଟିରୁ ଦେଖିବା ପରିବର୍ତ୍ତେ ଏକ ବ୍ୟାପକ ଦୃଷ୍ଟିକୋଣର ଆବଶ୍ୟକତା ରହିଛି ।କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ କହିଛନ୍ତି ଯେ ବୈବାହିକ ଦୁଷ୍କର୍ମ କେବଳ ଆଇନ ନୁହେଁ ବରଂ ଏକ ସାମାଜିକ ମୁଦ୍ଦା ଅଟେ । କୌଣସି ନିଷ୍ପତ୍ତିରେ ପହଞ୍ଚିବା ପୂର୍ବରୁ ବ୍ୟାପକ ପରାମର୍ଶର ଆବଶ୍ୟକତା ରହିଛି । ବର୍ତ୍ତମାନର ଆଇନରେ ମହିଳାଙ୍କ ପାଇଁ ପର୍ଯ୍ୟାପ୍ତ ପ୍ରାବଧାନ ରହିଛି । ବିବାହ ପାରସ୍ପାରିକ ଦାୟିତ୍ୱର ଏକ ସଂସ୍ଥା ଅଟେ । ସରକାର କହିଛନ୍ତି ଯେ ବୈବାହିକ ଦୁଷ୍କର୍ମକୁ ଅପରାଧ ଘୋଷଣା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ଏଥିପାଇଁ ଅନ୍ୟ ଦଣ୍ଡାତ୍ମକ ଉପାୟ ପୂର୍ବରୁ ଉପଲବ୍ଧ ରହିଛି । କେନ୍ଦ୍ର ସରକାର ନିଜ ସତ୍ୟପାଠରେ ଏହା ମଧ୍ୟ କହିଛନ୍ତି ଯେ

‘ବୈବାହିକ ଦୁଷ୍କର୍ମର ଅପରାଧୀକରଣ କରାଯିବାର ଆବଶ୍ୟକତା ନାହିଁ’, ସୁପ୍ରିମକୋର୍ଟରେ ସରକାରଙ୍କ ସତ୍ୟପାଠ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଗୁରୁବାର ସୁପ୍ରିମକୋର୍ଟରେ କହିଛନ୍ତି ଯେ ଯଦି ସ୍ୱାମୀ ଦ୍ୱାରା ନିଜ ପତ୍ନୀ ସହ ଯୌନ ସମ୍ପର୍କ ସ୍ଥାପନକୁ ଦୁଷ୍କର୍ମ ରୂପେ ଦଣ୍ଡନୀୟ ଘୋଷଣା କରାଯାଏ, ତେବେ ଦାମ୍ପତ୍ୟ ଜୀବନ ଉପରେ ଏହାର ବଡ଼ କୁପ୍ରଭାବ ପଡ଼ିପାରେ । କେନ୍ଦ୍ର ସରକାର ବୈବାହିକ ଦୁଷ୍କର୍ମକୁ ଅପରାଧ ଘୋଷଣା କରିବା ଲାଗି ଦାଖଲ କରାଯାଇଥିବା ଆବେଦନକୁ ବିରୋଧ କରି ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି । ଏଥିରେ ସରକାର କହିଛନ୍ତି ଯେ ବୈବାହିକ ଦୁଷ୍କର୍ମ ସହ ଜଡ଼ିତ ମାମଲାର ଦେଶରେ ଦୂରଗାମୀ ସାମାଜିକ ଏବଂ ଆଇନଗତ ପ୍ରଭାବ ରହିବ । ତେଣୁ ଏହି ପ୍ରସଙ୍ଗକୁ କେବଳ ଆଇନ ଦୃଷ୍ଟିରୁ ଦେଖିବା ପରିବର୍ତ୍ତେ ଏକ ବ୍ୟାପକ ଦୃଷ୍ଟିକୋଣର ଆବଶ୍ୟକତା ରହିଛି ।

କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ କହିଛନ୍ତି ଯେ ବୈବାହିକ ଦୁଷ୍କର୍ମ କେବଳ ଆଇନ ନୁହେଁ ବରଂ ଏକ ସାମାଜିକ ମୁଦ୍ଦା ଅଟେ । କୌଣସି ନିଷ୍ପତ୍ତିରେ ପହଞ୍ଚିବା ପୂର୍ବରୁ ବ୍ୟାପକ ପରାମର୍ଶର ଆବଶ୍ୟକତା ରହିଛି । ବର୍ତ୍ତମାନର ଆଇନରେ ମହିଳାଙ୍କ ପାଇଁ ପର୍ଯ୍ୟାପ୍ତ ପ୍ରାବଧାନ ରହିଛି । ବିବାହ ପାରସ୍ପାରିକ ଦାୟିତ୍ୱର ଏକ ସଂସ୍ଥା ଅଟେ । ସରକାର କହିଛନ୍ତି ଯେ ବୈବାହିକ ଦୁଷ୍କର୍ମକୁ ଅପରାଧ ଘୋଷଣା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ଏଥିପାଇଁ ଅନ୍ୟ ଦଣ୍ଡାତ୍ମକ ଉପାୟ ପୂର୍ବରୁ ଉପଲବ୍ଧ ରହିଛି । କେନ୍ଦ୍ର ସରକାର ନିଜ ସତ୍ୟପାଠରେ ଏହା ମଧ୍ୟ କହିଛନ୍ତି ଯେ ବୈବାହିକ ଦୁଷ୍କର୍ମକୁ ଅପରାଧ ଘୋଷଣା କରିବା ସୁପ୍ରିମକୋର୍ଟଙ୍କ ଅଧିକାର କ୍ଷେତ୍ରରେ ନାହିଁ ।

କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଯୁକ୍ତି ରଖିଛନ୍ତି ଯେ ବିବାହରେ ଦୁଷ୍କର୍ମ ପାଇଁ କଠୋର ଦଣ୍ଡ ପ୍ରାବଧାନ ଲାଗୁ କରିବା ଦ୍ୱାରା ବିବାହ ନାମକ ସଂସ୍ଥା ଉପରେ ଗଭୀର ସାମାଜିକ ଏବଂ ଆଇନଗତ ପ୍ରଭାବ ପଡ଼ିପାରେ । ତେବେ ସରକାର ସ୍ୱୀକାର କରିଛନ୍ତି ଯେ ସ୍ୱାମୀ ପାଖରେ ନିଜ ସ୍ତ୍ରୀଙ୍କ ସହମତିର ଉଲ୍ଲଂଘନ କରିବାର କୌଣସି ମୌଳିକ ଅଧିକାର ନାହିଁ । ଏହାସହ ସରକାର ଏହା ମଧ୍ୟ କହିଛନ୍ତି ଯେ ଯଦି ଅଜଣା ବ୍ୟକ୍ତି ସହ ଜଡ଼ିତ ଦୁଷ୍କର୍ମର ଦଣ୍ଡନୀୟ ପ୍ରାବଧାନ ଏବଂ ଆଇନକୁ ସ୍ୱାମୀ ବିରୋଧରେ ଲାଗୁ କରାଯାଏ ତେବେ ଏହି ଆଇନ ପ୍ରୟୋଗ ବୈବାହିକ ଏବଂ ସାମାଜିକ ଢାଞ୍ଚାକୁ ବରବାଦ କରିଦେବ ।

ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଧାରା ୩୭୫ର ବ୍ୟତିକ୍ରମ ୨ର ବୈଧତାକୁ ଚ୍ୟାଲେଞ୍ଜ କରାଯାଇଥିବା ଯାଚିକାର ଜବାବରେ ସରକାର ଏହି ସତ୍ୟପାଠ ଦାଖଲ କରିଛନ୍ତି । ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଧାରା ୩୭୫ର ଏକ ବିଶେଷ ନିୟମ ବ୍ୟତିକ୍ରମ-୨ ଅନୁସାରେ, ଯଦି ପତ୍ନୀ ନାବାଳିକା ନୁହେଁ, ତେବେ ସ୍ୱାମୀ ଦ୍ୱାରା ଯୌନ ସମ୍ପର୍କକୁ ଦୁଷ୍କର୍ମ ଧରାଯିବ ନାହିଁ । ନୂଆ ଆଇନରେ ବି ଧାରା ୬୩ର ବ୍ୟତିକ୍ରମରେ ଏହା ସ୍ପଷ୍ଟ କରାଯାଇଛି ଯେ ସ୍ତ୍ରୀ ସହ ସ୍ୱାମୀର ଯୌନ ସମ୍ପର୍କ ଦୁଷ୍କର୍ମ ନୁହେଁ । ସରକାର ସତ୍ୟପାଠରେ କହିଛନ୍ତି ଯେ ଯଦି ଏହି ବ୍ୟତିକ୍ରମକୁ ଅସାମ୍ୱିଧାନିକ କହି ରଦ୍ଦ କରାଯାଏ, ତେବେ ବିବାହ ସଂସ୍ଥା (ବୈବାହିକ ସମ୍ପର୍କ) ଉପରେ ଗଭୀର ପ୍ରତିକୂଳ ପ୍ରଭାବ ପଡ଼ିବ ।