ଜାନୁଆରୀରେ ପିଲାଙ୍କୁ ମିଳିବ ମାଧୋ ସିଂ ପ୍ରୋତ୍ସାହନ ରାଶି

ଭୁବନେଶ୍ୱର : ଜାନୁଆରୀରେ ଶୁଭାରମ୍ଭ ହେବ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା । ନୂଆବର୍ଷରେ ମୁଖ୍ୟମନ୍ତ୍ରୀ ଜନଜାତି ଛାତ୍ରଛାତ୍ରୀଙ୍କୁ କରିବେ ଆର୍ଥିକ ସହାୟତା । ସମସ୍ତ ଜନଜାତିର ଛାତ୍ରଛାତ୍ରୀଙ୍କୁ ମିଳିବ ୫ ହଜାର ପ୍ରୋତ୍ସାହନ ରାଶି । ପିଲାମାନଙ୍କ ଆକାଉଣ୍ଟକୁ ଏହି ରାଶି ଦିଆଯିବ । ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀ ଏହି ଜନଜାତି ଛାତ୍ରଛାତ୍ରୀଙ୍କୁ ଟଙ୍କା ବଣ୍ଟନ କରିବେ । ଏହି ତାରିଖରେ ଯୋଜନାର ଶୁଭାରମ୍ଭ ହେବ । ଆଦିବାସୀ ପିଲାଙ୍କ ଡ୍ରପ ଆଉଟକୁ […]

ଜାନୁଆରୀରେ ପିଲାଙ୍କୁ ମିଳିବ ମାଧୋ ସିଂ ପ୍ରୋତ୍ସାହନ ରାଶି
ଜାନୁଆରୀରେ ପିଲାଙ୍କୁ ମିଳିବ ମାଧୋ ସିଂ ପ୍ରୋତ୍ସାହନ ରାଶି

ଭୁବନେଶ୍ୱର : ଜାନୁଆରୀରେ ଶୁଭାରମ୍ଭ ହେବ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା । ନୂଆବର୍ଷରେ ମୁଖ୍ୟମନ୍ତ୍ରୀ ଜନଜାତି ଛାତ୍ରଛାତ୍ରୀଙ୍କୁ କରିବେ ଆର୍ଥିକ ସହାୟତା । ସମସ୍ତ ଜନଜାତିର ଛାତ୍ରଛାତ୍ରୀଙ୍କୁ ମିଳିବ ୫ ହଜାର ପ୍ରୋତ୍ସାହନ ରାଶି । ପିଲାମାନଙ୍କ ଆକାଉଣ୍ଟକୁ ଏହି ରାଶି ଦିଆଯିବ । ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀ ଏହି ଜନଜାତି ଛାତ୍ରଛାତ୍ରୀଙ୍କୁ ଟଙ୍କା ବଣ୍ଟନ କରିବେ । ଏହି ତାରିଖରେ ଯୋଜନାର ଶୁଭାରମ୍ଭ ହେବ ।

ଆଦିବାସୀ ପିଲାଙ୍କ ଡ୍ରପ ଆଉଟକୁ ନେଇ ମୋହନ ସରକାର ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା ଆଣିଛନ୍ତି। ଏଥିରେ ଆଦିବାସୀ ପିଲାଙ୍କୁ ପ୍ରୋତ୍ସାହନ ରାଶି ମିଳିବ। ବଜେଟରେ ଏହାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହି ଯୋଜନା ଅଧୀନରେ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା ଜନଜାତି ଛାତ୍ରୀଛାତ୍ରଙ୍କୁ ବାର୍ଷିକ ୫ ହଜାର ଟଙ୍କା ମିଳିବ । ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଏହି ଯୋଜନାରେ ଜନଜାତି ଛାତ୍ରୀଛାତ୍ର ଉପକୃତ ହେବେ ଏବଂ ଆଗ୍ରହରେ ସ୍କୁଲ ପିଲା ଯିବେ।