ବିଓଏମ୍ର ନୂଆ ମାଇଲଖୁଣ୍ଟ
ଭୁବନେଶ୍ୱର,୨୧।୫: ବ୍ୟାଙ୍କ୍ ଅଫ ମହାରାଷ୍ଟ୍ର (ବିଓଏମ୍)ର ବାର୍ଷିକ ଫଳାଫଳ ଅନୁଯାୟୀ ବ୍ୟାଙ୍କ ମୋଟ୍ ବ୍ୟବସାୟ ଅଭିବୃଦ୍ଧି ତଥା ଋଣଦାତାଙ୍କ ମଧ୍ୟରେ ଉଲ୍ଲେଖନୀୟ ସଫଳତା ସହ ନୂଆ ମାଇଲଖୁଣ୍ଟ ହାସଲ କରିଛି। ଏପରିକି ଜମା ସଂଗ୍ରହ କ୍ଷେତ୍ରରେ ବିଓଏମ ଶ୍ରେଷ୍ଠ ପ୍ରଦର୍ଶନକାରୀ ବ୍ୟାଙ୍କ ଭାବେ ପରିଗଣିତ ହୋଇଛି,ଯେତେବେଳେ କି ଅଧିକାଂଶ ଋଣଦାତା ୨ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିବାରେ ନାନା ସମସ୍ୟା ଓ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉଲ୍ଲେଖଯୋଗ୍ୟ, ପୁଣେସ୍ଥିତ ବିଓଏମ୍ର ମୁଖ୍ୟ କାର୍ଯ୍ୟାଳୟର ସୂଚନା ଅନୁଯାୟୀ ବ୍ୟାଙ୍କର […] The post ବିଓଏମ୍ର ନୂଆ ମାଇଲଖୁଣ୍ଟ appeared first on Dharitri Odia News.
ଭୁବନେଶ୍ୱର,୨୧।୫: ବ୍ୟାଙ୍କ୍ ଅଫ ମହାରାଷ୍ଟ୍ର (ବିଓଏମ୍)ର ବାର୍ଷିକ ଫଳାଫଳ ଅନୁଯାୟୀ ବ୍ୟାଙ୍କ ମୋଟ୍ ବ୍ୟବସାୟ ଅଭିବୃଦ୍ଧି ତଥା ଋଣଦାତାଙ୍କ ମଧ୍ୟରେ ଉଲ୍ଲେଖନୀୟ ସଫଳତା ସହ ନୂଆ ମାଇଲଖୁଣ୍ଟ ହାସଲ କରିଛି। ଏପରିକି ଜମା ସଂଗ୍ରହ କ୍ଷେତ୍ରରେ ବିଓଏମ ଶ୍ରେଷ୍ଠ ପ୍ରଦର୍ଶନକାରୀ ବ୍ୟାଙ୍କ ଭାବେ ପରିଗଣିତ ହୋଇଛି,ଯେତେବେଳେ କି ଅଧିକାଂଶ ଋଣଦାତା ୨ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିବାରେ ନାନା ସମସ୍ୟା ଓ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉଲ୍ଲେଖଯୋଗ୍ୟ, ପୁଣେସ୍ଥିତ ବିଓଏମ୍ର ମୁଖ୍ୟ କାର୍ଯ୍ୟାଳୟର ସୂଚନା ଅନୁଯାୟୀ ବ୍ୟାଙ୍କର ମୋଟ୍ ବ୍ୟବସାୟ (ଘରୋଇ)ରେ ୧୫.୯୪% ଅଭିବୃଦ୍ଧି ଘଟିଛି। ଏପରିକି ୨୦୨୩-୨୪ ଆର୍ଥିକ ବର୍ଷରେ ବ୍ୟାଙ୍କର ଜମା ସଂଗ୍ରହ ଅଭିବୃଦ୍ଧି କ୍ଷେତ୍ରରେ ୧୫.୬୬% ହାରରେ ବ୍ୟାଙ୍କ ନିଜର ଶ୍ରେଷ୍ଠ ସ୍ଥାନ ବଜାୟ ରଖିଛି। ସେହିଭଳି ୨୦୨୩-୨୪ ଆର୍ଥିକ ବର୍ଷରେ ମୋଟ ୧୨ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମଧ୍ୟରୁ ବିଓଏମକୁ ମିଶାଇ କେବଳ ୪ଟି ବ୍ୟାଙ୍କ ୨ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିପାରିଛନ୍ତି। ଏପରିକି ବ୍ୟାଙ୍କର ଚଳନ୍ତି ଖାତା ଏବଂ ସଞ୍ଚୟ ଖାତା (କାସା) ଜମା କ୍ଷେତ୍ରରେ ୫୨.୭୩% ଅଭିବୃଦ୍ଧି ହାର ହାସଲ କରି ଶୀର୍ଷ ସ୍ଥାନରେ ପହଞ୍ଚତ୍ଛି,ଋଣ ଅଭିବୃଦ୍ଧି କ୍ଷେତ୍ରରେ ୧୬.୩୦% ଅଭିବୃଦ୍ଧି ଘଟିଛି। ସେହିପରି ୨୦୨୪ ମାର୍ଚ୍ଚ ଶେଷ ସୁଦ୍ଧା ବ୍ୟାଙ୍କର ଗ୍ରସ ଏନ୍ପିଏ ଓ ନେଟ୍ ଏନ୍ପିଏ ଯଥାକ୍ରମେ ୧.୮୮% ଏବଂ ୦.୨%କୁ ହ୍ରାସ ପାଇଛି। ବ୍ୟାଙ୍କର ପୁଞ୍ଜି ସ୍ବଚ୍ଛଳତା ହାର ୧୭.୩୮% ଅଭିବୃଦ୍ଧି ହାର ହାସଲ କରି ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ମଧ୍ୟରେ ଶ୍ରେଷ୍ଠ ସ୍ଥାନ ହାସଲ କରିଛି।
The post ବିଓଏମ୍ର ନୂଆ ମାଇଲଖୁଣ୍ଟ appeared first on Dharitri Odia News.