ଶ୍ରମିକ-କୃଷକ ବିରୋଧୀ ନୀତି ପ୍ରତିବାଦରେ ବିକ୍ଷୋଭ
ଛତ୍ରପୁର,୨୬।୧୧(ଦିଲ୍ଲୀପ ସାମଲ): ମୋଦି ସରକାରଙ୍କ କୃଷକ ଓ ଶ୍ରମିକ ନୀତି ବିରୋଧରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ନିମନ୍ତେ ସଂଯୁକ୍ତ କିଷାନ ମୋର୍ଚ୍ଚା ଓ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ପକ୍ଷରୁ ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଗଞ୍ଜାମ ଜିଲା କମିଟି ଏବଂ ବିଭିନ୍ନ ଶ୍ରମିକ ଓ କୃଷକ ସଂଗଠନ ପକ୍ଷରୁ ଶହ ଶହ ଶ୍ରମିକ ଓ କୃଷକମାନେ କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧୀ ନୀତି ପ୍ରତିବାଦରେ ଗଞ୍ଜାମ […] The post ଶ୍ରମିକ-କୃଷକ ବିରୋଧୀ ନୀତି ପ୍ରତିବାଦରେ ବିକ୍ଷୋଭ appeared first on Dharitri Odia News.
ଛତ୍ରପୁର,୨୬।୧୧(ଦିଲ୍ଲୀପ ସାମଲ): ମୋଦି ସରକାରଙ୍କ କୃଷକ ଓ ଶ୍ରମିକ ନୀତି ବିରୋଧରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ନିମନ୍ତେ ସଂଯୁକ୍ତ କିଷାନ ମୋର୍ଚ୍ଚା ଓ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ପକ୍ଷରୁ ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଗଞ୍ଜାମ ଜିଲା କମିଟି ଏବଂ ବିଭିନ୍ନ ଶ୍ରମିକ ଓ କୃଷକ ସଂଗଠନ ପକ୍ଷରୁ ଶହ ଶହ ଶ୍ରମିକ ଓ କୃଷକମାନେ କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧୀ ନୀତି ପ୍ରତିବାଦରେ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ୪ଟି ଶ୍ରମ କୋଡ଼ର ପ୍ରତ୍ୟାହାର ଏବଂ ଅସଂଗଠିତ କ୍ଷେତ୍ରର ସବୁ ଶ୍ରମିକଙ୍କୁ ପେନସନ ସମେତ ସାମଗ୍ରୀକୁ ସାମାଜିକ ସୁରକ୍ଷା ପ୍ରଦାନ କରିବା, ଶିଳ୍ପାୟନ ଓ ଖଣି ଖନନ ଫଳରେ ଚାଷ ଜମି ଓ ଜଙ୍ଗଲର ହେଉଥିବା ଅବକ୍ଷୟ ତଥା ପରିବେଶ ପ୍ରଦୂଷଣକୁ ରୋକିବାକୁ ଦୃଢ ପଦକ୍ଷେପ ନିଆଯାଉ। ସବୁ ଚାଷ ଜମିକୁ ଜଳ ସେଚନର ସୁବିଧା ନିମନ୍ତେ ଜଳ ସେଚନ ମିଶନ ଗଠନ କରିବା ସମେତ ୨୦ଦଫା ଦାବି ସମ୍ପର୍କରେ ଉକ୍ତ ସ୍ମାରକ ପତ୍ରରେ ଉଲ୍ଲେଖ କରାଯାଇଛି।
The post ଶ୍ରମିକ-କୃଷକ ବିରୋଧୀ ନୀତି ପ୍ରତିବାଦରେ ବିକ୍ଷୋଭ appeared first on Dharitri Odia News.