ଇଡିରେ ଜାଲରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି, ୩ଟି ସ୍ବତନ୍ତ୍ର ଟିମ୍ କରୁଛି ଜେରା

ଭୁବନେଶ୍ୱର (କେନ୍ୟୁଜ): ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କୁ ମାରାଥନ ଜେରା । ଦିନ ପ୍ରାୟ ସାଢେ ୧୦ଟା ବେଳେ ଇଡିରେ ହାଜର ହୋଇଥିଲେ ପ୍ରୟାସକାନ୍ତି । ୨୦ କୋଟିରୁ ଅଧିକ ଟଙ୍କାର ବରପଦା ଇଞ୍ଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ତାଙ୍କୁ ଜେରା କରୁଛି ଇଡିର ୩ଟି ସ୍ବତନ୍ତ୍ର ଟିମ୍ । ଫେବୃଆରୀ ୧୫ ତାରିଖରେ ପ୍ରୟାସକାନ୍ତିଙ୍କ ଭୁବନେଶ୍ୱର ଓ ଭଦ୍ରକର ୧୦ଟି ସ୍ଥାନରେ ଚଢ଼ାଉ କରିଥିଲା ଇଡି । ରେଡ୍ […] The post ଇଡିରେ ଜାଲରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି, ୩ଟି ସ୍ବତନ୍ତ୍ର ଟିମ୍ କରୁଛି ଜେରା appeared first on KNews Odisha.

ଇଡିରେ ଜାଲରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି, ୩ଟି ସ୍ବତନ୍ତ୍ର ଟିମ୍ କରୁଛି ଜେରା
ED

ଭୁବନେଶ୍ୱର (କେନ୍ୟୁଜ): ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କୁ ମାରାଥନ ଜେରା । ଦିନ ପ୍ରାୟ ସାଢେ ୧୦ଟା ବେଳେ ଇଡିରେ ହାଜର ହୋଇଥିଲେ ପ୍ରୟାସକାନ୍ତି । ୨୦ କୋଟିରୁ ଅଧିକ ଟଙ୍କାର ବରପଦା ଇଞ୍ଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ତାଙ୍କୁ ଜେରା କରୁଛି ଇଡିର ୩ଟି ସ୍ବତନ୍ତ୍ର ଟିମ୍ । ଫେବୃଆରୀ ୧୫ ତାରିଖରେ ପ୍ରୟାସକାନ୍ତିଙ୍କ ଭୁବନେଶ୍ୱର ଓ ଭଦ୍ରକର ୧୦ଟି ସ୍ଥାନରେ ଚଢ଼ାଉ କରିଥିଲା ଇଡି । ରେଡ୍ ବେଳେ ଅନେକ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା।

ପଳାଶପଲ୍ଲୀ ସ୍ଥିତ ବାସଭବନରୁ ୯ଲକ୍ଷ ନଗଦ ଟଙ୍କା ସହ କଳାରଙ୍ଗର ଫର୍ଚ୍ଯୁନର ଜବତ ହୋଇଥିଲା। ଜବତ ମୋବାଇଲରୁ ସମସ୍ତ ତଥ୍ୟ ବାହାର କରୁଛି ଇଡି। ଏଥିରୁ ଜମି ଦୁର୍ନୀତିର ଗୁମର ଖୋଲିବ ବୋଲି ଆଶା ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଲାପଟପ ସହ ବିଭିନ୍ନ ଇଲେକ୍ ଟ୍ରିକ ଗାଜେଟରୁ ତଥ୍ୟ ଉଦ୍ଧାର ଚାଲିଛି। ଗତ ବୁଧବାର ଦିନ ଇଡିରେ ହାଜର ହୋଇ ବୟାନ ରେକର୍ଡ କରାଇଥିଲେ ପ୍ରଫୁଲ୍ଲ ସାମଲ। ପ୍ରଫୁଲ, ପ୍ରୟାୟ କାନ୍ତିଙ୍କ ସମେତ ୭ଜଣଙ୍କୁ ସମନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

The post ଇଡିରେ ଜାଲରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି, ୩ଟି ସ୍ବତନ୍ତ୍ର ଟିମ୍ କରୁଛି ଜେରା appeared first on KNews Odisha.