ରବି କିଶନ ତାଙ୍କ ଝିଅର ବାପା ବୋଲି ଦାବି କରୁଥିବା ମହିଳାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ

ନୂଆଦିଲ୍ଲୀ: ଭୋଜପୁରି ଅଭିନେତା ତଥା ବିଜେପି ସାଂସଦ ରବି କିଶନଙ୍କୁ ଜଣେ ମହିଳା ତାଙ୍କ ସ୍ୱାମୀ ବୋଲି ଦାବି କରୁଛନ୍ତି। ରବି କିଶନ ହିଁ ତାଙ୍କ ଝିଅର ବାପା ବୋଲି ଅପର୍ଣ୍ଣା ଠାକୁର ନାମକ ମହିଳା ଦାବି କରୁଛନ୍ତି। ଏହି ଘଟଣା ପରେ ରବି କିଶନଙ୍କ ପତ୍ନୀ ପ୍ରୀତି ସୁକ୍ଳା ଅପର୍ଣ୍ଣାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିଛନ୍ତି। ଲକ୍ଷ୍ନୌର ମହିଳା ଅପର୍ଣ୍ଣା ନିକଟରେ ଅଭିଯୋଗ କରିଥିଲେ ଯେ ସେ ରବି କିଶନଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଏଥରେ ରବିଙ୍କ ଠାରୁ ହୋଇଥିବା ତାଙ୍କ ଝିଅଙ୍କୁ ରବି କିଶନ ଅବହେଳା କରୁଛନ୍ତି। ସମାଜରେ ଓ ସର୍ବସମ୍ମୁଖରେ ରବି ତାଙ୍କ ଝିଅକୁ ଝିଅ ବୋଲି ସ୍ୱୀକାର କରୁନଥିବା ଅପର୍ଣ୍ଣା ଅଭିଯୋଗ କରିଥିଲେ।  ଏହି ମାମଲାର ରବି କିଶନଙ୍କ ପତ୍ନୀ ପ୍ରୀତି ଶୁଳ୍କା ମଙ୍ଗଳବାର ରାତିରେ ଅପର୍ଣ୍ଣାଙ୍କ ବିରୋଧରେ ହଜରତଗଞ୍ଜ ଥାନାରେ ମାମଲା କରିଛନ୍ତି। ଅପର୍ଣ୍ଣା ଠାକୁର ରବିଙ୍କୁ ଧମକ ଦେଇ ୨୦ କୋଟି ଟଙ୍କା ମାଗୁଛନ୍ତି ବୋଲି ପ୍ରୀତି ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ପ୍ରୀତି ତାଙ୍କ ଅଭିଯୋଗରେ ଆହୁରି କହିଛନ୍ତି ଯେ ଅପର୍ଣ୍ଣାଙ୍କର ଅଣ୍ଡରୱାର୍ଲ୍ଡ ସହ ସମ୍ପର୍କ ରହିଛି। ଦାବି ପୂରଣ ନ ହେଲେ ରବିଙ୍କୁ ଦୁଷ୍କର୍ମ ଅଭିଯୋଗରେ ଫସାଇ ଦେବେ ବୋଲି ସେ ଧମକ ଦେଉଥିବା ପ୍ରୀତି ଅଭିଯୋଗ କରିଛନ୍ତି। ପଢ଼ନ୍ତୁ-ଲୋକସଭା ନିର୍ବାଚନ ପୂର୍ବରୁ ଆପ୍‌କୁ ଝଟ୍‌କା: ବିଧାୟକ ଅମାନତୁଲ୍ଲାଙ୍କୁ ଗିରଫ କଲା ଇଡିପ୍ରୀତି ଦେଇଥିବା ଏଫ୍‌ଆଇ

ରବି କିଶନ ତାଙ୍କ ଝିଅର ବାପା ବୋଲି ଦାବି କରୁଥିବା ମହିଳାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ

ନୂଆଦିଲ୍ଲୀ: ଭୋଜପୁରି ଅଭିନେତା ତଥା ବିଜେପି ସାଂସଦ ରବି କିଶନଙ୍କୁ ଜଣେ ମହିଳା ତାଙ୍କ ସ୍ୱାମୀ ବୋଲି ଦାବି କରୁଛନ୍ତି। ରବି କିଶନ ହିଁ ତାଙ୍କ ଝିଅର ବାପା ବୋଲି ଅପର୍ଣ୍ଣା ଠାକୁର ନାମକ ମହିଳା ଦାବି କରୁଛନ୍ତି। ଏହି ଘଟଣା ପରେ ରବି କିଶନଙ୍କ ପତ୍ନୀ ପ୍ରୀତି ସୁକ୍ଳା ଅପର୍ଣ୍ଣାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିଛନ୍ତି। 

ଲକ୍ଷ୍ନୌର ମହିଳା ଅପର୍ଣ୍ଣା ନିକଟରେ ଅଭିଯୋଗ କରିଥିଲେ ଯେ ସେ ରବି କିଶନଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଏଥରେ ରବିଙ୍କ ଠାରୁ ହୋଇଥିବା ତାଙ୍କ ଝିଅଙ୍କୁ ରବି କିଶନ ଅବହେଳା କରୁଛନ୍ତି। ସମାଜରେ ଓ ସର୍ବସମ୍ମୁଖରେ ରବି ତାଙ୍କ ଝିଅକୁ ଝିଅ ବୋଲି ସ୍ୱୀକାର କରୁନଥିବା ଅପର୍ଣ୍ଣା ଅଭିଯୋଗ କରିଥିଲେ।  

