ୟୁପି ୱାରିୟର୍ସର ଦ୍ୱିତୀୟ ବଡ଼ ବିଜୟ; ଗୁଜରାଟ୍ ଜାଏଣ୍ଟ୍‌ସ ୬ ୱିକେଟ୍‌ରେ ପରାସ୍ତ

ବେଙ୍ଗାଲୁରୁ ୦୨/୦୩: ମହିଳା ପ୍ରିମିୟର ଲିଗ୍‌ରେ ୟୁପି ୱାରିୟର୍ସ ଦ୍ୱିତୀୟ ବଡ଼ ବିଜୟ । ଦଳ ଗୁଜରାଟ ଜାଏଣ୍ଟସକୁ ୬ ଓ୍ବିକେଟରେ ପରାସ୍ତ କରିଛି । ଶୁକ୍ରବାର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଅଷ୍ଟମ ଲିଗ୍ ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ୟୁପି ଓ୍ବାରିୟର୍ସ ଓ ଗୁଜରାଟ ଜାଏଣ୍ଟସ୍ । ପ୍ରଥମେ ବ୍ୟାଟିଂ କରି ଜିଟି ନିର୍ଦ୍ଧାରିତ ୨୦ ଓଭରରେ ୧୪୩ ରନ ସଂଗ୍ରହ କରିଥିଲା । ଜବାବରେ ୟୁପି ଓ୍ବାରିୟର୍ସ ୨୬ଟି ବଲ୍ ବାକି ଥାଇ ୪ ଓ୍ବିକେଟ ବିନିମୟରେ ସହଜରେ ଲକ୍ଷ୍ୟ ହାସଲ କରିନେଇଛି । ଦୁଇ ଓପନର ଆଲିସା ହିଲି ଓ କିରଣ ନଭଗିରେ ବିସ୍ଫୋରକ ବ୍ୟାଟିଂ କରି  ୪.୨ ଓଭରେ ୪୩ ରନ୍‌ ସଂଗ୍ରହ କରିଥିଲେ ।  ନବଗିରେ ୧୨ ରନ୍‌ କରି ପ୍ରଥମେ ଆଉଟ୍‌  ହୋଇଥିଲେ । ପ୍ରଥମ ମ୍ୟାଚ୍‌ ଖେଳୁଥିବା ଚାମରି  ଆଟାପଟୁ  ମାତ୍ର ୧୭ରନ କରି ନିରାଶ କରିଥିଲେ । ହିଲି  ଦର୍ଶନୀୟ ସଟ୍‌ମାନ ଖେଳି ୩୩ ରନ୍‌ ସଂଗ୍ରହ କରିଥିଲେ । ୮୬ ରନ୍‌ରେ ଦଳ  ୩ଟି ୱିକେଟ୍‌ ହରାଇଥିଲା । ଦ୍ୱିତୀୟ ୱିକେଟ୍‌ର ପତନ ପରେ ବ୍ୟାଟିଂ କରିବାକୁ ଆସିଥିବା ଗ୍ରେସ ହ୍ୟାରିସ୍‌ ଧୂଆଁଧାର ବ୍ୟାଟିଂ କରିଥିଲେ । ଅନ୍ୟ ପଟରେ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ ହ୍ୟାରିସ୍ । ମାତ୍ର ୩୩ଟି ବଲ୍‌ରୁ ୯ଚୌକା ଓ ୨ଛକା ବଳରେ ହ୍ୟାରିସ୍‌ ଅପରାଜିତ ୬୬ ରନ୍‌ ସଂଗ୍ରହ କରିଥିଲେ । ୟୁପି ଫଳରେ ଓ୍ବାରିୟର୍ସ ୧୫.୪ ଓଭରରେ ବିଜୟ ହାସଲ କରିଛି । ଅନ୍ୟମାନଙ୍କ  ମଧ୍ୟରେ ଦୀପ୍ତି ଶର୍ମା ୧୭ ରନ୍‌ ଦଳୀୟ

ୟୁପି ୱାରିୟର୍ସର ଦ୍ୱିତୀୟ ବଡ଼ ବିଜୟ; ଗୁଜରାଟ୍ ଜାଏଣ୍ଟ୍‌ସ ୬ ୱିକେଟ୍‌ରେ ପରାସ୍ତ

ବେଙ୍ଗାଲୁରୁ ୦୨/୦୩: ମହିଳା ପ୍ରିମିୟର ଲିଗ୍‌ରେ ୟୁପି ୱାରିୟର୍ସ ଦ୍ୱିତୀୟ ବଡ଼ ବିଜୟ । ଦଳ ଗୁଜରାଟ ଜାଏଣ୍ଟସକୁ ୬ ଓ୍ବିକେଟରେ ପରାସ୍ତ କରିଛି । ଶୁକ୍ରବାର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଅଷ୍ଟମ ଲିଗ୍ ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ୟୁପି ଓ୍ବାରିୟର୍ସ ଓ ଗୁଜରାଟ ଜାଏଣ୍ଟସ୍ । ପ୍ରଥମେ ବ୍ୟାଟିଂ କରି ଜିଟି ନିର୍ଦ୍ଧାରିତ ୨୦ ଓଭରରେ ୧୪୩ ରନ ସଂଗ୍ରହ କରିଥିଲା । ଜବାବରେ ୟୁପି ଓ୍ବାରିୟର୍ସ ୨୬ଟି ବଲ୍ ବାକି ଥାଇ ୪ ଓ୍ବିକେଟ ବିନିମୟରେ ସହଜରେ ଲକ୍ଷ୍ୟ ହାସଲ କରିନେଇଛି ।

