ଢିପ ଗାଁରେ ପୁଣି ବାଘ ଆତଙ୍କ, ଗାଈକୁ କଲା ଆକ୍ରମଣ

ଗୁଣୁପୁର ୧୯।୧୨: କିଛି ଦିନର ବ୍ୟବଧାନ ପରେ ପୁଣି ଲେଉଟିଲା ବାଘ ଭୟ । ରାୟଗଡା ଜିଲ୍ଲା ପଦ୍ମପୁର-ଗୁଡାରୀ ସୀମା ଢିପ ଗାଁରେ ସୋମବାର ରାତିରେ ଗୋଟିଏ ଗାଈକୁ ଆକ୍ରମଣ କରିଛି । ସୌଭାଗ୍ୟ ବଶତଃ ବାଘ ମୁହଁରୁ ଗାଈଟି ବର୍ତ୍ତିଯାଇଛି । ମଙ୍ଗଳବାର ସକାଳୁ ବନ ବିଭାଗ କର୍ମଚାରୀ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ନେଇ ଗାଈଟିର ଚିକିତ୍ସା କରାଯାଇଛି । ଏକ ମାସ ଧରି ବାଘ ବିଭିନ୍ନ ସ୍ଥାନ ବୁଲିଥିବା ବନ ବିଭାଗ କର୍ମଚାରୀ ପାଦ ଚିହ୍ନ ଚିହ୍ନଟ କରିଥିଲେ । ଏଥିସହ ପୂର୍ବରୁ ଗୋଟିଏ ଗାଈକୁ ଗୁଡାରୀ ବ୍ଲକ ଢେପଗୁଡାର ତେମ୍ବାଗୁଡାରେ ଗୋଟିଏ ବାଛୁରୀ ଛୁଆକୁ ଖାଇଦେଇଥିଲା । ସେପଟେ ନୂଆପଡାରେ ପୁଣି ବାଘ ଆତଙ୍କ ଦେଖାଦେଇଛି । ସକାଳୁ ବଳଦକୁ ଶିକାର କରିଛି କଲରାପତରିଆ ବାଘ । ନୂଆପଡା ରେଞ୍ଜ ଧରମବନ୍ଧା ସେକ୍ସନ ତୋର୍ରା ଗ୍ରାମରେ ଘଟିଛି ଏଭଳି ଘଟଣା । ଗ୍ରାମର ଇଦୁରାମ ଉଜିରଙ୍କ ବଳଦକୁ ମାରି ଖାଇଥିବା ବେଳେ ଘଟଣାସ୍ଥଳରେ ବନ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାସ୍ଥଳରେ ବାଘର ପାଦ ଚି଼ହ୍ନକୁ ଠାବ କରିଛି ବନ ବିଭାଗ । You Can Read : https://www.prameyanews7.com/revenue-inspector-bijay-kumar-bagh-and-peon-rohit-kumar-padhy-caught-by-vigilance/ The post ଢିପ ଗାଁରେ ପୁଣି ବାଘ ଆତଙ୍କ, ଗାଈକୁ କଲା ଆକ୍ରମଣ appeared first on Prameya News7.

ଢିପ ଗାଁରେ ପୁଣି ବାଘ ଆତଙ୍କ, ଗାଈକୁ କଲା ଆକ୍ରମଣ

ଗୁଣୁପୁର ୧୯।୧୨: କିଛି ଦିନର ବ୍ୟବଧାନ ପରେ ପୁଣି ଲେଉଟିଲା ବାଘ ଭୟ । ରାୟଗଡା ଜିଲ୍ଲା ପଦ୍ମପୁର-ଗୁଡାରୀ ସୀମା ଢିପ ଗାଁରେ ସୋମବାର ରାତିରେ ଗୋଟିଏ ଗାଈକୁ ଆକ୍ରମଣ କରିଛି । ସୌଭାଗ୍ୟ ବଶତଃ ବାଘ ମୁହଁରୁ ଗାଈଟି ବର୍ତ୍ତିଯାଇଛି ।

ମଙ୍ଗଳବାର ସକାଳୁ ବନ ବିଭାଗ କର୍ମଚାରୀ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ନେଇ ଗାଈଟିର ଚିକିତ୍ସା କରାଯାଇଛି । ଏକ ମାସ ଧରି ବାଘ ବିଭିନ୍ନ ସ୍ଥାନ ବୁଲିଥିବା ବନ ବିଭାଗ କର୍ମଚାରୀ ପାଦ ଚିହ୍ନ ଚିହ୍ନଟ କରିଥିଲେ । ଏଥିସହ ପୂର୍ବରୁ ଗୋଟିଏ ଗାଈକୁ ଗୁଡାରୀ ବ୍ଲକ ଢେପଗୁଡାର ତେମ୍ବାଗୁଡାରେ ଗୋଟିଏ ବାଛୁରୀ ଛୁଆକୁ ଖାଇଦେଇଥିଲା ।

ସେପଟେ ନୂଆପଡାରେ ପୁଣି ବାଘ ଆତଙ୍କ ଦେଖାଦେଇଛି । ସକାଳୁ ବଳଦକୁ ଶିକାର କରିଛି କଲରାପତରିଆ ବାଘ । ନୂଆପଡା ରେଞ୍ଜ ଧରମବନ୍ଧା ସେକ୍ସନ ତୋର୍ରା ଗ୍ରାମରେ ଘଟିଛି ଏଭଳି ଘଟଣା । ଗ୍ରାମର ଇଦୁରାମ ଉଜିରଙ୍କ ବଳଦକୁ ମାରି ଖାଇଥିବା ବେଳେ ଘଟଣାସ୍ଥଳରେ ବନ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାସ୍ଥଳରେ ବାଘର ପାଦ ଚି଼ହ୍ନକୁ ଠାବ କରିଛି ବନ ବିଭାଗ ।

You Can Read :

https://www.prameyanews7.com/revenue-inspector-bijay-kumar-bagh-and-peon-rohit-kumar-padhy-caught-by-vigilance/

The post ଢିପ ଗାଁରେ ପୁଣି ବାଘ ଆତଙ୍କ, ଗାଈକୁ କଲା ଆକ୍ରମଣ appeared first on Prameya News7.