ବିଜେପିରେ ଯୋଗ ଦେଲେ ପୂର୍ବତନ ରାଜସ୍ଥାନ ମନ୍ତ୍ରୀ ମହେନ୍ଦ୍ରଜିତ ମାଲବିୟ
ନୂଆଦିଲ୍ଲୀ: ରାଜସ୍ଥାନରେ କଂଗ୍ରେସକୁ ଶକ୍ତ ଝଟକା ଲାଗିଛି। ରାଜସ୍ଥାନର ପୂର୍ବତନ ମନ୍ତ୍ରୀ ମହେନ୍ଦ୍ରଜିତ ସିଂହ ମାଲବିୟ ଆଜି ବିଜେପିରେ ଯୋଗ ଦେଇଛନ୍ତି। ବଂସୱାଡ଼ା ଜିଲ୍ଲାର ବାଗିଡୋରା ବିଧାୟକ ମାଲବିୟ ଆଜି ବିଜେପିରେ ଯୋଗ ଦେବାପରେ କହିଛନ୍ତି, ସେ ବଗଡ଼ ଅଞ୍ଚଳର ବିକାଶ ପାଇଁ ବିଜେପିରେ ଯୋଗ ଦେଇଛନ୍ତି। ବଗଡ଼ ହେଉଛି ଦକ୍ଷିଣ ରାଜସ୍ଥାନର ଏକ ଆଦିବାସୀ ଅଞ୍ଚଳ ଏବଂ ଏହା ବଂସୱାଡ଼ା ଏବଂ ଡୁଙ୍ଗ୍ରାପୁର ଜିଲ୍ଲା ଅଧୀନରେ ଆସୁଛି। ପୂର୍ବତନ ସାଂସଦ ମାଲବିୟ ଜୟପୁରରେ ବିଜେପି ଅଫିସରେ […]

ନୂଆଦିଲ୍ଲୀ: ରାଜସ୍ଥାନରେ କଂଗ୍ରେସକୁ ଶକ୍ତ ଝଟକା ଲାଗିଛି। ରାଜସ୍ଥାନର ପୂର୍ବତନ ମନ୍ତ୍ରୀ ମହେନ୍ଦ୍ରଜିତ ସିଂହ ମାଲବିୟ ଆଜି ବିଜେପିରେ ଯୋଗ ଦେଇଛନ୍ତି। ବଂସୱାଡ଼ା ଜିଲ୍ଲାର ବାଗିଡୋରା ବିଧାୟକ ମାଲବିୟ ଆଜି ବିଜେପିରେ ଯୋଗ ଦେବାପରେ କହିଛନ୍ତି, ସେ ବଗଡ଼ ଅଞ୍ଚଳର ବିକାଶ ପାଇଁ ବିଜେପିରେ ଯୋଗ ଦେଇଛନ୍ତି। ବଗଡ଼ ହେଉଛି ଦକ୍ଷିଣ ରାଜସ୍ଥାନର ଏକ ଆଦିବାସୀ ଅଞ୍ଚଳ ଏବଂ ଏହା ବଂସୱାଡ଼ା ଏବଂ ଡୁଙ୍ଗ୍ରାପୁର ଜିଲ୍ଲା ଅଧୀନରେ ଆସୁଛି। ପୂର୍ବତନ ସାଂସଦ ମାଲବିୟ ଜୟପୁରରେ ବିଜେପି ଅଫିସରେ ପହଞ୍ଚିବାପରେ ରାଜସ୍ଥାନ ପ୍ରଭାରୀ ଅରୁଣ ସିଂହ ଏବଂ ରାଜ୍ୟ ବିଜେପି ମୁଖ୍ୟ ସିପି ଯୋଶୀ ଓ ଅନ୍ୟମାନଙ୍କ ଦ୍ବାରା ତାଙ୍କୁ ସ୍ବାଗତ କରାଯାଇଥିଲା। ମାଲବିୟ କହିଛନ୍ତି, ବିଜେପି ମୁଖ୍ୟ ଜେପି ନଡ୍ଡା ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ରବିବାର ଦିନ ଦିଲ୍ଲୀରେ ଭେଟିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ସେ ପ୍ରଭାବିତ ବୋଲି କହିଛନ୍ତି। କଂଗ୍ରେସକୁ ଟାର୍ଗେଟ କରି ମାଲବିୟ କହିଛନ୍ତି, ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଉତ୍ସବରେ କଂଗ୍ରେସ ଦଳ ଯୋଗ ନଦେବା ଘଟଣା ତାଙ୍କୁ ଖୁବ୍ କଷ୍ଟ ଦେଇଛି।