ଦୁଇ ଓପନର ଆଲିସା ହିଲି ଓ କିରଣ ନଭଗିରେ ବିସ୍ଫୋରକ ବ୍ୟାଟିଂ କରି  ୪.୨ ଓଭରେ ୪୩ ରନ୍‌ ସଂଗ୍ରହ କରିଥିଲେ ।  ନବଗିରେ ୧୨ ରନ୍‌ କରି ପ୍ରଥମେ ଆଉଟ୍‌  ହୋଇଥିଲେ । ପ୍ରଥମ ମ୍ୟାଚ୍‌ ଖେଳୁଥିବା ଚାମରି  ଆଟାପଟୁ  ମାତ୍ର ୧୭ରନ କରି ନିରାଶ କରିଥିଲେ । ହିଲି  ଦର୍ଶନୀୟ ସଟ୍‌ମାନ ଖେଳି ୩୩ ରନ୍‌ ସଂଗ୍ରହ କରିଥିଲେ । ୮୬ ରନ୍‌ରେ ଦଳ  ୩ଟି ୱିକେଟ୍‌ ହରାଇଥିଲା । ଦ୍ୱିତୀୟ ୱିକେଟ୍‌ର ପତନ ପରେ ବ୍ୟାଟିଂ କରିବାକୁ ଆସିଥିବା ଗ୍ରେସ ହ୍ୟାରିସ୍‌ ଧୂଆଁଧାର ବ୍ୟାଟିଂ କରିଥିଲେ । ଅନ୍ୟ ପଟରେ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ ହ୍ୟାରିସ୍ । ମାତ୍ର ୩୩ଟି ବଲ୍‌ରୁ ୯ଚୌକା ଓ ୨ଛକା ବଳରେ ହ୍ୟାରିସ୍‌ ଅପରାଜିତ ୬୬ ରନ୍‌ ସଂଗ୍ରହ କରିଥିଲେ । ୟୁପି ଫଳରେ ଓ୍ବାରିୟର୍ସ ୧୫.୪ ଓଭରରେ ବିଜୟ ହାସଲ କରିଛି । ଅନ୍ୟମାନଙ୍କ  ମଧ୍ୟରେ ଦୀପ୍ତି ଶର୍ମା ୧୭ ରନ୍‌ ଦଳୀୟ ସ୍କୋରରେ ଯୋଡ଼ିଥିଲେ ।

https://www.prameyanews7.com/kapil-dev-criticizes-players-who-ignore-domestic-cricket-and-bcci-dec/

ଟସ୍‌ ଜିତି ୟୁପି ୱାରିୟର୍ସ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ଗୁଜରାଟ୍‌ ଜାଏଣ୍ଟ୍‌ସର ଦୁଇ ଓପନର  ଲୌରା ଉଲଭର୍ଟ ଓ ବେଥ୍‌ ମୁନି ୪୦ ରନ୍‌ ସଂଗ୍ରହ  କରିଥିଲେ । ୧୬ ରନ କରି ମୁନି ପ୍ରଥମେ ଆଉଟ୍‌ ହୋଇଥିଲେ । ପରେ ପରେ ଉଲ୍‌ଭର୍ଟ ୩୮ ଓ ହର୍ଲିନ ଦେଓଲ ୧୮ରନ୍‌ କରି  ପାଭିଲିୟନ ଫେରିବା ସହ ଗୁଜରାଟ ଜାଏଣ୍ଟ୍‌ସ  ୮୩ ରନ୍‌ରେ ୩ଟି ୱିକେଟ୍‌ ହରାଇଥିଲା ।  ମଧ୍ୟ ଭାଗରେ ଫୋଏବ ଲିଚଫିଲ୍ଡ ଓ ଆସଲି  ଗାର୍ଡନର ଆକ୍ରମଣାତ୍ମକ ବ୍ୟାଟିଂ କରିବାରୁ  ଦଳୀୟ ସ୍କୋର ୧୪୨ରେ ପହଞ୍ଚିଥିଲା ।

The post ୟୁପି ୱାରିୟର୍ସର ଦ୍ୱିତୀୟ ବଡ଼ ବିଜୟ; ଗୁଜରାଟ୍ ଜାଏଣ୍ଟ୍‌ସ ୬ ୱିକେଟ୍‌ରେ ପରାସ୍ତ appeared first on Prameya News7.