ପଶ୍ଚିମବଙ୍ଗରେ ଲାଗୁ ହେବ ନାହିଁ, ତଥାପି ହିଂସା କାହିଁକି ? ଓ୍ଵାକଫ୍‌କୁ ନେଇ ମମତାଙ୍କ ସ୍ପଷ୍ଟ ଜବାବ

କୋଲକାତା: ଓ୍ଵାକଫ ଆଇନକୁ ନେଇ ପଶ୍ଚିମବଙ୍ଗର ଅନେକ ସ୍ଥାନରେ  ହିଂସା ଦେଖା ଦେଇଛି। ଉତ୍ତେଜନା ମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବଡ଼ ଘୋଷଣା କରିଛନ୍ତି। ଶନିବାର ସେ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ, ଯେବେ ଏହି ଆଇନ ରାଜ୍ୟରେ ଲାଗୁ ହେଉ ନାହିଁ ତେବେ ହିଂସା କଣ ପାଇଁ   ? ରାଜ୍ୟବାସୀଙ୍କୁ ସେ ଶାନ୍ତି କାଏମ ରଖିବାକୁ ଅପିଲ୍ କରିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ଯେଉଁ ଆଇନକୁ କେନ୍ଦ୍ର ସରକାର କରିଛନ୍ତି ଏବଂ ରାଜ୍ୟର ଏଥିରେ କୌଣସି ନେଣଦେଣ ନାହିଁ, ତେଣୁ ଏଠାରେ ବିରୋଧ ପ୍ରଦର୍ଶନ କାହିଁକି ? ଆମେ ଏହି ଆଇନକୁ ସମର୍ଥନ କରୁନୁ ଏବଂ ପଶ୍ଚିମବଙ୍ଗରେ ଏହା ଲାଗୁ ହେବ ନାହିଁ। ଯେଉଁ ଲୋକେ ଏହି ପ୍ରସଙ୍ଗକୁ ନେଇ ଲୋକଙ୍କୁ ଉସୁକାଉଛନ୍ତି, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।Also read: ଆନ୍ଧ୍ରରେ ଇଣ୍ଟରନ୍ୟାସନାଲ୍ ହେଲା ରିସର୍ଟ ପଲିଟିକ୍ସ ! ମେୟରଙ୍କ ବିରୋଧରେ ଅନାସ୍ଥା ଭୋଟ ପୂର୍ବରୁ କର୍ପୋରେଟରଙ୍କୁ ବିଦେଶ ପଠାଇଲେ ଦୁଇ ଦଳମମତା ନିଜ ସନ୍ଦେଶରେ କିଛି ରାଜନୈତିକ ଦଳ ଉପରେ ଧର୍ମ ନାମରେ ରାଜନୀତି କରିବା ଓ ଲୋକଙ୍କୁ ଭ୍ରମିତ କରିବାର ଅଭିଯୋଗ ଲଗାଇଛନ୍ତି।  କିଛି ପାର୍ଟି ଧାର୍ମିକ ଭାବନାର ଦୁରୁପଯୋଗ କରି ରାଜନୈତିକ ଫାଇଦା ଉଠାଇବାକୁ ଚାହାନ୍ତି। ମାତ୍ର ଧର୍ମର ପ୍ରକୃତ ସଜ୍ଞା ହେଉଛି ମାନବିକତା, କରୁଣା, ସଭ୍ୟତା ଓ ପରସ୍ପର ଭାଇଚାରା। ମୁ

ପଶ୍ଚିମବଙ୍ଗରେ ଲାଗୁ ହେବ ନାହିଁ, ତଥାପି ହିଂସା କାହିଁକି ? ଓ୍ଵାକଫ୍‌କୁ ନେଇ ମମତାଙ୍କ ସ୍ପଷ୍ଟ ଜବାବ

