ଏଲ୍‌ଏସିରେ ସ୍ଥିତି ସ୍ଥିର ରହିଛି କିନ୍ତୁ ସମ୍ବେଦନଶୀଳ : ସେନା ମୁଖ୍ୟ ମନୋଜ ପାଣ୍ଡେ

ନୂଆଦିଲ୍ଲୀ: ଚୀନ୍‌ ସହ ବାସ୍ତବ ସୀମାରେଖା (ଏଲ୍‌ଏସି) ନିକଟରେ ସ୍ଥିତି ସ୍ଥିର ରହିଛି କିନ୍ତୁ ସମ୍ବେଦନଶୀଳ ରହିଛି। ନିକଟ ଭବିଷ୍ୟତରେ ୨ ରାଷ୍ଟ୍ର ମଧ୍ୟରେ ଥିବା ବିଭିନ୍ନ ବିବାଦର ସମାଧାନ ହୋଇପାରିବ ବୋଲି ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି। ଇଣ୍ଡିଆ ଟୁଡେକୁ ଏକ ସାକ୍ଷାତକାର ଦେଇ ମନୋଜ ପାଣ୍ଡେ କହିଛନ୍ତି, ସେନା ସୀମା ନିକଟରେ ଏହାର ଭିତ୍ତିଭୂମି ସୁଦୃଢ଼ କରୁଛି। ଉଭୟ ପକ୍ଷ ମଧ୍ୟରେ ସାମରିକ ଏବଂ କୂଟନୈତିକ ସ୍ତରରେ କଥାବାର୍ତ୍ତା ଜାରି ରହିଛି […]

ଏଲ୍‌ଏସିରେ ସ୍ଥିତି ସ୍ଥିର ରହିଛି କିନ୍ତୁ ସମ୍ବେଦନଶୀଳ : ସେନା ମୁଖ୍ୟ  ମନୋଜ ପାଣ୍ଡେ

ନୂଆଦିଲ୍ଲୀ: ଚୀନ୍‌ ସହ ବାସ୍ତବ ସୀମାରେଖା (ଏଲ୍‌ଏସି) ନିକଟରେ ସ୍ଥିତି ସ୍ଥିର ରହିଛି କିନ୍ତୁ ସମ୍ବେଦନଶୀଳ ରହିଛି। ନିକଟ ଭବିଷ୍ୟତରେ ୨ ରାଷ୍ଟ୍ର ମଧ୍ୟରେ ଥିବା ବିଭିନ୍ନ ବିବାଦର ସମାଧାନ ହୋଇପାରିବ ବୋଲି ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି। ଇଣ୍ଡିଆ ଟୁଡେକୁ ଏକ ସାକ୍ଷାତକାର ଦେଇ ମନୋଜ ପାଣ୍ଡେ କହିଛନ୍ତି, ସେନା ସୀମା ନିକଟରେ ଏହାର ଭିତ୍ତିଭୂମି ସୁଦୃଢ଼ କରୁଛି। ଉଭୟ ପକ୍ଷ ମଧ୍ୟରେ ସାମରିକ ଏବଂ କୂଟନୈତିକ ସ୍ତରରେ କଥାବାର୍ତ୍ତା ଜାରି ରହିଛି ଏବଂ ବିଭିନ୍ନ ସମସ୍ୟା ଗୁଡ଼ିକର ଖୁବ୍‌ଶୀଘ୍ର ସମାଧାନର ପନ୍ଥା ବାହାରିଯିବ ବୋଲି ସେନାମୁଖ୍ୟ କହିଛନ୍ତି। ଆତଙ୍କବାଦ ନିରୋଧ ଅପ‌ରେସନ ପ୍ରସଙ୍ଗରେ ଟିପ୍ପଣୀ ରଖି ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି, ଗତବର୍ଷ ଜମ୍ମୁ କାଶ୍ମୀରରେ ୭୧ ଆତଙ୍କବାଦୀଙ୍କୁ ସେନା ନିପାତ କରିଛି। ସେନାରେ ୨ ବ୍ୟା‌ଚ୍ ଅଗ୍ନିବୀର ନିଯୁକ୍ତ ହୋଇଥିବାବେଳେ ଏଲ୍‌ଓସି ଏବଂ ଏଲ୍‌ଏସିରେ ମଧ୍ୟ ମୁତୟନ ହୋଇଛନ୍ତି।