ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା
ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ବାବା ସିଦ୍ଦିକଙ୍କୁ ଆଜି ଗୁଳି କରି ହତ୍ୟା କରାଯାଇଛଇ। ମୁମ୍ବାଇରେ କିଛି ଦୁର୍ବୃତ୍ତ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଗୁଳି ମାଡ଼ ପରେ ତାଙ୍କୁ ତୁରନ୍ତ ଲିଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଗୋଟିଏ ଗୁଳି ତାଙ୍କ ପେଟରେ ଓ ଆଉ ଗୋଟିଏ ଗୁଳି ତାଙ୍କ ଛାତିରେ ମାଡ଼ ହୋଇଛି। ଗୁଳି ମାଡ଼ ଘଟଣାରେ ପୁଲିସ୍ ୩ […]

ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ବାବା ସିଦ୍ଦିକଙ୍କୁ ଆଜି ଗୁଳି କରି ହତ୍ୟା କରାଯାଇଛଇ। ମୁମ୍ବାଇରେ କିଛି ଦୁର୍ବୃତ୍ତ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଗୁଳି ମାଡ଼ ପରେ ତାଙ୍କୁ ତୁରନ୍ତ ଲିଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଗୋଟିଏ ଗୁଳି ତାଙ୍କ ପେଟରେ ଓ ଆଉ ଗୋଟିଏ ଗୁଳି ତାଙ୍କ ଛାତିରେ ମାଡ଼ ହୋଇଛି। ଗୁଳି ମାଡ଼ ଘଟଣାରେ ପୁଲିସ୍ ୩ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।