କୋଲକାତା: ଓ୍ଵାକଫ ଆଇନକୁ ନେଇ ପଶ୍ଚିମବଙ୍ଗର ଅନେକ ସ୍ଥାନରେ  ହିଂସା ଦେଖା ଦେଇଛି। ଉତ୍ତେଜନା ମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବଡ଼ ଘୋଷଣା କରିଛନ୍ତି। ଶନିବାର ସେ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ, ଯେବେ ଏହି ଆଇନ ରାଜ୍ୟରେ ଲାଗୁ ହେଉ ନାହିଁ ତେବେ ହିଂସା କଣ ପାଇଁ   ? ରାଜ୍ୟବାସୀଙ୍କୁ ସେ ଶାନ୍ତି କାଏମ ରଖିବାକୁ ଅପିଲ୍ କରିଛନ୍ତି। 

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ଯେଉଁ ଆଇନକୁ କେନ୍ଦ୍ର ସରକାର କରିଛନ୍ତି ଏବଂ ରାଜ୍ୟର ଏଥିରେ କୌଣସି ନେଣଦେଣ ନାହିଁ, ତେଣୁ ଏଠାରେ ବିରୋଧ ପ୍ରଦର୍ଶନ କାହିଁକି ? ଆମେ ଏହି ଆଇନକୁ ସମର୍ଥନ କରୁନୁ ଏବଂ ପଶ୍ଚିମବଙ୍ଗରେ ଏହା ଲାଗୁ ହେବ ନାହିଁ। ଯେଉଁ ଲୋକେ ଏହି ପ୍ରସଙ୍ଗକୁ ନେଇ ଲୋକଙ୍କୁ ଉସୁକାଉଛନ୍ତି, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Also read: ଆନ୍ଧ୍ରରେ ଇଣ୍ଟରନ୍ୟାସନାଲ୍ ହେଲା ରିସର୍ଟ ପଲିଟିକ୍ସ ! ମେୟରଙ୍କ ବିରୋଧରେ ଅନାସ୍ଥା ଭୋଟ ପୂର୍ବରୁ କର୍ପୋରେଟରଙ୍କୁ ବିଦେଶ ପଠାଇଲେ ଦୁଇ ଦଳ

ମମତା ନିଜ ସନ୍ଦେଶରେ କିଛି ରାଜନୈତିକ ଦଳ ଉପରେ ଧର୍ମ ନାମରେ ରାଜନୀତି କରିବା ଓ ଲୋକଙ୍କୁ ଭ୍ରମିତ କରିବାର ଅଭିଯୋଗ ଲଗାଇଛନ୍ତି।  କିଛି ପାର୍ଟି ଧାର୍ମିକ ଭାବନାର ଦୁରୁପଯୋଗ କରି ରାଜନୈତିକ ଫାଇଦା ଉଠାଇବାକୁ ଚାହାନ୍ତି। ମାତ୍ର ଧର୍ମର ପ୍ରକୃତ ସଜ୍ଞା ହେଉଛି ମାନବିକତା, କରୁଣା, ସଭ୍ୟତା ଓ ପରସ୍ପର ଭାଇଚାରା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶାନ୍ତି ବଜାୟ ରଖିବା ଓ ଗୁଜବଠୁ ଦୂରେଇ ରହିବାକୁ ରାଜ୍ୟବାସୀଙ୍କୁ ଅପିଲ୍ କରିଛନ୍ତି। 

ମମତାଙ୍କ ଏହି ଅପିଲ୍ ପୂର୍ବରୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ରାଜୀବ କୁମାର ଓ ଆଇନ ଶୃଙ୍ଖଳା ବ୍ୟବସ୍ଥାର ଏଡିଜି ଜାଭେଦ ଶମିମ ମଧ୍ୟ ଲୋକଙ୍କୁ ଗୁଜବ ପ୍ରତି ଧ୍ୟାନ ନ ଦେବାକୁ ଅନୁରୋଧ କରିଛନ୍ତି। ଜାଭେଦ ଶମିମ କହିଛନ୍ତି, ଅନେକ ସ୍ଥାନରେ ଭୁଲ ସୂଚନାର ଫ୍ୟାକ୍ଟ୍ରି ଚାଲୁଛି। ଏସବୁ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଯେଉଁ ଲୋକେ ଏହି ହିଂସାରେ ସାମିଲ କିମ୍ବା ଲୋକଙ୍କୁ ଉସୁକାଉଛନ୍ତି ସେମାନଙ୍କୁ ଚିହ୍ନଟ କରି ଗିରଫ କରାଯାଉଛି।