ହୀରା ଭଳି ଚମକୁଛନ୍ତି ବରୁଣ ଚକ୍ରବର୍ତ୍ତୀ, ୧୦ ଉଇକେଟ ନେଇ ରଚିଲେ ଇତିହାସ
ରାଜକୋଟ, ୨୮।୧- ଇଂଲଣ୍ଡ ବିପକ୍ଷ ସିରିଜରେ ଚମକୁଛନ୍ତି ଚମତ୍କାର ଫର୍ମରେ ଥିବା ଭାରତ ସ୍ପିନର ବରୁଣ ଚକ୍ରବର୍ତ୍ତୀ । ଏଠାରେ ଖେଳାଯାଇଥିବା ତୃତୀୟ ଟି୨୦ରେ ସେଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ତାଙ୍କ ଚକ୍ରବ୍ୟୁହରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଫସି ଯାଇଥିଲେ। ଫଳରେ ସେ ୪ ଓଭରରେ ମାତ୍ର ୨୪ ରନ ଦେଇ ୫ ଉଇକେଟ ଅକ୍ତିଆର କରିଥିଲେ। ଏହି ଖେଳାଳି ଟି୨୦ ସିରିଜରେ ମୋଟ ୧୦ ଉଇକେଟ ନେବା ପରେ ଏକ ବଡ଼ ରେକର୍ଡ ନିଜ ନାମରେ […] The post ହୀରା ଭଳି ଚମକୁଛନ୍ତି ବରୁଣ ଚକ୍ରବର୍ତ୍ତୀ, ୧୦ ଉଇକେଟ ନେଇ ରଚିଲେ ଇତିହାସ appeared first on Dharitri Odia News.
ରାଜକୋଟ, ୨୮।୧- ଇଂଲଣ୍ଡ ବିପକ୍ଷ ସିରିଜରେ ଚମକୁଛନ୍ତି ଚମତ୍କାର ଫର୍ମରେ ଥିବା ଭାରତ ସ୍ପିନର ବରୁଣ ଚକ୍ରବର୍ତ୍ତୀ । ଏଠାରେ ଖେଳାଯାଇଥିବା ତୃତୀୟ ଟି୨୦ରେ ସେଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ତାଙ୍କ ଚକ୍ରବ୍ୟୁହରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଫସି ଯାଇଥିଲେ। ଫଳରେ ସେ ୪ ଓଭରରେ ମାତ୍ର ୨୪ ରନ ଦେଇ ୫ ଉଇକେଟ ଅକ୍ତିଆର କରିଥିଲେ। ଏହି ଖେଳାଳି ଟି୨୦ ସିରିଜରେ ମୋଟ ୧୦ ଉଇକେଟ ନେବା ପରେ ଏକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି।
ବରୁଣ ଚକ୍ରବର୍ତ୍ତୀ ଇଂଲଣ୍ଡ ବିପକ୍ଷରେ ୩ ଟି୨୦ ମ୍ୟାଚ୍ ଖେଳି ୧୦ ଉଇକେଟ ନେଇଛନ୍ତି। କୋଲକାତା ଟି-୨୦ରେ ସେ ୨୩ ରନ ଦେଇ ୩ ଉଇକେଟ ନେଇଥିଲେ। ସେ ଚେନ୍ନାଇରେ ୨ ଉଇକେଟ ନେବାରେ ସଫଳ ହୋଇଥିଲେ ଏବଂ ଏବେ ରାଜକୋଟରେ ଏହି ଖେଳାଳି ୫ ଉଇକେଟ ନେଇ ୧୦ ଉଇକେଟ ପୂରଣ କରିଛନ୍ତି। ବରୁଣ ଚକ୍ରବର୍ତ୍ତୀ ପ୍ରଥମ ଭାରତୀୟ ଖେଳାଳି ଯିଏ ଦୁଇଟି ଟି-୨୦ ସିରିଜରେ ୧୦ କିମ୍ବା ତା’ଠାରୁ ଅଧିକ ଉଇକେଟ ନେବାର ସଫଳତା ହାସଲ କରିଛନ୍ତି।
ପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୪ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ବରୁଣ ୧୨ ଉଇକେଟ ନେଇଥିଲେ। ଏବେ ସେ ଇଂଲଣ୍ଡ ବିପକ୍ଷରେ ମଧ୍ୟ ୧୦ ଉଇକେଟ ନେଇଛନ୍ତି। ବରୁଣଙ୍କ ସ୍ପିନ ଜାଲରେ ବିପକ୍ଷ ବ୍ୟାଟ୍ସମ୍ୟାନମାନେ ଫସି ଯାଉଛନ୍ତି।
କହିରଖୁଛୁ, ତୃତୀୟ ମ୍ୟାଚ୍ରେ ଟସ୍ ଜିତି ଭାରତ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ସ୍ପିନର ବରୁଣ ଚକ୍ରବର୍ତ୍ତୀ କ୍ୟାରିୟରରେ ଦ୍ୱିତୀୟ ଥରପାଇଁ ୫ ଉଇକେଟ ସଫଳତା ପାଇଥିଲେ। ସେ ୪ ଓଭରରେ ମାତ୍ର ୫ ଉଇକେଟ ଅକ୍ତିଆର କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଏବଂ ରବି ବିଷ୍ଣୋଇ ଓ ଅକ୍ଷର ପଟେଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ପ୍ରତ୍ୟାବର୍ତ୍ତନ ମ୍ୟାଚରେ କିନ୍ତୁ ମହମ୍ମଦ ଶାମିଙ୍କୁ ଖାଲି ହାତରେ ରହିବାକୁ ପଡ଼ିଛି। ସେ ଭାରତ ପକ୍ଷରୁ ବୋଲିଂ ଓପନ କରି ୩ ଓଭରରେ ୨୫ ରନ ବ୍ୟୟ କରିଥିଲେ।
The post ହୀରା ଭଳି ଚମକୁଛନ୍ତି ବରୁଣ ଚକ୍ରବର୍ତ୍ତୀ, ୧୦ ଉଇକେଟ ନେଇ ରଚିଲେ ଇତିହାସ appeared first on Dharitri Odia News.