ଏହି ମାମଲାର ରବି କିଶନଙ୍କ ପତ୍ନୀ ପ୍ରୀତି ଶୁଳ୍କା ମଙ୍ଗଳବାର ରାତିରେ ଅପର୍ଣ୍ଣାଙ୍କ ବିରୋଧରେ ହଜରତଗଞ୍ଜ ଥାନାରେ ମାମଲା କରିଛନ୍ତି। ଅପର୍ଣ୍ଣା ଠାକୁର ରବିଙ୍କୁ ଧମକ ଦେଇ ୨୦ କୋଟି ଟଙ୍କା ମାଗୁଛନ୍ତି ବୋଲି ପ୍ରୀତି ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ପ୍ରୀତି ତାଙ୍କ ଅଭିଯୋଗରେ ଆହୁରି କହିଛନ୍ତି ଯେ ଅପର୍ଣ୍ଣାଙ୍କର ଅଣ୍ଡରୱାର୍ଲ୍ଡ ସହ ସମ୍ପର୍କ ରହିଛି। ଦାବି ପୂରଣ ନ ହେଲେ ରବିଙ୍କୁ ଦୁଷ୍କର୍ମ ଅଭିଯୋଗରେ ଫସାଇ ଦେବେ ବୋଲି ସେ ଧମକ ଦେଉଥିବା ପ୍ରୀତି ଅଭିଯୋଗ କରିଛନ୍ତି। 

ପଢ଼ନ୍ତୁ-ଲୋକସଭା ନିର୍ବାଚନ ପୂର୍ବରୁ ଆପ୍‌କୁ ଝଟ୍‌କା: ବିଧାୟକ ଅମାନତୁଲ୍ଲାଙ୍କୁ ଗିରଫ କଲା ଇଡି

ପ୍ରୀତି ଦେଇଥିବା ଏଫ୍‌ଆଇର୍‌ ଅନୁସାରେ, ଅପର୍ଣ୍ଣା ଠାକୁର ରାଜେଶ ସୋନୀଙ୍କୁ ବିବାହ କରିଥିଲେ। ତାଙ୍କ ଠାରୁ ଅପର୍ଣ୍ଣାଙ୍କର ୨୭ ବର୍ଷର ଝିଅ ଓ ୨୫ ବର୍ଷରୁ ପୁଅ ରହିଛି। ହେଲେ ଅପର୍ଣ୍ଣା ରବିଙ୍କୁ ବାରମ୍ବାର ଧମକ ଦେବା ଓ ଲକ୍ଷ୍ନୌରେ ସାମ୍ବାଦିକ ସମ୍ମିଳନୀ କରି କହିବା ତାଙ୍କୁ ଥାନାରେ ମାମଲା କରିବାକୁ ବାଧ୍ୟ କରିଛି ବୋଲି ପ୍ରୀତି ଏଫ୍‌ଆଇଆର୍‌ରେ ଉଲ୍ଲେଖ କରିଛନ୍ତି।  

ସୂଚନା ଥାଉକି ଅପର୍ଣ୍ଣା ନିକଟରେ ଲକ୍ଷ୍ନୌର ସାମ୍ବାଦିକ ସମ୍ମିଳନୀ କରି ଏହି ବିଷୟରେ ଖୁଲାସା କରିଥିଲେ। ତାଙ୍କର ଝିଅର ବାପା ରବି କିଶନ। ହେଲେ ସେ ତାଙ୍କ ଝିଅଙ୍କ ସାମାଜିକ ପରିଚୟ ଦେଉ ନାହାନ୍ତି। ତେଣୁ ଏ ବିଷୟରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ସେ ଦାବି କରିଥିଲେ। ତେବେ ରବି କିଶନଙ୍କର କୌଣସି ସମସ୍ୟା ନ ହେଉ ଏଥିପାଇଁ ସେ ଏପର୍ଯ୍ୟନ୍ତ ପୁଲିସକୁ ଏଥିରେ ସାମିଲ କରି ନଥିଲେ ବୋଲି ଅପର୍ଣ୍ଣା କହିଥିଲେ। ତେବେ ତାଙ୍କ ଝିଅକୁ ବାପାର ଅଧିକାର ମିଳୁ ବୋଲି ସେ ଦାବି କରିଥିଲେ।

ଅନ୍ୟପଟେ ଘଟଣାକୁ ନେଇ ରବି କିଶନଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ତାଙ୍କର ନିର୍ବାଚନୀ ବ୍ୟସ୍ତତା ଥିବା ଯୋଗୁ ସେ ମିଡିଆରେ କୌଣସି ବୟାନ ଦେଇ ନାହାନ୍ତି। ତେବେ ନିର୍ବାଚନ ଦାୟିତ୍ୱ ସରିବା ପରେ ଏ ବିଷୟରେ ସେ ନିଜର ପ୍ରତିକ୍ରିୟା ଦେବେ ବୋଲି ରବି କିଶନ କହିଛନ୍ତି।